ପ୍ରମୁଖ ଖବର

ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ପ୍ରତିଶ୍ରୁତି: ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି
ସେଲଭାସାରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ: ୪ ମୃତ, ୫ ଗୁରୁତର ଆହତ
ତିରୁବନନ୍ତପୁରମରେ ମୋଦିଙ୍କ ଭବ୍ୟ ରୋଡ୍‌ଶୋ,ଉତ୍ସବମୟ ପରିବେଶ
ଓଡ଼ିଆ ପକ୍ଷ ଅବସରରେ ପ୍ରବେଶ ଉତ୍ସବ: କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ନାସିକରେ ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତ ପାଇଁ ଆଶ୍ୱସ୍ତିର ଖବର : ଭାରତ ଆସୁଛି ସପ୍ତମ ଏଲ୍‌ପିଜି ଟ୍ୟାଙ୍କର୍

ରାଜଧାନୀରେ ଡବଲ ମର୍ଡର

0

ରାଜଧାନୀ ଭୁବନେଶ୍ୱରରେ ଡବଲ୍ ମର୍ଡର ହୋଇଛି। ସ୍ତ୍ରୀ ଓ ଶାଳୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛି ସ୍ବାମୀ। ଘରୁ ଭିତରୁ ଉଦ୍ଧାର ହୋଇଛି ରକ୍ତାକ୍ତ ମୃତଦେହ। ଏହି ମର୍ଡର ଘଟଣା ଭୁବନେଶ୍ବର ଚନ୍ଦ୍ରଶେଖପୁର ଥାନା ଅନ୍ତର୍ଗତ ହାଉସିଂ ବୋର୍ଡ କଲୋନୀରେ ଘଟିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଦେହକୁ ଜବତ କରିଛି। ମୃତକଙ୍କ ମଧ୍ୟରେ ପତ୍ନୀ ଗାୟତ୍ରୀ ସେଠୀ ଓ ଶାଳୀ ସରସ୍ବତୀ ସେଠୀ ଥିବା ଜଣାପଡିଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ତେବେ ହତ୍ୟାକାଣ୍ଡର କାରଣ ଜଣାପଡିନାହିଁ।

ସୂଚନା ଅନୁସାରେ, ଚନ୍ଦ୍ରଶେଖପୁର ଥାନା ଅନ୍ତର୍ଗତ ହାଉସିଂ ବୋର୍ଡ କଲୋନୀ ଡବଲ ମର୍ଡର ହୋଇଛି। ଦୁଇ ଦିନ ତଳେ ପତ୍ନୀ ଗାୟତ୍ରୀ ସେଠୀ ଓ ଶାଳୀ ସରସ୍ବତୀ ସେଠୀଙ୍କୁ ଅଭିଯୁକ୍ତ ସ୍ବାମୀ ବିଜୟ ସେଠୀ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଥିଲା। ବିଭତ୍ସ ହତ୍ୟାକାଣ୍ଡ ଘଟାଇବା ଅଭିଯୁକ୍ତ ସ୍ବାମୀ ଧରାପଡିଛି। ହତ୍ୟା କାଣ୍ଡ ସମ୍ପର୍କରେ ପୋଲିସକୁ ସୂଚନା ମିଳିବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚିଛି। ଘର ଭିତରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଜବତ କରିଥିବା ବେଳେ ତଦନ୍ତ ଆରମ୍ଭ କରିଛି। ତେବେ ହତ୍ୟା କାଣ୍ଡର ପ୍ରକୃତ କାରଣ ଜଣାପଡିନାହିଁ। ସ୍ତ୍ରୀ ଆଉ ଶାଳୀ ଙ୍କ ନିର୍ଯାତନା ସହିନପାରି ମାରିଦେଲି ବୋଲି ପୁଲିସ ଆଗରେ କହିଛି ଅଭିଯୁକ୍ତ।ପୁଲିସ୍ ଉକ୍ତ ଘରକୁ ସିଲ୍ କରିଛି। ପୁଲିସ୍ ଓ ସାଣ୍ଟିଫିକ୍ ଟିମ୍ ପହଞ୍ଚି ଯାଞ୍ଚ କରିବା ପରେ ଅଧିକ ସୂଚନା ମିଳିପାରିବ।

Leave A Reply

Your email address will not be published.