ପ୍ରମୁଖ ଖବର

ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ
ଯୁକ୍ତ ୨ କଳା ଓ ଅନ୍ୟ ଧନ୍ଦାମୂଳକ ପରୀକ୍ଷା ଫଳ ଜୁନ ମାସ ୮ ତାରିଖ ପରେ ବାହାରିବାର ସମ୍ଭାବନା ରହିଛି
ରାଜଧାନୀର ୫୭ଟି ସ୍ଥାନରେ ହେବ ରଥଯାତ୍ରା, ନବଦିନାତ୍ମକ ଯାତ୍ରା ପାଇଁ ସଜାଗ କମିଶନରେଟ୍ ପୋଲିସ
ରଥଯାତ୍ରା ପାଇଁ ହେଲା ନୀତି ନିର୍ଘଣ୍ଟ, ଅପରାହ୍ନ ୪ଟାରେ ଆରମ୍ଭ ହେବ ରଥଟଣା
ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ସାମିଲ ହେଲେ କିନ୍ନର
ଜୁନ୍‌ ପହିଲାରୁ କର୍ଣ୍ଣାଟକରେ ମହିଳାଙ୍କ ପାଇଁ ମାଗଣା ବସ୍‌ ଯାତ୍ରା
ଆସନ୍ତାକାଲି ଶ୍ରୀମନ୍ଦିରରେ ୪ଘଣ୍ଟା ପାଇଁ ବନ୍ଦ ରହିବ ସାଧାରଣଦର୍ଶନ
ପ୍ରଥମଥର ପାଇଁ ଓଡିଶା ତରଫରୁ ଆୟୋଜନ କରାଯାଉଛି ପୁରୁଷ ଫୁଟବଲ ଟୁର୍ଣ୍ଣାମେଣ୍ଟ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଫୁଟବଲ ଟୁର୍ଣ୍ଣାମେଣ୍ଟର ପ୍ରଥମ ଟିକେଟ ଦେଲେ ଭାରତୀୟ ଦଳର ଅଧିନାୟକ ସୁନୀଲ ଛେତ୍ରୀ
ଶ୍ରୀମନ୍ଦିରରେ ବ୍ୟବହାର ହେବ ସାତ୍ୱିକ ରେଶମ ବସ୍ତ୍ର: ବଦଳିବ ମହାପ୍ରଭୁଙ୍କ ଗୀତଗୋବିନ୍ଦ ଖଣ୍ଡୁଆ ପାଟର ପ୍ରସ୍ତୁତି ପ୍ରଣାଳୀ
ରଦ୍ଦ ହୋଇପାରେ ୧୫୦ଟି ମେଡିକାଲ କଲେଜର ମାନ୍ୟତା, ଏନଏମସି ନେଇପାରେ କଠୋର କାର୍ଯ୍ୟାନୁଷ୍ଠାନ

ଓଡିଶା ଉପକୂଳରେ ପହଁଞ୍ଚିଲା ବେଳକୁ ଦୁର୍ବଳ ହେବ ‘ଅସାନି‘

0

ଭୁବନେଶ୍ବର: ବାତ୍ୟା ୧୦ ତାରିଖ ସନ୍ଧ୍ୟା ସମୟରେ ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ ଉପକୂଳ ଦେଇ ଅତିକ୍ରମ କରିବ। ହେଲେ ସ୍ଥଳ ଭାଗକୁ ଆସିବ ନାହିଁ। ସମୁଦ୍ର ମଧ୍ୟରେ ସମାନ୍ତରଳ ଭାବେ ଏହା ଉତ୍ତର ବଙ୍ଗୋପସାଗର ମୁହାଁ ହେବ। ପୁରୀ ଠାରୁ ଏହା ପ୍ରାୟ ୯୦ରୁ ୧୦୦ କିମି ଦୂରରେ ଅତିକ୍ରମ କରିବ।

ବାତ୍ୟା ଅତିକ୍ରମ କରିବା ବେଳେ ପବନର ସର୍ବାଧିକ ଘଣ୍ଟାପ୍ରତି ବେଗ ୫୦ କିମି ଯାଏ ରହିବ। ୧୦ ତାରିଖରେ ବାତ୍ୟା ଯୋଗୁ ଗଜପତି, ଗଞ୍ଜାମ ଓ ପୁରୀରେ ମଧ୍ୟମରୁ ପ୍ରବଳ ବର୍ଷା ହେବ। ସେହିପରି ୧୧ ତାରିଖରେ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କଟକ ଓ ଜଗତସିଂହପୁରରେ ପ୍ରବଳ ବର୍ଷାର ଆଶଙ୍କା ରହିଛି। ୧୨ରେ ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱରର ଗୋଟିଏ ଦୁଟି ସ୍ଥାନରେ ୭ରୁ ୧୧ ସେମି ଯାଏ ବର୍ଷା ହୋଇପାରେ ବୋଲି ସେ ସୂଚନା ଦେଇଛନ୍ତି।

ଏହାକୁ ନଜରରେ ରଖି ୪ଜିଲ୍ଳାକୁ ସତର୍କ ସୂଚନା ଜାରି କରିଛନ୍ତି ରାଜ୍ୟ ସରକାର । ବିଶେଷକରି ପ୍ରଭାବିତ ହେବାକୁ ଥିବା ୪ଟି ଜିଲ୍ଳାର ୧୫ବ୍ଲକକୁ ସତର୍କ ସୂଚନା ଜାରି କରାଯାଇଛି । ଗଞ୍ଜାମ ଜିଲ୍ଳାର, ରଙ୍ଗେଇଲୁଣ୍ଡା,ଚିକିଟି, ଛତ୍ରପୁର । ପୁରୀ ଜିଲ୍ଳାର କୃଷ୍ଣପ୍ରସାଦ, ବ୍ରହ୍ମଗିରି, ପୁରୀ ସଦର, ଗୋପ, କାକଟପୁର, ଅସ୍ତରଙ୍ଗ । ଜଗତସିଂହପୁର ଜିଲ୍ଲାର ବାଲିକୁଦା, ଏରସମା, କୁଜଙ୍ଗ ଓ କେନ୍ଦ୍ରାପଡାର ମହାକାଳପଡା ଓ ରାଜନଗର ବ୍ଲକର ତଳିଆ ଅଞ୍ଚଳର ମାଟି ଘର ଓ କୁଡିଆ ଘରେ ରହୁଥିବା ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିବାକୁ ଏସଆରସି ଜିଲ୍ଳାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

୧୨ ତାରିଖରେ ଓଡ଼ିଶା ଉପକୂଳର ସବୁଠୁ ନିକଟବର୍ତ୍ତୀ ହେବ ବାତ୍ୟା ଆସାନୀ । ପୁରୀ ଠାରୁ ୮୦ରୁ ୯୦ କିଲୋମିଟିର ଦୂରତାରୁ ସମୂଦ୍ର ଭିତରେ ଉତ୍ତର-ପୂର୍ବ ଦିଗରେ ଗତି କରିବ । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୮୦ କିଲୋମିଟର ରହିବ । ବର୍ତ୍ତମାନ ପୁରୀଠାରୁ ପ୍ରାୟ ୬୮୦ କିଲୋମିଟର ଦୂର ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସିଭିୟର ସାଇକ୍ଲୋନିକ ଷ୍ଟର୍ମ ବା ଭୀଷଣ ବାତ୍ୟା ଅସାନି ରହିଛି । ସମୁଦ୍ର ଭିତରେ କେନ୍ଦ୍ରୀଭୂତ ହୋଇ ଅସାନି ବଳ ଗୋଟାଇ ଧିରେ ଧିରେ ଉପକୂଳ ମୁହାଁ ହେଉଛି ।

ଏହା ଗତ ୬ଘଣ୍ଟା ହେଲା, ଘଣ୍ଟାପ୍ରତି ୨୫ କିଲୋମିଟର ବେଗରେ ବଙ୍ଗୋପସାଗରର ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି । ପୁରୀର ଦକ୍ଷିଣ- ଦକ୍ଷିଣ-ପୂର୍ବ ଦିଗରେ ୬୮୦ କିଲୋମିଟର ଦୂରରେ ଅସାନି ରହିଛି । ୧୦ତାରିଖ ସନ୍ଧ୍ୟା ଯାଏ ଏହା ଉପକୂଳ ଆଡକୁ ମୁହାଁଇବ, ଏହା ପରେ ମୋଡ ବଦଳାଇ ଉତ୍ତର ପୂର୍ବ ଦିଗରେ ଗତି କରିବ । ବାତ୍ୟା ଉପକୂଳ ଛୁଇଁବ ନାହିଁ ବୋଲି କୁହାଯାଉଛି । ବାତ୍ୟା ଯୋଗୁ ଆସନ୍ତା ୧୨ ତାରିଖ ଯାଏ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅସାନ୍ତ ରହିବ । ତେଣୁ ମତ୍ସଜୀବୀମାନଙ୍କୁ ୯ରୁ ୧୧ ତାରିଖ ଯାଏ ସମୂଦ୍ର ଭିତରକୁ ନ ଯିବାକୁ ବାରଣ କରାଯାଇଛି । ଧାମରା, ପାରାଦୀପ ସମେତ ଓଡ଼ିଶାର ସମସ୍ତ ସାମୂଦ୍ରିକ ବନ୍ଦରଙ୍କୁ ୨ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି ।

Leave A Reply

Your email address will not be published.