ପ୍ରମୁଖ ଖବର

କଟକ ରେଲ୍‌ଓ୍ବେ ଷ୍ଟେଶନରେ ଭୁଶୁଡ଼ିଲା ଛାତ
ଚାଷୀଙ୍କୁ ନୂଆଖାଇ ଭେଟି, ସିଏମ୍‌ କିଷାନର ୩ୟ କିସ୍ତି ଟଙ୍କା ପ୍ରଦାନ
ବନ୍ୟାରେ ଭାସିଗଲା କାର୍‌ ; ଗୋଟିଏ ପରିବାରର ୪ ମୃତ
ଲାଞ୍ଚ ନେଉଥିବା ବେଳେ ରାଜ୍ୟ ଟିକସ ସହକାରୀ କମିଶନର ଗିରଫ
ବୈଷ୍ଣୋଦେବୀ ମନ୍ଦିର ନିକଟରେ ଭୂସ୍ଖଳନ, ୩୨ ମୃତ
ଗଶେଣ ଚତୁର୍ଥୀରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
ନୂଆଖାଇ ପାଇଁ ଅଗଷ୍ଟ ୨୯ରେ ବନ୍ଦ ରହିବ ସମସ୍ତ ଶିକ୍ଷାନୁଷ୍ଠାନ

ଯେତେ ଖୋଳିଲେ ସେତେ ବାହାରୁଛି, କୁବେର ଯନ୍ତ୍ରୀଙ୍କ କୋଟି କୋଟି ସମ୍ପତ୍ତି

0

କୁବେର ଯନ୍ତ୍ରୀଙ୍କ ଟଙ୍କା ହିସାବ କରି କରି ହାଲିଆ ହୋଇଗଲେଣି ଭିଜିଲାନ୍ସ ଅଧିକାରୀ । ଯେତେ ଖୋଳିଲେ ସେତେ ବାହାରୁଛି ଟଙ୍କା ।ଆଜି ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ବର ରାଉଳଙ୍କ ଦ୍ୱିତୀୟ ପତ୍ନୀଙ୍କ ଭଉଣୀ ଘରୁ ଜବତ ହୋଇଛି କୋଟିଏ ୪ ଲକ୍ଷ ଟଙ୍କା । ସାଲିଆ ସାହି ସ୍ଥିତ ଘରୁ ଏହି ଟଙ୍କା ଜବତ କରିଛି ଭିଜିଲାନ୍ସ । ଏହା ସହ ୩୫୪ ଗ୍ରାମର ସୁନା ଜବତ ହୋଇଛି । ଝୁମ୍ପୁଡି ଘରୁ ଏତେ ଟଙ୍କା ଜବତ ହେବା ଦେଖି ଭିଜିଲାନ୍ସ ଅଧିକାରୀ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।କାର୍ତ୍ତିକେଶ୍ବର ଙ୍କ ଦ୍ୱିତୀୟ ପତ୍ନୀ,ଶାଳି ଓ ପୁତୁରା ଅଟକ ଅଛନ୍ତି ।

ରିମାଣ୍ଡରେ ଥିବା କାର୍ତ୍ତିକେଶ୍ବରଙ୍କ ସହ ୩ ଜଣଙ୍କୁ ମୁହାଁମୁହିଁ ଜେରା କରାଯାଉଛି । ଜେରା ବେଳେ ସୁନା ଓ ଟଙ୍କା ଭଉଣୀ ଘରେ ଥିବା କହିଥିଲେ କାର୍ତ୍ତିକେଶ୍ବରଙ୍କ ଦ୍ୱିତୀୟ ପତ୍ନୀ କଳ୍ପନା ପ୍ରଧାନ । ଭିଜିଲାନ୍ସ କାର୍ତ୍ତିକେଶ୍ବରଙ୍କଠୁ ୪.୭୬ କୋଟି ଟଙ୍କାର ସମ୍ପତ୍ତି ଜବତ କଲାଣି । କେବଳ ୨ କୋଟିରୁ ଅଧିକ ନଗଦ ଟଙ୍କା ଜବତ ହୋଇଥିଲା । ଏହି ସମ୍ପତ୍ତି ତାଙ୍କ ଆୟଠାରୁ ୭ ଗୁଣ ଅଧିକ ।

ଗତକାଲି କାର୍ତ୍ତିକେଶ୍ବରଙ୍କୁ ଗିରଫ କରିଥିଲା ଭିଜିଲାନ୍ସ । ୩ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା ବେଳେ ଆହୁରି କଳା ଟଙ୍କାର ଖୁଲାସା ହୋଇପାରେ । ୧୯୯୫ ମସିହାରେ କାର୍ତ୍ତିକେଶ୍ବର ରାଉଳ କ୍ଷୁଦ୍ର ଜଳସେଚନ ବିଭାଗରେ କନିଷ୍ଠ ଯନ୍ତ୍ରୀ ଭାବେ କାମ କରୁଥିଲେ । ଏହା ପରେ ୨୦୧୩ରେ ସହକାରୀ ଯନ୍ତ୍ରୀ ଭାବେ ପଦୋନ୍ନତି ପାଇଲେ । ।ତେବେ ଏତେ ଟଙ୍କା କାର୍ତ୍ତିକେଶ୍ବର କେଉଁଠୁ ଆଣିଲେ ତାକୁ ନେଇ ଏବେ ପ୍ରଶ୍ନ ଉଠୁଛି ।

Leave A Reply

Your email address will not be published.