ପ୍ରମୁଖ ଖବର

୨୦୨୭ରେ ହେବାକୁ ଥିବା ୩୯ତମ ଜାତୀୟ କ୍ରୀଡ଼ା ଆୟୋଜନ ପାଇଁ ହୋଷ୍ଟ ଷ୍ଟେଟ୍ ଏଗ୍ରିମେଣ୍ଟ (HSA) ସ୍ୱାକ୍ଷରିତ
ଓଡ଼ିଶାର ୧୧ ଖଣିଜ ବ୍ଲକ ନିଲାମ ପାଇଁ ପ୍ରକ୍ରିୟା ଆରମ୍ଭ
ଲାଲୁ-ରାବ୍ରୀଙ୍କୁ ବଙ୍ଗଳା ଖାଲି ନୋଟିସ, ରାବ୍ରୀଙ୍କ ଦୃଢ଼ ଜବାବ- ‘ଆମେ ଛାଡ଼ିବୁ ନାହିଁ’
ପୁଅ ଯତିନ୍ଦ୍ରଙ୍କ ପାଇଁ ଉପମୁଖ୍ୟମନ୍ତ୍ରୀ ପଦ ଦାବି କଲେ ସିଦ୍ଧରମେୟା
‘ଶନିବାରଠାରୁ ଆରମ୍ଭ ହେବ ଏସ୍‌ଆଇଆର୍ କାର୍ଯ୍ୟକ୍ରମ
ସିଦ୍ଧରମେୟାଙ୍କ ଇସ୍ତଫା ଗ୍ରହଣ, ଡିକେ ଶିବକୁମାର ହେବେ ନୂଆ ମୁଖ୍ୟମନ୍ତ୍ରୀ

ମାନସ ହତ୍ୟା: ରଞ୍ଜନ ମାନିଲା ସତ

0

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ଘନ ଘନ ଜେରା କରୁଛି କ୍ରାଇମବ୍ରା । ତେବେ ଜେରା ବେଳେ କ୍ରାଇମବ୍ରାଞ୍ଚ ଆଗରେ ସତ ମାନିଛି ରଞ୍ଜନ ନାୟକ । କ୍ରାଇମବ୍ରାଞ୍ଚ ଆଗରେ ହତ୍ୟାକାଣ୍ଡ ଗୁମର ଖୋଲିଛି ରଞ୍ଜନ । କେମିତି ଅପହରଣ ପରେ ମାନସଙ୍କୁ ମାଡ଼ ମରାଯାଇଥିଲା ଓ ହତ୍ୟା କରାଯାଇଥିଲା ତାହା ଗୋଟି ଗୋଟି କରି କହିଛି । ଶର୍ମିଷ୍ଠା ଓ ଅନ୍ୟ ଅଭିଯୁକ୍ତଙ୍କ ସହ ଅପହରଣ ନେଇ ସେ ସ୍ୱୀକାର କରିଛି ।

ପଳାସପୁରରୁ ମାନସଙ୍କୁ ଅପହରଣ ପରେ ଦୟାଲ ଆଶ୍ରମ ନିଆଯାଇଥିଲା । ଦୟାଲ ଆଶ୍ରମରେ ମାନସଙ୍କୁ କରାଯାଇଥିଲା ଅତ୍ୟାଚାର । ନିରଞ୍ଜନ ସେଠୀ ମଧ୍ୟ ମାନସଙ୍କୁ ଅତ୍ୟାଚାର କରିଥିଲେ । ହତ୍ୟା ପରେ ଅଖାରେ ବାନ୍ଧି ମାନସଙ୍କ ମୃତଦେହକୁ ଶର୍ମିଷ୍ଠାଙ୍କ କାରରେ ନିଆଯାଇଥିଲା । ରଣପୁରରେ ମୃତଦେହ ପୋତାଯାଇଥିଲା । ଏହା ପରେ ଚଣ୍ଡିଖୋଲ ଠାରୁ ୨ କିଲୋମିଟର ଦୂର ସ୍ଥାନକୁ ଯାଇଥିଲେ । ସେଠାରେ ହତ୍ୟାରେ ବ୍ୟବହୃତ ସାମଗ୍ରୀ ପୋଡି ନଷ୍ଟ କରିଥିଲେ । ବୁଦାମୂଳରେ ଲୁଚାଇଥିଲେ ହତ୍ୟାରେ ବ୍ୟବହୃତ ମାରାଣାସ୍ତ୍ର ।

ରଞ୍ଜନ ନାୟକର ସୂଚନା ଆଧାରରେ କ୍ରାଇମବ୍ରାଞ୍ଚ ଟିମ ଚଣ୍ଡିଖୋଲ ଯାଇଥିଲା । ମାନସଙ୍କ ଅଧାପୋଡ଼ା ଚପଲ,ମୋବାଇଲ, ଇୟରଫୋନ ଜବତ କରାଯାଇଛି । ଅଧାପୋଡା ଶାଢୀ ଓ ଅଖା ମଧ୍ୟ ଜବତ କରିଛି କ୍ରାଇମବ୍ରାଞ୍ଚ । ଏହା ଜେରା ବେଳେ ଶର୍ମିଷ୍ଠା ଏହି ହତ୍ୟା ମାମଲାର ମାଷ୍ଟର ମାଇଣ୍ଡ ବୋଲି କହିଛି ରଞ୍ଜନ । ସମସ୍ତ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ଆଣି ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚ । ଆଗକୁ ଆହୁରି ମଧ୍ୟ ସତ ଅଭିଯୁକ୍ତଙ୍କଠୁ ଉଗାଳିବାକୁ ଚେଷ୍ଟା କରିବ କ୍ରାଇମବ୍ରାଞ୍ଚ ।

Leave A Reply

Your email address will not be published.