ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ଶକ୍ତି ବଢ଼ାଉଛି ଭୁତାଣୁ

0
  • ଦିନକରେ ୩୩୭୭ ଜଣଙ୍କ ଠାରେ ଭୁତାଣୁ ଠାବ, ୬୦ ଜଣଙ୍କ ମୃତ୍ୟୁ
  • ମାର୍ଚ୍ଚ ମଧ୍ୟଭାଗରୁ ଏବେ ସୁଦ୍ଧା ସବୁଠାରୁ ଅଧିକ ସଂକ୍ରମଣ
  • ଓଡ଼ିଶାରେ ୧୦ଜଣ କରୋନା ସଂକ୍ରମିତ, ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୭୮

ନୂଆଦିଲ୍ଲୀ: ଭୀଷଣ ରୂପ ନେଇ କାୟା ମେଲାଉଛି କୋଭିଡର ଚତୁର୍ଥ ଲହର। ଢେର୍ ଘାତକ ସାବ୍ୟସ୍ତ ହେଉଛି। ଏକଥା ଆମେ କହୁନାହୁଁ। ପ୍ରତିଦିନ ଆସୁଥିବା ପରିସଂଖ୍ୟାନ ହିଁ ଜଣାଇ ଦେଉଛି ଯେ କେତେ ଭୟାବହ ହେଉଛି ଏହାର ପରିଣାମ। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୩୭୭ ଜଣଙ୍କ ଠାରେ କୋଭିଡ୍ ଭୁତାଣୁ ଠାବ ହୋଇଛି। ଏଥିସହିତ ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୪ କୋଟି ୩୦ଲକ୍ଷ ୭୨ ହଜାର ୧୭୬କୁ ବୃଦ୍ଧି ପାଇଛି। ଗତ ମାର୍ଚ୍ଚ ମଧ୍ୟଭାଗରୁ ଏବେ ମଧ୍ୟରେ ଏତେ ସଂଖ୍ୟକ କରୋନା ସଂକ୍ରମିତ କେବେ ଚିହ୍ନଟ ହୋଇନଥିଲେ।

ସବୁଠାରୁ ଉଦବେଗର ବିଷୟ ହେଲା ଯେ ଆଜି ସ୍ବାସ୍ଥ୍ୟ ମନ୍ତ୍ରାଳୟ ୬୦ଜଣଙ୍କର କୋଭିଡ୍ ମୃତ୍ୟୁ ହୋଇଥିବା ରିପୋର୍ଟ କରିଛି। ଦେଶରେ ମୋଟ କୋଭିଡ୍ ଜନିତ ମୃତ୍ୟୁ ସଂଖ୍ୟା ୫ଲକ୍ଷ ୨୩ ହଜାର ୭୫୩ ଛୁଇଁଛି। ଏହା ହିଁ ଜଣାଇ ଦେଉଛି ଯେ ଜୀବନ ପ୍ରତି ଏହି ପର୍ଯ୍ୟାୟରେ ମଧ୍ୟ ଅଧିକ ବିପଦ ରହୁଛି। ଖାସ୍ ଏଥିପାଇଁ ସମସ୍ତଙକୁ ସଜାଗ ରହିବାକୁ ପଡିବ।

ଏପଟେ ଓଡ଼ିଶାରେ ୧୦ଜଣଙ୍କ ଠାରେ କୋଭିଡ୍ ଭୁତାଣୁ ମିଳିଛି।ଏମାନଙ୍କ ମଧ୍ୟରେ ୦-୧୮ ବର୍ଷ ବୟସର ଜଣେ ଅଛନ୍ତି। ୬ ଜଣ କ୍ବାରେଣ୍ଟାଇନରେ ଥିଲେ ଓ ସ୍ଥାନୀୟ ସଂକ୍ରମଣରୁ ୪ଜଣଙ୍କ ଠାରେ ଭୁତାଣୁ ଠାବ ହୋଇଛି। କଟକ, କେନ୍ଦ୍ରାପଡା, ନୟାଗଡ ଓ ସୁନ୍ଦରଗଡରେ ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଖୋର୍ଧାରେ ୪ଜଣ ଏବଂ ସମ୍ବଲପୁରରେ ୨ଜଣ କୋଭିଡ୍ ସଂକ୍ରମିତ ସାମ୍ନାକୁ ଆସିଛନ୍ତି। ରାଜ୍ୟରେ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୭୮ ରହିଛି।

Leave A Reply

Your email address will not be published.