ପ୍ରମୁଖ ଖବର

ସେପ୍ଟେମ୍ବର ୬ରେ ପ୍ରକାଶ ପାଇବ ଚୂଡ଼ାନ୍ତ ଭୋଟର ତାଲିକା; ୫୮ ଲକ୍ଷ ଲୋକଙ୍କୁ ନୋଟିସ୍
ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ କୁଆରମୁଣ୍ଡ ଆର୍‌ଆଇ
ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ଇଂଲିଶ ବନାନ ବାଧ୍ୟତାମୂଳକ, ସବୁ ଜିଲାପାଳଙ୍କୁ ନିର୍ଦ୍ଦେଶ
ବର୍ଷା ସହ ବଢ଼ୁଛି ଡେଙ୍ଗୁ ଚିନ୍ତା: ରାଜ୍ୟରେ ୨୬୦ ଆକ୍ରାନ୍ତ
ସେପ୍ଟେମ୍ବର ୧ରୁ ପଶ୍ଚିମବଙ୍ଗରେ ସରକାରୀ କାର୍ଯ୍ୟରେ ବଙ୍ଗଳା ଭାଷା ବାଧ୍ୟତାମୂଳକ
ପ୍ରବଳ ବର୍ଷା ଆଶଙ୍କା: ଅମରନାଥ, ବୈଷ୍ଣୋଦେବୀ ଓ ଶିବ ଖୋରୀ ଯାତ୍ରା ସାମୟିକ ଭାବେ ସ୍ଥଗିତ
୨୦%ରୁ ଅଧିକ ଇଥାନଲ୍ ମିଶ୍ରଣ ନେଇ ହୋଇନାହିଁ ନିଷ୍ପତ୍ତି : କେନ୍ଦ୍ର ସରକାର
କର୍ଣ୍ଣାଟକର ବେଙ୍ଗାଲୁରୁ ସୁଟକେସ୍‌ ଭିତରେ ମହିଳାଙ୍କ ମୃତଦେହ ଉଦ୍ଧାର

ପ୍ରଶାନ୍ତ କିଶୋର କି ନିଷ୍ପତ୍ତି ନେଲେ

0

ନୂଆଦିଲ୍ଲୀ: ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଗତ ତିନି ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ କଂଗ୍ରେସର ଶୀର୍ଷ ନେତୃତ୍ୱଙ୍କୁ ଭେଟିଛନ୍ତି। ସୋମବାର କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ଘରେ ଏକ ବଡ଼ ବୈଠକ ବସିଛି। ସୋନିଆ ଗାନ୍ଧୀ, ପ୍ରିୟଙ୍କା ,ଅମ୍ବିକା ସୋନୀ, ପି.ଚିଦାମ୍ବରମ, ଜୟରାମ ରମେଶ, କେସି ବେଣୁଗୋପାଳ, ଓ ରଣଦୀପ ସୁରଜେୱାଲାଙ୍କ ସମେତ କିଛି ବରି୍‌ଷ୍ଠ ନେତାଙ୍କ ସହ ପାଖାପାଖି ୫ ଘଣ୍ଟା ଧରି ଆଲୋଚନା କରିନ୍ତି ପ୍ରଶାନ୍ତ କିଶୋର। କୁହାଯାଉଛି ୨୦୨୪ ପାଇଁ କଂଗ୍ରେସକୁ ନେଇ ପ୍ରଶାନ୍ତ କିଶୋର ନକ୍ସା ପ୍ରସ୍ତୁତ କରିଛନ୍ତି।

୨୦୨୪ ପୂର୍ବରୁ ପ୍ରଶାନ୍ତ କିଶୋର କଂଗ୍ରେସରେ ମିଶିବା ନେଇ ଦଳର ଇଛା। ହେଲେ ପ୍ରଶାନ୍ତ କଂଗ୍ରେସରେ ମିଶିବେ କି ନାହିଁ ତାହା ଆଜି ସ୍ୱଷ୍ଟ ହେବ। ଯଦି ସବୁ
କିଛି ଠିକ ଠାକ ରହେ ତେବେ ପ୍ରଶାନ୍ତ ଖୁବ ଶୀଘ୍ର କଂଗ୍ରେସରେ ସାମିଲ ହୋଇପାରନ୍ତି। କଂଗ୍ରେସକୁ ବିପର୍ଯ୍ୟୟରୀ ଉଦ୍ଧାର କରିବା ଓ ୨୦୨୪ ଗେମ୍ ପ୍ଲାନର
ସମ୍ପର୍କରେ ପ୍ରଶାନ୍ତ କିଶୋର ଦେଇଥିବା ପ୍ରସ୍ତାବ ଏହି ବୈଠକର ମୂଳ ଏଜେଣ୍ଡା। ୨୦୨୪ରେ ବିଜେପିର କେମିତି ମୁକାବିଲା କରାଯିବ ସେ ନେଇ ପିକେ କଂଗ୍ରେସ
ସହ ରଣନୀତି ବିଷୟରେ ଆଲୋଚନା କରିଛନ୍ତି।

କଂଗ୍ରେସକୁ ନେଇ ପ୍ରଶାନ୍ତ କିଶୋର କରିଥିବା ରଣନୀତି ଅନୁଯାୟୀ, ୨୦୨୪ରେ ଦଳ ଏକାକୀ ୩୭୦ ଆସନରେ ଲଢିବ।ସେହିପରି କିଛି ରାଜ୍ୟରେ କଂଗ୍ରେସ
ସହଯୋଗୀ ଦଳଙ୍କ ସହ ମେ କରିବ । ବିହାର, ଉତ୍ତରପ୍ରଦେଶ, ଓଡିଶା ପରି ରାଜ୍ୟରେ କଂଗ୍ରେସ ଏକାକୀ ନିର୍ବାଚନ ଲଢିବା ଉଚିତ ବୋଲି ପିକେ କଂଗ୍ରେସକୁ ପ୍ରସ୍ତାବ ଦେଇଛନ୍ତି ।ହେଲେ ମହାରାଷ୍ଟ୍ର, ତାମିଲନାଡୁ, ପଶ୍ଚିମବଙ୍ଗରେ ଦଳ ମେଣ୍ଟ କରୁ ବୋଲି ପ୍ରସ୍ତାବ ଦେଇଛନ୍ତି। କୁହାଯାଉଛି, ପିକେ ଦେଇଥିବା ପ୍ରସ୍ତାବରେ
ରାହୁଲ ଗାନ୍ଧି ରାଜି ଅଛନ୍ତି। ହେଲେ ଦଳର କିଛି ବରିଷ୍ଠ ନେତା ଏହା ଉପରେ ଅଧିକ ବିଚାରବିମର୍ଶ କରିବା ସପକ୍ଷରେ ଅଛନ୍ତି।

Leave A Reply

Your email address will not be published.