ପ୍ରମୁଖ ଖବର

ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରୁ ଉତ୍‌କ୍ଷେପଣ ହେଲା ଦୂରଗାମୀ କ୍ରୁଜ୍‌ ମିସାଇଲ
ବିଜେଡିରେ ମିଶିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ଆଜି ଶଙ୍ଖ ଭବନରେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ସେ ବିଜେଡିରେ ଯୋଗ ଦେଇଛନ୍ତି
ଆସନ୍ତାକାଲି ଛତିଶଗଡରେ ମତଦାନ, ସୀମା ସିଲ ଓ ହାଇ ଆଲର୍ଟ ଜାରି କଲା ମାଲକାନଗିରି ପୁଲିସ
ଆରପାରିରେ ବିଶିଷ୍ଟ ଅଭିନେତା, ନାଟ୍ୟକାର ତଥା ନିର୍ଦ୍ଦେଶକ ସଚ୍ଚି ଦାସ
ଦିନ ୨ଟା ୩୦ରେ ଭୁବନେଶ୍ବର ଉତ୍ତପ୍ତ ସହର, ତାପମାତ୍ରା ୪୩.୬ ଡିଗ୍ରି ରେକର୍ଡ
ଲଢ଼ିବେନି ପ୍ରସାଦ ହରିଚନ୍ଦନ, ମନୋଜ ରଥ ସତ୍ୟବାଦୀରୁ କଂଗ୍ରେସ ପ୍ରାର୍ଥୀ
କଂଗ୍ରେସରେ ଯୋଗଦେଲେ କେନ୍ଦ୍ରାପଡ଼ାର ପୂର୍ବତନ ବିଜେଡ଼ି ବିଧାୟିକା ସିପ୍ରା ମଲ୍ଲିକ, କଂଗ୍ରେସ ଭବନ ଆସି ଦଳର ପ୍ରାଥମିକ ସଦସ୍ୟତା ଗ୍ରହଣ କଲେ

କରୋନା ସଂକ୍ରମଣକୁ ନେଇ କଣ କହିଲେ ବିଜୟ

0

ଦିଲ୍ଲୀ ସମେତ ଅନ୍ୟ ରାଜ୍ୟ ଗୁଡ଼ିକରେ ଏବେ କରୋନା ସଂକ୍ରମଣ ବୃଦ୍ଧି ପାଇଥିବା ବେଳେ, ଓଡିଶାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ସେ କହିଛନ୍ତି ଯେ, ବର୍ତ୍ତମାନ ଓଡ଼ିଶାରେ ଉଦ୍‌ବେଗଜନକ ସ୍ଥିତି ନାହିଁ । ତଥାପି ଆଗାମୀ ୩ ରୁ ୪ ସପ୍ତାହ ଆମମାନଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ପୂର୍ବ ଲହର ଗୁଡିକରେ ଦିଲ୍ଲୀରେ ସଂକ୍ରମଣ ବଢିବାର ମାସକ ପରେ ଆମ ରାଜ୍ୟରେ ସଂକ୍ରମଣ ବଢିଥିବା ଦେଖିବାକୁ ମିଳିଥିଲା। ତେଣୁ ଏହି ସମୟ ଆମ ପାଇଁ ଖୁବ୍ ଗୁରୁତ୍ଵପୂର୍ଣ୍ଣ।

ଯେଉଁମାନେ ଟିକା ନେଇନାହାଁନ୍ତି ସେମାନେ ଖୁବ୍ ଶୀଘ୍ର ଟିକା ନିଅନ୍ତୁ ବୋଲି ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଅପିଲ୍ କରିଛନ୍ତି। ସେ କହିଛନ୍ତି ଯେ, ଯଦି ସଂକ୍ରମଣ ବଢିବା ଆରମ୍ଭ କରେ ତେବେ ଚିକିତ୍ସା ଷ୍ଟ୍ରାଟେଜିରେ ପରିବର୍ତ୍ତନ କରାଯିବ। ନିହାତି କାମ ନଥିଲେ ଭିଡ଼ ସ୍ଥାନଠୁ ଦୂରରେ ରୁହନ୍ତୁ। ଗହଳି ସ୍ଥାନକୁ ଗଲେ ମାସ୍କ ନିହାତି ପିନ୍ଧନ୍ତୁ। କିଛି ରାଜ୍ୟରେ ସଂକ୍ରମଣ ବଢିବା ଆରମ୍ଭ କରିଛି। ତେଣୁ ସଂକ୍ରମଣ ବଢିବା ସହ ଆର୍ ଭାଲ୍ୟୁ ମଧ୍ୟ ବଢିବ।

Leave A Reply

Your email address will not be published.