ପ୍ରମୁଖ ଖବର

ଆସନ୍ତାକାଲି ଓଡ଼ିଶା ବନ୍ଦ, ବସ୍‌ ଚାଲିବ; ଅଟୋ ବନ୍ଦ
ରସାୟନ ବିଜ୍ଞାନରେ କାଗନ ଓ ସୋଆଇଙ୍କୁ ନୋବେଲ୍
ଦିଲ୍ଲୀର ନ୍ୟୁ ସୀମାପୁରୀ ଅଞ୍ଚଳରେ ୫ ମହଲା କୋଠା ଭୁଶୁଡ଼ି ପଡ଼ିଛି
ନୌସେନାର ଶକ୍ତି ବଢ଼ିବ, ବ୍ରହ୍ମୋସ୍ ପାଇଁ ୬୬୧ କୋଟିର ଚୁକ୍ତି
ରେପୋ ହାର ୦.୨୫% ବଢ଼ିଲା, ମହଙ୍ଗା ହେବ ଋଣ
ଓଡ଼ିଶାରେ ଆଇଏଏସ୍‌-ଓଏଏସ୍‌ ଅଦଳବଦଳ, ବଦଳିଲେ ଦୁଇ ଜିଲ୍ଲାପାଳ
ଏସିବିସିଙ୍କ ସାମାଜିକ-ରାଜନୈତିକ ସ୍ଥିତି ଅନୁଧ୍ୟାନ ପାଇଁ କମିଶନ
ମିଥୁନ ଚକ୍ରବର୍ତ୍ତୀଙ୍କୁ ବଡ଼ ଦାୟିତ୍ୱ, ମିଳିଲା କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା

ପିକଅପ୍ ଭ୍ୟାନ୍ ରୁ ୩ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ

0

କାମାକ୍ଷାନଗର ବ୍ଲକ ତୁମୁସିଙ୍ଗା ଥାନା ପଣ୍ଡୁଆ ଫାଣ୍ଡି ନିକଟରେ ଜଣେ ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ  ୩ ଲକ୍ଷ ଟଙ୍କା ଦୁର୍ବୃତ୍ତମାନେ  ଲୁଟି ନେଇଛନ୍ତି। ଲୁଟର ଶିକାର  ହୋଇଛନ୍ତି ବ୍ୟବସାୟୀ ଅଭିମନ୍ୟୁ ସାହୁ।

ଜିରାଳ ଗାଁରେ ଅଭିମନ୍ୟୁଙ୍କର ଏକ ଗ୍ରୋସରି ଦୋକାନ ଅଛି। ସେ ଦୋକାନ ପାଇଁ ଜିନିଷପତ୍ର ଆଣିବାକୁ ନିଜ ପିକ୍‌ଅପ୍‌ ଭ୍ୟାନରେ ଦିନ ପ୍ରାୟ ସାଢ଼େ ୧୨ଟା ବେଳେ ଜିରାଳରୁ କଟକ ମାଲ ଗୋଦାମ ଅଭିମୁଖେ ବାହାରିଥିଲେ। ପଣ୍ଡୁଆ ଫାଣ୍ଡି ନିକଟରେ ପିକଅପକୁ ୩ ଜଣ ଦୁର୍ବୃତ୍ତ ଅଟକାଇଥିଲେ । ଅଭିମନ୍ୟୁଙ୍କୁ ସେମାନେ ବନ୍ଧୁକ ଦେଖାଇ ଭୟଭୀତ କରାଇଥିଲେ। ପରେ ତାଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ । ତାଙ୍କ ହାତରେ ଆଘାତ ଲାଗିଛି। ସେହିପରି ତାଙ୍କ ଡ୍ରାଇଭର ମୃତ୍ୟୁଞ୍ଜୟ ପଣ୍ଡା ସାମାନ୍ୟ ଆହତ ହୋଇଛନ୍ତି। ଆକ୍ରମଣ ପରେ  ତାଙ୍କ ଠାରୁ ଟଙ୍କା ନେଇ ଦୁର୍ବୃତ୍ତ  ଫେରାର ହୋଇ ଯାଇଥିଲେ । ଏ ନେଇ ଅଭିମନ୍ୟୁ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.