ପ୍ରମୁଖ ଖବର

ଆଇଏଏସ ସ୍ତରରେ ଅଦଳବଦଳ: ୧୩ ଜଣ ଆଇଏଏସଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ସରକାର
ସି-ସୋର ଚିଟଫଣ୍ଡ ମାମଲାରେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି
ଦେଶରେ ଇନ୍ଧନ ଅଭାବ ନାହିଁ, ଆଶ୍ୱାସନା ଦେଲେ ପେଟ୍ରୋଲିୟମ ମନ୍ତ୍ରୀ
ଭୁବନେଶ୍ବର କୋର୍ଟକୁ ପୁଣି ବୋମା ଧମକ
ଖରାଦିନେ ହେବନି ବିଦ୍ୟୁତ୍ କାଟ୍: ସୁରେଶ ପୂଜାରୀ
ହର୍ମୁଜ୍ ପ୍ରଣାଳୀ ପାର କରି ମୁମ୍ବାଇ ପହଞ୍ଚିଲା ଭାରତୀୟ ତୈଳ ଟ୍ୟାଙ୍କର

ଦେଶରେ ଦିନକରେ ୧୨୪୭ ଆକ୍ରାନ୍ତ ଚିହ୍ନଟ, ଚିନ୍ତା ବଢାଇଲା ଦିଲ୍ଲୀ

0

କରୋନାର ବଢୁଥିବା ଗ୍ରାଫ ସାରା ଦେଶରେ ଚିନ୍ତା ବଢାଇଛି । ଦେଶରେ ଗତ ୨୪ ଘଂଟାରେ ୧୨ ଶହ ୪୭ ନୂଆ ମାମଲା ଚିହ୍ନଟ ହୋଇଛି । ତେବେ ରବିବାର ତୁଳନାରେ ସୋମବାର ୯୩୬ କମ ମାମଲା ଆସିଛି । ରବିବାର ୨୧ ଶହ ୮୩ ସଂକ୍ରମିତ ଚିହ୍ନଟ ହୋଇଥିଲେ । ହେଲେ ଦିଲ୍ଲୀ ଏନସିଆରର ସ୍ଥିତି ଚିନ୍ତାଜନକ । ନୋଏଡ଼ାରେ ଗତ ୨୪ ଘଂଟାରେ ୧୦୭ ମାମଲା ଚିହ୍ନଟ ହୋଇଛି । ଯେଉଁମାନଙ୍କ ମଧ୍ୟରେ ୩୩ ଜଣ ଛୁଆ ଅଛନ୍ତି । ନୋଏଡାରେ ୪୧୧ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିଛି । ଦିଲ୍ଲୀରେ ୨୪ ଘଂଟାରେ ୫୦୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ରାଜଧାନୀରେ ସଂକ୍ରମଣ ହାର ୭.୭୯ ପ୍ରତିଶତ ରେକର୍ଡ କରାଯାଇଛି । ଯାହା ଜାନୁଆରୀ ୨୮ ତାରିଖ ପରେ ସର୍ବାଧିକ । ଜାନୁଆରୀ ୨୮ ତାରିଖରେ ସଂକ୍ରମଣ ହାର ୮.୬୦ ପ୍ରତିଶତ ଥିଲା । ସେହିପରି ଦେଶରେ ଦିନକରେ ୯୨୮ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଏଯାଏଁ ମୋଟ ୪ କୋଟି ୨୫ ଲକ୍ଷ ୧୧ ହଜାର ୭୦୧ ଜଣ ଠିକ୍ ହୋଇସାରିଲେଣି । ଭାରତରେ ସୁସ୍ଥତା ହାର ୯୮ ପ୍ରତିଶତ ଉପରେ ରହିଛି । ଏବେ ଏଯାଏ କରୋନାରେ ଦେଶରେ ୫ ଲକ୍ଷ ୨୧ ହଜାର ୯୬୬ ଜଣଙ୍କ ମୃତ୍ୟୁ ହୋଇସାରିଲାଣି । ରବିବାର ଭାରତରେ ୨୧ ଶହ ୮୩ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୧୪ ଜଣ ଆଖିବୁଜିଥିଲେ । ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୧ ହଜାର ୫୪୨ ଥିଲା ।

Leave A Reply

Your email address will not be published.