ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ମାହାଙ୍ଗା ଗଣହତ୍ୟା: ଆସିଲା ପୋଷ୍ଟମର୍ଟମ ରିପୋର୍ଟ

0

ମାହାଙ୍ଗା କୁସୁପୁର ଗଣହତ୍ୟା ମାମଲାରେ ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ । ସମସ୍ତଙ୍କ ଦେହରେ ଏକାଧିକ କ୍ଷତ ରହିଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ଟଣା ଭିଡା, ଜୋର ଜବରଦସ୍ତ ଭିତରେ ଘଟଣା ଘଟିଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ବିଷକ୍ରିୟା ପାଇଁ ମୃତ୍ୟୁ ନେଇ ରିପୋର୍ଟରେ ଉଲ୍ଲେଖ ନାହିଁ । କଟକ ଗ୍ରାମାଞ୍ଚଳ ଏସପି ଯୁଗଳ କିଶୋର ବନୋଥ ଏନେଇ ସୂଚନା ଦେଇଛନ୍ତି ।

ଗତ ୧୨ ତାରିଖରେ ଜମିଜମା ବିବାଦରୁ ବଡ଼ ଭାଇର ପୁରା ପରିବାରକୁ ମାରି ସିଫା କରିଦେଇଥିଲା ସାନ ଭାଇ । ବଡ଼ ଭାଇର ପରିବାରର ୫ ଜଣଙ୍କୁ ହତ୍ୟା କରି ଥାନାରେ ଆତ୍ମସମର୍ପଣ କରିଥିଲା ସାନ ଭାଇ । ଏହି ହତ୍ୟାକାଣ୍ଡ ପରେ କଟକ ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ କେଶପୁର ଗାଁରେ ପୁରା ଚାଞ୍ଚଲ୍ୟ ଖେଳିଯାଇଥିଲା । ସେପଟେ ହତ୍ୟା କରିବା ପରେ ସାନ ଭାଇ ବାଲିଚନ୍ଦ୍ରପୁର ଥାନାରେ ଆତ୍ମସମର୍ପଣ କରିଥିଲା । ସେ ହତ୍ୟା କରିଥିବା ଭିଡିଓରେ ସ୍ୱୀକାର କରିଥିଲା । ହେଲେ ଜଣେ ଏକା କିପରି ୫ ଜଣଙ୍କୁ ହତ୍ୟା କଲା ସେ ନେଇ ପ୍ରଶ୍ନ ଉଠିଥିଲା । ଅଭିଯୁକ୍ତ ଦୋଷ ସ୍ୱୀକାର କରିଥିବା ବେଳେ ପୁଲିସ ନିଜ ଦିଗରେ ତଦନ୍ତ ଆରମ୍ଭ କରିଥିଲା ।ଅଭିଯୁକ୍ତର କଲ ରେକର୍ଡ ଯାଞ୍ଚ ସହ ରିମାଣ୍ଡରେ ଆଣି ପଚରାଉଚରା କରିଥିଲା ।

Leave A Reply

Your email address will not be published.