ପ୍ରମୁଖ ଖବର

ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରୁ ଉତ୍‌କ୍ଷେପଣ ହେଲା ଦୂରଗାମୀ କ୍ରୁଜ୍‌ ମିସାଇଲ
ବିଜେଡିରେ ମିଶିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ଆଜି ଶଙ୍ଖ ଭବନରେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ସେ ବିଜେଡିରେ ଯୋଗ ଦେଇଛନ୍ତି
ଆସନ୍ତାକାଲି ଛତିଶଗଡରେ ମତଦାନ, ସୀମା ସିଲ ଓ ହାଇ ଆଲର୍ଟ ଜାରି କଲା ମାଲକାନଗିରି ପୁଲିସ
ଆରପାରିରେ ବିଶିଷ୍ଟ ଅଭିନେତା, ନାଟ୍ୟକାର ତଥା ନିର୍ଦ୍ଦେଶକ ସଚ୍ଚି ଦାସ
ଦିନ ୨ଟା ୩୦ରେ ଭୁବନେଶ୍ବର ଉତ୍ତପ୍ତ ସହର, ତାପମାତ୍ରା ୪୩.୬ ଡିଗ୍ରି ରେକର୍ଡ
ଲଢ଼ିବେନି ପ୍ରସାଦ ହରିଚନ୍ଦନ, ମନୋଜ ରଥ ସତ୍ୟବାଦୀରୁ କଂଗ୍ରେସ ପ୍ରାର୍ଥୀ
କଂଗ୍ରେସରେ ଯୋଗଦେଲେ କେନ୍ଦ୍ରାପଡ଼ାର ପୂର୍ବତନ ବିଜେଡ଼ି ବିଧାୟିକା ସିପ୍ରା ମଲ୍ଲିକ, କଂଗ୍ରେସ ଭବନ ଆସି ଦଳର ପ୍ରାଥମିକ ସଦସ୍ୟତା ଗ୍ରହଣ କଲେ

ମାନସ ହତ୍ୟା: ରଞ୍ଜନ ମାନିଲା ସତ

0

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ଘନ ଘନ ଜେରା କରୁଛି କ୍ରାଇମବ୍ରା । ତେବେ ଜେରା ବେଳେ କ୍ରାଇମବ୍ରାଞ୍ଚ ଆଗରେ ସତ ମାନିଛି ରଞ୍ଜନ ନାୟକ । କ୍ରାଇମବ୍ରାଞ୍ଚ ଆଗରେ ହତ୍ୟାକାଣ୍ଡ ଗୁମର ଖୋଲିଛି ରଞ୍ଜନ । କେମିତି ଅପହରଣ ପରେ ମାନସଙ୍କୁ ମାଡ଼ ମରାଯାଇଥିଲା ଓ ହତ୍ୟା କରାଯାଇଥିଲା ତାହା ଗୋଟି ଗୋଟି କରି କହିଛି । ଶର୍ମିଷ୍ଠା ଓ ଅନ୍ୟ ଅଭିଯୁକ୍ତଙ୍କ ସହ ଅପହରଣ ନେଇ ସେ ସ୍ୱୀକାର କରିଛି ।

ପଳାସପୁରରୁ ମାନସଙ୍କୁ ଅପହରଣ ପରେ ଦୟାଲ ଆଶ୍ରମ ନିଆଯାଇଥିଲା । ଦୟାଲ ଆଶ୍ରମରେ ମାନସଙ୍କୁ କରାଯାଇଥିଲା ଅତ୍ୟାଚାର । ନିରଞ୍ଜନ ସେଠୀ ମଧ୍ୟ ମାନସଙ୍କୁ ଅତ୍ୟାଚାର କରିଥିଲେ । ହତ୍ୟା ପରେ ଅଖାରେ ବାନ୍ଧି ମାନସଙ୍କ ମୃତଦେହକୁ ଶର୍ମିଷ୍ଠାଙ୍କ କାରରେ ନିଆଯାଇଥିଲା । ରଣପୁରରେ ମୃତଦେହ ପୋତାଯାଇଥିଲା । ଏହା ପରେ ଚଣ୍ଡିଖୋଲ ଠାରୁ ୨ କିଲୋମିଟର ଦୂର ସ୍ଥାନକୁ ଯାଇଥିଲେ । ସେଠାରେ ହତ୍ୟାରେ ବ୍ୟବହୃତ ସାମଗ୍ରୀ ପୋଡି ନଷ୍ଟ କରିଥିଲେ । ବୁଦାମୂଳରେ ଲୁଚାଇଥିଲେ ହତ୍ୟାରେ ବ୍ୟବହୃତ ମାରାଣାସ୍ତ୍ର ।

ରଞ୍ଜନ ନାୟକର ସୂଚନା ଆଧାରରେ କ୍ରାଇମବ୍ରାଞ୍ଚ ଟିମ ଚଣ୍ଡିଖୋଲ ଯାଇଥିଲା । ମାନସଙ୍କ ଅଧାପୋଡ଼ା ଚପଲ,ମୋବାଇଲ, ଇୟରଫୋନ ଜବତ କରାଯାଇଛି । ଅଧାପୋଡା ଶାଢୀ ଓ ଅଖା ମଧ୍ୟ ଜବତ କରିଛି କ୍ରାଇମବ୍ରାଞ୍ଚ । ଏହା ଜେରା ବେଳେ ଶର୍ମିଷ୍ଠା ଏହି ହତ୍ୟା ମାମଲାର ମାଷ୍ଟର ମାଇଣ୍ଡ ବୋଲି କହିଛି ରଞ୍ଜନ । ସମସ୍ତ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ଆଣି ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚ । ଆଗକୁ ଆହୁରି ମଧ୍ୟ ସତ ଅଭିଯୁକ୍ତଙ୍କଠୁ ଉଗାଳିବାକୁ ଚେଷ୍ଟା କରିବ କ୍ରାଇମବ୍ରାଞ୍ଚ ।

Leave A Reply

Your email address will not be published.