ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

“ସାମ୍ବାଦିକଙ୍କୁ ତୁରନ୍ତ ଲୋକସେବା ଭବନ ଛାଡ”

0

ସାମ୍ବାଦିକଙ୍କୁ କାହିଁକି ଛଡାଯିବନି ଲୋକସେବା ଭବନ ? ମହାମାରୀ କରୋନା କମିଛି । ରାଜନୈତିକ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ ହେଲାଣି । ସାମ୍ବାଦିକଙ୍କ ପାଇଁ କାହିଁକି ଏ କଟକଣା ବୋଲି ପ୍ରଶ୍ନ ଉଠାଇଛନ୍ତି ବିରୋଧୀା ଆଜି ବିଧାନସଭା ଶୂନ୍ୟକାଳରେ ଉଭୟ ବିଜେପି ଓ କଂଗ୍ରେସ ଲୋକସେବା ଭବନ ଓ ବିଧାନସଭା ପ୍ରେସ ଗ୍ୟାଲେରୀକୁ ସାମ୍ବାଦିକଙ୍କୁ ଛଡାନଯିବା ପ୍ରସଙ୍ଗ ଉଠାଇ ଉଦବେଗ ପ୍ରକାଶ କରିଛନ୍ତି । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଏହି ପ୍ରସଙ୍ଗରେ ଗୃହରେ ଉଦବେଗ ପ୍ରକାଶ କରିଥିଲେ । ତୁରନ୍ତ ସାମ୍ବାଦିକଙ୍କୁ ଲୋକସେବା ଭବନ ଛାଡିବାକୁ କହିଥିଲେ । କରୋନା କମିଲାଣି, ରାଜନୈତିକ କାର୍ଯ୍ୟକ୍ରମ ଚାଲିଛି । ଏଭଳି ସ୍ଥିତିରେ କାହିଁକି ସାମ୍ବାଦିକଙ୍କୁ ଛଡାଯିବନି ବୋଲି ସେ ପ୍ରଶ୍ନ କରିଥିଲେ ।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ । ସେ କହିଥିଲେ, ସାମ୍ବାଦିକଙ୍କୁ ନଛାଡିବା ଗଣତନ୍ତ୍ର ପ୍ରତି ଶୁଭଙ୍କର ନୁହେଁ । ସରକାର ଏଥିପ୍ରତି ବିଶେଷ ଧ୍ୟାନ ଦେବାକୁ ସେ ଦାବି କରିଛନ୍ତି । କରୋନା ସଂକ୍ରମଣ ବୃଦ୍ଧି ପାଇବା ପରେ ଲୋକସେବା ଭବନକୁ ସାମ୍ବାଦିକଙ୍କ ପ୍ରବେଶ ଉପରେ କଟକଣା ଲାଗିଥିଲା । ସାମ୍ବାଦିକଙ୍କ ବ୍ୟତୀତ ଲୋକସେବା ଭବନକୁ କାମରେ ଆସୁଥିବା ଅନ୍ୟ ଲୋକଙ୍କ ପ୍ରବେଶ ମଧ୍ୟ ବାରଣ କରାଯାଇଥିଲା । ହେଲେ ଏବେ ସଂକ୍ରମଣ କମିଥିବା ବେଳେ, କଟକଣା ବି କୋହଳ ହୋଇଛି । ଏଭଳି ସ୍ଥିତିରେ ସାମ୍ବାଦିକଙ୍କୁ କାହିଁକି ଲୋକସେବା ଭବନକୁ ଛଡାଯିବନି ବୋଲି ବିରୋଧୀ କ୍ଷୋଭ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.