ପ୍ରମୁଖ ଖବର

ସ୍ୱାୟତ୍ତ ଶାସନ ଦିବସରେ ବଡ଼ ଘୋଷଣା: ୨୮ ନୂଆ ସହରାଞ୍ଚଳ ପାଇଁ ୫୬୦ କୋଟି
ସିନ୍ଧୁ ଜଳ ଚୁକ୍ତି ମାମଲା: ହେଗ୍‌ ଅଦାଲତର ରାୟକୁ ମାନିଲା ନାହିଁ ଭାରତ
ପରଲୋକରେ ଓଡ଼ିଶା କ୍ୟାଡର ଆଇପିଏସ୍‌ ଶଫିନ୍‌ ଅହମ୍ମଦ
ଚଳନ୍ତା ସ୍ଲିପର୍‌ ବସ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ୨ ଗିରଫ
ଢେଙ୍କାନାଳରେ ଖୋଲିଲା ରାଜ୍ୟର ତୃତୀୟ ‘ଚାଉଳ ଏଟିଏମ୍‌
ନେପାଳ ବନ୍ୟାର ମୃତ୍ୟୁସଂଖ୍ୟା ୯୦୩, ନିଖୋଜ ୪,୨୪୭
ଏସ୍‌ସିଓ ଶିଖର ସମ୍ମିଳନୀ ପାଇଁ ବିଶକେକରେ ମୋଦୀ

ମାହାଙ୍ଗା ଗଣହତ୍ୟା: ଆସିଲା ପୋଷ୍ଟମର୍ଟମ ରିପୋର୍ଟ

0

ମାହାଙ୍ଗା କୁସୁପୁର ଗଣହତ୍ୟା ମାମଲାରେ ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ । ସମସ୍ତଙ୍କ ଦେହରେ ଏକାଧିକ କ୍ଷତ ରହିଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ଟଣା ଭିଡା, ଜୋର ଜବରଦସ୍ତ ଭିତରେ ଘଟଣା ଘଟିଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ବିଷକ୍ରିୟା ପାଇଁ ମୃତ୍ୟୁ ନେଇ ରିପୋର୍ଟରେ ଉଲ୍ଲେଖ ନାହିଁ । କଟକ ଗ୍ରାମାଞ୍ଚଳ ଏସପି ଯୁଗଳ କିଶୋର ବନୋଥ ଏନେଇ ସୂଚନା ଦେଇଛନ୍ତି ।

ଗତ ୧୨ ତାରିଖରେ ଜମିଜମା ବିବାଦରୁ ବଡ଼ ଭାଇର ପୁରା ପରିବାରକୁ ମାରି ସିଫା କରିଦେଇଥିଲା ସାନ ଭାଇ । ବଡ଼ ଭାଇର ପରିବାରର ୫ ଜଣଙ୍କୁ ହତ୍ୟା କରି ଥାନାରେ ଆତ୍ମସମର୍ପଣ କରିଥିଲା ସାନ ଭାଇ । ଏହି ହତ୍ୟାକାଣ୍ଡ ପରେ କଟକ ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ କେଶପୁର ଗାଁରେ ପୁରା ଚାଞ୍ଚଲ୍ୟ ଖେଳିଯାଇଥିଲା । ସେପଟେ ହତ୍ୟା କରିବା ପରେ ସାନ ଭାଇ ବାଲିଚନ୍ଦ୍ରପୁର ଥାନାରେ ଆତ୍ମସମର୍ପଣ କରିଥିଲା । ସେ ହତ୍ୟା କରିଥିବା ଭିଡିଓରେ ସ୍ୱୀକାର କରିଥିଲା । ହେଲେ ଜଣେ ଏକା କିପରି ୫ ଜଣଙ୍କୁ ହତ୍ୟା କଲା ସେ ନେଇ ପ୍ରଶ୍ନ ଉଠିଥିଲା । ଅଭିଯୁକ୍ତ ଦୋଷ ସ୍ୱୀକାର କରିଥିବା ବେଳେ ପୁଲିସ ନିଜ ଦିଗରେ ତଦନ୍ତ ଆରମ୍ଭ କରିଥିଲା ।ଅଭିଯୁକ୍ତର କଲ ରେକର୍ଡ ଯାଞ୍ଚ ସହ ରିମାଣ୍ଡରେ ଆଣି ପଚରାଉଚରା କରିଥିଲା ।

Leave A Reply

Your email address will not be published.