ପ୍ରମୁଖ ଖବର

କାଲିଠୁ କ୍ଷୟକ୍ଷତି ଆକଳନ କରାଯିବ: ମନ୍ତ୍ରୀ
ଲାଞ୍ଚ ନେଇ ଧରାପଡ଼ିଲେ ସିଟି-ଜିଏସ୍‌ଟି ଅଧିକାରୀ
ଏସଆଇ ପରୀକ୍ଷା ଜାଲିଆତି: ଗିରଫ ୧୧୪ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ
ଟ୍ରକ୍‌ ପଛରେ ପିଟି ହେଲା ବସ୍, ଡ୍ରାଇଭର ଓ ହେଲ୍‌ପର ମୃତ
ରାଫେଲରେ ଉଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଉରକେଲା-ରାଞ୍ଚି ସେକ୍ସନରେ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ
ଯୁକ୍ତ ୨ ଫର୍ମ ପୂରଣ ପାଇଁ ଘୁଞ୍ଚିଲା ତାରିଖ

ପିକଅପ୍ ଭ୍ୟାନ୍ ରୁ ୩ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ

0

କାମାକ୍ଷାନଗର ବ୍ଲକ ତୁମୁସିଙ୍ଗା ଥାନା ପଣ୍ଡୁଆ ଫାଣ୍ଡି ନିକଟରେ ଜଣେ ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ  ୩ ଲକ୍ଷ ଟଙ୍କା ଦୁର୍ବୃତ୍ତମାନେ  ଲୁଟି ନେଇଛନ୍ତି। ଲୁଟର ଶିକାର  ହୋଇଛନ୍ତି ବ୍ୟବସାୟୀ ଅଭିମନ୍ୟୁ ସାହୁ।

ଜିରାଳ ଗାଁରେ ଅଭିମନ୍ୟୁଙ୍କର ଏକ ଗ୍ରୋସରି ଦୋକାନ ଅଛି। ସେ ଦୋକାନ ପାଇଁ ଜିନିଷପତ୍ର ଆଣିବାକୁ ନିଜ ପିକ୍‌ଅପ୍‌ ଭ୍ୟାନରେ ଦିନ ପ୍ରାୟ ସାଢ଼େ ୧୨ଟା ବେଳେ ଜିରାଳରୁ କଟକ ମାଲ ଗୋଦାମ ଅଭିମୁଖେ ବାହାରିଥିଲେ। ପଣ୍ଡୁଆ ଫାଣ୍ଡି ନିକଟରେ ପିକଅପକୁ ୩ ଜଣ ଦୁର୍ବୃତ୍ତ ଅଟକାଇଥିଲେ । ଅଭିମନ୍ୟୁଙ୍କୁ ସେମାନେ ବନ୍ଧୁକ ଦେଖାଇ ଭୟଭୀତ କରାଇଥିଲେ। ପରେ ତାଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ । ତାଙ୍କ ହାତରେ ଆଘାତ ଲାଗିଛି। ସେହିପରି ତାଙ୍କ ଡ୍ରାଇଭର ମୃତ୍ୟୁଞ୍ଜୟ ପଣ୍ଡା ସାମାନ୍ୟ ଆହତ ହୋଇଛନ୍ତି। ଆକ୍ରମଣ ପରେ  ତାଙ୍କ ଠାରୁ ଟଙ୍କା ନେଇ ଦୁର୍ବୃତ୍ତ  ଫେରାର ହୋଇ ଯାଇଥିଲେ । ଏ ନେଇ ଅଭିମନ୍ୟୁ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.