ପ୍ରମୁଖ ଖବର

ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ପ୍ରତିଶ୍ରୁତି: ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି
ସେଲଭାସାରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ: ୪ ମୃତ, ୫ ଗୁରୁତର ଆହତ
ତିରୁବନନ୍ତପୁରମରେ ମୋଦିଙ୍କ ଭବ୍ୟ ରୋଡ୍‌ଶୋ,ଉତ୍ସବମୟ ପରିବେଶ
ଓଡ଼ିଆ ପକ୍ଷ ଅବସରରେ ପ୍ରବେଶ ଉତ୍ସବ: କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ନାସିକରେ ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତ ପାଇଁ ଆଶ୍ୱସ୍ତିର ଖବର : ଭାରତ ଆସୁଛି ସପ୍ତମ ଏଲ୍‌ପିଜି ଟ୍ୟାଙ୍କର୍

ରୋଷେଇ ଘରେ ମହଙ୍ଗା ମାଡ଼

0

ଭୁବନେଶ୍ଵର : ରନ୍ଧନ ଗ୍ୟାସ୍, ଖାଇବା ତେଲରେ ଅହେତୁକ ଦରବୃଦ୍ଧି ପରେ ଏବେ ବଢ଼ିଲାଣି ପରିବା ଦର। ଟମାଟୋ କିଲୋ ୧୨୦ ଟଙ୍କା ଛୁଇଁଲାଣି। ସେପଟେ ଆମିଷ କଥା ନକହିବା ଭଲ। ୩୦୦ ଟଙ୍କା ଛୁଇଁବାକୁ ବସିଲାଣି ଚିକେନ୍ କିଲୋ। ବାତ୍ୟା ଭୟରେ ଯୋଗାଣ ବନ୍ଦ ଥିବାରୁ ବଜାରରେ ସୃଷ୍ଟି ହୋଇଛି କୃତ୍ରିମ ଅଭାବ। ମହଙ୍ଗା ମାଡ଼ ଯୋଗୁଁ ହନ୍ତସନ୍ତ ହେଉଛନ୍ତି ଗରିବ ଓ ମଧ୍ୟବିତ୍ତ ପରିବାର ଲୋକେ।

ନାସିକ୍ ଓ ରାୟପୁରରୁ ଟମାଟୋ ଯୋଗାଣ ବନ୍ଦ ହେବା ଯୋଗୁଁ ଟମାଟୋ କିଲୋ ପିଛା ୧୨୦ ଟଙ୍କାରେ ପହଞ୍ଚିଛି । ଗୋଟିଏ ସପ୍ତାହ ଧରି ୮୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଏବେ ୧୨୦ ଟଙ୍କା ହୋଇଯାଇଛି । ରାଜ୍ୟରେ ଏବେ ଟମାଟୋ ଉତ୍ପାଦନ ହେଉନି । ଫଳରେ ବାହାର ରାଜ୍ୟ ଉପରେ ସମ୍ପୂର୍ଣ୍ଣ ନିର୍ଭର କରୁଛନ୍ତି ବ୍ୟବସାୟୀ । ରାଜ୍ୟ ବାହାରୁ ଆସୁଥିବାରୁ ନିୟନ୍ତ୍ରଣ ବାହାରେ ଟମାଟୋ ଦର। ଉଚ୍ଚା ଦାମ ଯୋଗୁଁ କିଲେ ଜାଗାରେ କିଏ ଅଢେଇ ଶହ ତ ଆଉ କିଏ ଦର ଣୁଣି ମୁହଁ ମୋଡି ପଳାଉଛନ୍ତି । ଏପରିକି ବଜାରକୁ ମଧ୍ୟ ଅଧିକ ପରିମାଣର ଟମାଟୋ ଆସୁନାହିଁ । ଅଳ୍ପ କିଛି ପରିବା ଦୋକାନୀ ଟମାଟୋ ରଖୁଥିବା ଦେଖିବାକୁ ମିଳିଛି ।

କେବଳ ଟମାଟୋ କାହିଁକି କିଛି ଦିନ ହେଲା ବଜାରରେ ଚିକେନ ଦର ବି ବଢିବାରେ ଲାଗିଛି । କ୍ରମାଗତ ଭାବେ କୁକୁଡା ଦାନା ଦରବୃଦ୍ଧି ଓ ଗ୍ରୀଷ୍ମ ପ୍ରବାହ ଯାଗୁଁ କୁକୁଡା ମରୁଛନ୍ତି । ସେପଟେ ଚିଆଁ ଦାମ୍ କିଣା ଅଧିକ ପଡିବା, ସହ ପରିବହନ ଖର୍ଚ୍ଚ ବଢିବା ଯୋଗୁଁ ଚିକେନ ଦର ବଢିବାରେ ଲାଗିଛି। ଯାହା ଫଳରେ ଭୁବନେଶ୍ଵରରେ ଚିକେନ ଦର ୨୮୦ ରୁ ୩୦୦ରେ ପହଞ୍ଚିଲାଣି। ଯାହକୁ ନେଇ ଉଭୟ ଓ ଗ୍ରାହକ ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳୁଛି।

Leave A Reply

Your email address will not be published.