ବଲାଙ୍ଗୀରରେ ଚା ଲ୍ୟ । ଶାଶୁ,ବୋହୂଙ୍କୁ ଗଳାକାଟି ହତ୍ୟା । ଏଭଳି ଜଘନ୍ୟ କାଣ୍ଡ ଘଟିଛି ତୁଷୁରା ଥାନା ନୂଆପଡାରେ । ତେବେ ଶାଶୁ,ବୋହୂଙ୍କୁ କିଏ ଓ କାହିଁକି ମାରିଲା ତାହା ଏଯାଏଁ ଜଣାପଡିନି । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତ ଶାଶୁ, ବୋହୂ ହେଲେ ପ୍ରେମଶିଳା ମେହେର ଓ ଅମ୍ବିକା ମେହେର । ଘରେ କେହି ନଥିବା ସମୟରେ କେବଳ ଶାଶୁ ବୋହୂ ଥିବା ସମୟରେ ଏହି ହତ୍ୟାକାଣ୍ଡ ଘଟିଛି । ଏକ ଧାରୁଆ ଅସ୍ତ୍ରରେ କେହି ଶାଶୁ,ବୋହୂଙ୍କୁ ହତ୍ୟା କରିଛି । ଘର ଭିତରୁ ଉଭୟଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର କରାଯାଇଛି । ତେବେ ଅତି ନିର୍ମମ ଭାବେ କିଏ ହତ୍ୟା କଲା । ହତ୍ୟାକାରୀ କିଏ । ସେ ନେଇ ପୁଲିସ ଖୋଳତାଡ ଆରମ୍ଭ କରିଛି । ଆବଶ୍ୟକ ପଡିଲେ ସାଇଣ୍ଟିଫିକ୍ ଟିମର ସହଯୋଗ ନିଆଯାଇପାରେ ବୋଲି ପୁଲିସ କହିଛି ।
ପ୍ରମୁଖ ଖବର
ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ