ପ୍ରମୁଖ ଖବର

ଫିଫା ବିଶ୍ୱକପ୍ ଫାଇନାଲ୍ ପାଇଁ କେରଳରେ ଶିକ୍ଷାନୁଷ୍ଠାନ ଛୁଟି; ଫୁଟବଲ୍ ପ୍ରେମୀ ଛାତ୍ରଛାତ୍ରୀଙ୍କ ପାଇଁ ସରକାରଙ୍କ ବଡ଼ ନିଷ୍ପତ୍ତି
୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ତାମିଲ ସିନେମାର ଜଲୱା; ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ବିଜୟ
ଜମ୍ମୁ-କାଶ୍ମୀରରେ ଭୟଙ୍କର ଆକସ୍ମିକ ବନ୍ୟା: ୧୬ ମୃତ, ଅନେକ ନିଖୋଜ
ମାତୃଭାଷା ସହ ଆଉ ଗୋଟିଏ ଭାରତୀୟ ଭାଷା ଶିଖିବାକୁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ କଲେ ଅମିତ ଶାହ
୧୬ ବର୍ଷରୁ କମ୍ ବୟସ୍କଙ୍କ ପାଇଁ ସୋସିଆଲ ମିଡିଆରେ କଟକଣା ଆଣିପାରନ୍ତି କେନ୍ଦ୍ର ସରକାର
୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର: ଶ୍ରେଷ୍ଠ ଓଡ଼ିଆ ଫିଚର ଫିଲ୍ମ ସମ୍ମାନ ଜିତିଲା ‘ଲହରୀ’
ଜମ୍ମୁ-କାଶ୍ମୀରରେ ବାଦଲଫଟା ବର୍ଷା ଓ ଆକସ୍ମିକ ବନ୍ୟା: ୧୭ ମୃତ, ହାଇ ଆଲର୍ଟ ଜାରି
ଶ୍ରୀମନ୍ଦିରରେ ପୁଣି ଆରମ୍ଭ ହେବ ରତ୍ନଭଣ୍ଡାର ଅଳଙ୍କାର ଗଣତି ଓ ଥ୍ରୀଡି ସ୍କାନିଂ

ମେ’ ଦ୍ବିତୀୟ ସପ୍ତାହରେ ବାତ୍ୟା ହେବ କି?

0

ଭୁବନେଶ୍ବର: ପ୍ରଚଣ୍ଡ ଗ୍ରୀଷ୍ମ ପରେ ଏବେ ବର୍ଷା ଭୟ ଦେଖାଦେଲାଣି। ବଙ୍ଗୋପସାଗରରେ ମେ’ ପ୍ରଥମ ସପ୍ତାହ ଶେଷରେ ଗୋଟିଏ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଆଣ୍ଡାମାନ ସାଗରରେ ସୃଷ୍ଟି ହେବାକୁ ଯାଉଥିବା ସମ୍ଭାବ୍ୟ ଲଘୁଚାପ ଶକ୍ତିଶାଳୀ ହେବା ସମ୍ଭାବନା ଅଧିକ। ସଂପ୍ରତି ସମୁଦ୍ରର ତାପମାତ୍ରା ୩୨ ଡିଗ୍ରି ପାଖାପାଖି ଥିବା ପରିପ୍ରେକ୍ଷୀରେ ଏହା ଲଘୁଚାପ ବଳ ଦେଇ ଅଧିକ ଘନୀଭୂତ କରାଇପାରେ। ଭାରତର ପାଣିପାଗ ଏ ନେଇ କୌଣସି ସୂଚନା ଦେଇନଥିଲେ ହେଁ ପାଣିପାଗର ସ୍ଥିତି ଓ ବିଭିନ୍ନ ମଡେଲର ଆକଳନ ଡରାଉଛି ଯେ ମେ’ ମାସ ଦ୍ବିତୀୟ ସପ୍ତାହ ବେଳକୁ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହୋଇପାରେ। ତେବେ ଲଘୁଚାପ କେତେ ଭୀଷଣ ହେବ, ଏହା କିଭଳି ଆଗକୁ ବଢ଼ିବ ଏ ନେଇ ଏବେଠାରୁ କିଛି କୁହାଯାଇପାରିବ ନାହିଁ। କିନ୍ତୁ କିଛି ମଡେଲ ସୂଚାଉଛନ୍ତି ଯେ ଏହା ଉତ୍ତର ପଶ୍ଚିମ ଆଡକୁ ଗତି କରି ଓଡ଼ିଶା-ପଶ୍ଚିମବଙ୍ଗ ମୁହାଁ ହୋଇପାରେ। ଏବେଠାରୁ ଏତିକି କହିହେବ ଯେ ଲଘୁଚାପ ବଡ ବର୍ଷା ନେଇ ଆସିପାରେ।

ଗତ କିଛି ବର୍ଷ ହେଲା ମେ’ ମାସ ଘାତକ ସାବ୍ୟସ୍ତ ହେଉଛି। ସେ ଫନି ହେଉ କିମ୍ବା ଅମ୍ଫାନ୍ ବା ୟସ୍ ଏ ସମସ୍ତେ ମେ’ ମାସରେ ହିଁ ଓଡ଼ିଶା ଆସିଥିଲେ। ଏଣୁ ଏହି ଏଥର ଯେ ଏହାର ପୁନରାବୃତ୍ତି ନ ହେବ, ସେକଥା କହିହେବ ନାହିଁ।

କହିବା ବାହୁଲ୍ୟ ଯେ ୧୯୬୧ରୁ ୨୦୨୦ ମଧ୍ୟରେ ମୋଟ ୬୯ଟି ବାତ୍ୟା କ୍ଷେତ୍ର ସୃଷ୍ଟି ହୋଇଛି। ଏଥିରୁ ସର୍ବାଧିକ ୪୮ଟି ବଙ୍ଗୋପସାଗରରେ ଏବଂ ବାକି ଆରବସାଗରରେ ସୃଷ୍ଟି ହୋଇଥିଲା। ଏ ମଧ୍ୟରୁ ୫୦ଟି ବାତ୍ୟା ରୂପ ନେଇଥିଲା। ୧୫ଟି ବାତ୍ୟା ଆରବ ସାଗରରେ ହୋଇଛି ଓ ବାକି ୩୫ଟି ବଙ୍ଗୋପସାଗରରେ ସୃଷ୍ଟି ହୋଇଛି।

ପାଣିପାଗ ବିଭାଗର ପୂର୍ବାନୁମାନ ବର୍ତ୍ତମାନ ଏତିକି କହୁଛି ଯେ ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ଆଣ୍ଡାମାନ ନିକୋବର ,ମିଆଁମାର ଓ ଥାଇଲାଣ୍ଡ ଉପକୂଳରେ ଭୀଷଣ ବର୍ଷା ହେବ।

Leave A Reply

Your email address will not be published.