ପ୍ରମୁଖ ଖବର

ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ- ୨ ନିମନ୍ତେ ୫୦ ସିଟ ବୃଦ୍ଧି କଲା ଏନ୍ ଏମ୍ ସି
ରାଜ୍ୟରେ କୌଣସି ନଦୀରେ ବନ୍ୟା ନାହିଁ : ସର୍ବୋଚ୍ଚ ଯନ୍ତ୍ରୀଙ୍କ ପ୍ରତିକ୍ରିୟା
ବ୍ୟାପିଲାଣି ବାର୍ଡ ଫ୍ଲୁ, ମଲେଣି ୩୦୦ରୁ ଅଧିକ କୁକୁଡ଼ା
ଶ୍ରୀମନ୍ଦିର ନାଟମଣ୍ଡପରୁ ହେବ ଧାଡି ଦର୍ଶନ : ମିଳିଲା ଅନୁମୋଦନ
ଅର୍ଚ୍ଚନା ଓ ପୁଅଙ୍କୁ ମାରିବାକୁ ଉଦ୍ୟମ, ସ୍ବାମୀ ଜଗବନ୍ଧୁଙ୍କୁ ଉଠାଇନେଲା ପୋଲିସ
ସୁରକ୍ଷାକର୍ମୀଙ୍କୁ ବଡ ସଫଳତା:୧୬ ହାର୍ଡକୋର ମାଓବାଦୀ ଗିରଫ
ବିଆରଏସରୁ ନିଲମ୍ବିତ ହେବାର ଦିନକ ପରେ ଦଳ ଛାଡିଲେ କବିତା
ବ୍ୟବସାୟୀଙ୍କୁ ଲୁଟ୍ ଘଟଣାରେ ୩ ହୋମଗାର୍ଡଙ୍କ ସହ ୭ ଗିରଫ

ଦେଶରେ ଦିନକରେ ୧୨୪୭ ଆକ୍ରାନ୍ତ ଚିହ୍ନଟ, ଚିନ୍ତା ବଢାଇଲା ଦିଲ୍ଲୀ

0

କରୋନାର ବଢୁଥିବା ଗ୍ରାଫ ସାରା ଦେଶରେ ଚିନ୍ତା ବଢାଇଛି । ଦେଶରେ ଗତ ୨୪ ଘଂଟାରେ ୧୨ ଶହ ୪୭ ନୂଆ ମାମଲା ଚିହ୍ନଟ ହୋଇଛି । ତେବେ ରବିବାର ତୁଳନାରେ ସୋମବାର ୯୩୬ କମ ମାମଲା ଆସିଛି । ରବିବାର ୨୧ ଶହ ୮୩ ସଂକ୍ରମିତ ଚିହ୍ନଟ ହୋଇଥିଲେ । ହେଲେ ଦିଲ୍ଲୀ ଏନସିଆରର ସ୍ଥିତି ଚିନ୍ତାଜନକ । ନୋଏଡ଼ାରେ ଗତ ୨୪ ଘଂଟାରେ ୧୦୭ ମାମଲା ଚିହ୍ନଟ ହୋଇଛି । ଯେଉଁମାନଙ୍କ ମଧ୍ୟରେ ୩୩ ଜଣ ଛୁଆ ଅଛନ୍ତି । ନୋଏଡାରେ ୪୧୧ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିଛି । ଦିଲ୍ଲୀରେ ୨୪ ଘଂଟାରେ ୫୦୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ରାଜଧାନୀରେ ସଂକ୍ରମଣ ହାର ୭.୭୯ ପ୍ରତିଶତ ରେକର୍ଡ କରାଯାଇଛି । ଯାହା ଜାନୁଆରୀ ୨୮ ତାରିଖ ପରେ ସର୍ବାଧିକ । ଜାନୁଆରୀ ୨୮ ତାରିଖରେ ସଂକ୍ରମଣ ହାର ୮.୬୦ ପ୍ରତିଶତ ଥିଲା । ସେହିପରି ଦେଶରେ ଦିନକରେ ୯୨୮ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଏଯାଏଁ ମୋଟ ୪ କୋଟି ୨୫ ଲକ୍ଷ ୧୧ ହଜାର ୭୦୧ ଜଣ ଠିକ୍ ହୋଇସାରିଲେଣି । ଭାରତରେ ସୁସ୍ଥତା ହାର ୯୮ ପ୍ରତିଶତ ଉପରେ ରହିଛି । ଏବେ ଏଯାଏ କରୋନାରେ ଦେଶରେ ୫ ଲକ୍ଷ ୨୧ ହଜାର ୯୬୬ ଜଣଙ୍କ ମୃତ୍ୟୁ ହୋଇସାରିଲାଣି । ରବିବାର ଭାରତରେ ୨୧ ଶହ ୮୩ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୧୪ ଜଣ ଆଖିବୁଜିଥିଲେ । ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୧ ହଜାର ୫୪୨ ଥିଲା ।

Leave A Reply

Your email address will not be published.