ପ୍ରମୁଖ ଖବର

ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ- ୨ ନିମନ୍ତେ ୫୦ ସିଟ ବୃଦ୍ଧି କଲା ଏନ୍ ଏମ୍ ସି
ରାଜ୍ୟରେ କୌଣସି ନଦୀରେ ବନ୍ୟା ନାହିଁ : ସର୍ବୋଚ୍ଚ ଯନ୍ତ୍ରୀଙ୍କ ପ୍ରତିକ୍ରିୟା
ବ୍ୟାପିଲାଣି ବାର୍ଡ ଫ୍ଲୁ, ମଲେଣି ୩୦୦ରୁ ଅଧିକ କୁକୁଡ଼ା
ଶ୍ରୀମନ୍ଦିର ନାଟମଣ୍ଡପରୁ ହେବ ଧାଡି ଦର୍ଶନ : ମିଳିଲା ଅନୁମୋଦନ
ଅର୍ଚ୍ଚନା ଓ ପୁଅଙ୍କୁ ମାରିବାକୁ ଉଦ୍ୟମ, ସ୍ବାମୀ ଜଗବନ୍ଧୁଙ୍କୁ ଉଠାଇନେଲା ପୋଲିସ
ସୁରକ୍ଷାକର୍ମୀଙ୍କୁ ବଡ ସଫଳତା:୧୬ ହାର୍ଡକୋର ମାଓବାଦୀ ଗିରଫ
ବିଆରଏସରୁ ନିଲମ୍ବିତ ହେବାର ଦିନକ ପରେ ଦଳ ଛାଡିଲେ କବିତା
ବ୍ୟବସାୟୀଙ୍କୁ ଲୁଟ୍ ଘଟଣାରେ ୩ ହୋମଗାର୍ଡଙ୍କ ସହ ୭ ଗିରଫ

ସାଂସଦ ପଦରୁ ଇସ୍ତଫା ଦେଲେ ସୁବାସ ସିଂହ

0

ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଲେ ସୁବାସ ସିଂହ। କଟକ ମହାନଗର ନିଗମ ମେୟର ନିର୍ବାଚନ ବିଜୟ ପରେ ସାଂସଦ ପଦ ଛାଡିଛନ୍ତି। ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି। ଏନେଇ ସେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। କହିଛନ୍ତି, କଟକର ମେୟର ଭାବରେ ରହି କାମ କରିବି । ରାଜ୍ୟସଭା ସାଂସଦ ପଦବିରେ ରହି ଗତ ଦୁଇବର୍ଷ ମଧ୍ୟରେ ଓଡିଶାର ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ରାଜ୍ୟସଭାରେ ଉପସ୍ଥାପନ କରିବାକୁ ଉଦ୍ୟମ କରିଛି । ରାଜ୍ୟସଭାରେ ଜନକଲ୍ୟାଣକାରୀ ପ୍ରଶ୍ନ ଉଠାଇଥିଲି । ଭାରତବର୍ଷରେ କିଭଳି ନଦୀ ଏବଂ ଜଙ୍ଗଲ ରକ୍ଷଣାବେକ୍ଷଣା ଅଭାବରୁ ନଷ୍ଟ ହେବାରେ ଲାଗିଛି ସେନେଇ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ରାଜ୍ୟସଭାରେ ଉପସ୍ଥାପନ କରିଛି । ଯାହା ଏବେ ଆଇନଗତ ଦିଗକୁ ଯାଉଛି ।

କେବଳ ଏତିକି ନୁହେଁ, ରାଜ୍ୟସଭାରେ ରସଗୋଲାକୁ ଜିଆଇ ଟ୍ୟାଗ୍ ମାନ୍ୟତା ପ୍ରସଙ୍ଗ ମଧ୍ୟ ଉଠାଇଥିଲି । ଏହା ସହିତ, ବାରବାଟୀ ଦୁର୍ଗର ଉନ୍ନୟନ କାର୍ଯ୍ୟ, କଟକ-ସମ୍ବଲପୁର ରାସ୍ତାର ବିଳମ୍ବ ଭଳି ପ୍ରସଙ୍ଗ ସଂସଦରେ ଉଠାଇଥିଲି । ସୂଚାନା ଥାଉକି, ୨୦୨୦ରେ ଏପ୍ରିଲ ୨ରେ ସାଂସଦ ଭାବେ ଦାୟିତ୍ୱ ନେଇଥିଲେ ସୁବାସ ସିଂହ । ୨ ବର୍ଷରୁ ଅଧିକ ସମୟ ରାଜ୍ୟସଭା ସଭ୍ୟ ଭାବେ କାର୍ଯ୍ୟ କରିଛନ୍ତି। ସେ ଚଳିତ ବର୍ଷ କଟକ ମହାନଗର ନିଗମର ମେୟର ଭାବେ ନିର୍ବାଚିତ ହୋଇଛନ୍ତି

Leave A Reply

Your email address will not be published.