ପ୍ରମୁଖ ଖବର

ପିକନିକ୍ ପାଇଁ ମାର୍ଗଦର୍ଶିକା ଜାରି କଲା ପରିବହନ ବିଭାଗ
ନୂଆବର୍ଷ ଭିଡକୁ ଦୃଷ୍ଟିରେ ରଖି ପୁରୀରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ
ଜାନୁଆରୀ ୨ରୁ ଯୁକ୍ତ ଦୁଇ ପ୍ରାକ୍ଟିକାଲ୍ ପରୀକ୍ଷା
ଭୁବନେଶ୍ବର ବିମାନବନ୍ଦରରୁ ୪ କୋଟି ଟଙ୍କାର ମରିଜୁଆନା ଜବତ
ନିୟନ୍ତ୍ରଣ ହରାଇ ଘାଇକୁ ଖସିଲା ବସ୍, ୭ମୃତ

ଅବକାରୀ ଅଧୀକ୍ଷକଙ୍କୁ ଗିରଫ କଲା ଭିଜିଲାନ୍ସ

0

ରାୟଗଡା: ରାୟଗଡ଼ାର ଅବକାରୀ ଅଧୀକ୍ଷକ ନିନା ବେଉରା ଗିରଫ । ଗତକାଲି ରାତି ପାଖାପାଖି ୧୧ଟା ୩୦ରେ ରାୟଗଡ଼ାରୁ ଭୁବନେଶ୍ୱର ଆସୁଥିବା ବେଳେ ଭୁବନେଶ୍ୱର ନିକଟରେ ନିନାଙ୍କୁ ଧରିଲା ଭିଜିଲାନ୍ସ । ତାଙ୍କଠାରୁ ୬ ଲକ୍ଷ ଟଙ୍କା ଜବତ କରାଯାଇଛି । ଟଙ୍କା କେଉଁଠୁ ଆଣିଲେ, ସେନେଇ ସନ୍ତୋଷଜନକ ଉତ୍ତର ଦେଇନପାରିବାରୁ ଗିରଫ କରିଛି ଭିଜିଲାନ୍ସ ।

ଏହାପରେ ନିନାଙ୍କ ଘର ଓ ତାଙ୍କ ସଂପର୍କୀୟଙ୍କ ଘରେ ରେଡ୍ କରୁଛି ଭିଜିଲାନ୍ସ । ନିନାଙ୍କ ସ୍ୱାମୀ ନିହାର ରଞ୍ଜନ ଦାସ ହେଉଛନ୍ତି ମାହାଙ୍ଗା ଥାନା ଆଇଆଇସି । ତାଙ୍କ କ୍ୱାର୍ଟର୍ସକୁ ଭିଜିଲାନ୍ସ ଚଢାଉ କରିବାକୁ ଯାଇଥିବା ବେଳେ ସେ ସହଯୋଗ କରୁନଥିବା ଜଣାପଡ଼ିଛି । କ୍ୱାର୍ଟର୍ସରେ ତାଲା ପକାଇ ସେ କୁଆଡେ ପଳାଇ ଯାଇଛନ୍ତି । ତାଙ୍କ ସହ ଭିଜିଲାନ୍ସ କୌଣସି ଯୋଗାଯୋଗ କରିପାରୁନାହିଁ । ତୁରନ୍ତ ତାଙ୍କୁ ଭୁବନେଶ୍ୱର ଭିଜିଲାନ୍ସ ଅଫିସରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.