ପ୍ରମୁଖ ଖବର

ହିଞ୍ଜିଳିରେ ପ୍ରଚାର କରିଛନ୍ତି ଅଭିନେତା ବାବୁସାନ ମହାନ୍ତି ,ଗୀତ ଗାଇ ବାବୁସାନଙ୍କ ପ୍ରଚାର
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି, ଓଡ଼ିଶାରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ୱାଲ
ପାଟନା ଜଙ୍କସନ ରେଳଷ୍ଟେସନ ନିକଟରେ ଥିବା ହୋଟେଲରେ ଭୟାନକ ଅଗ୍ନିକାଣ୍ଡ: ୬ ମୃତ, ୧୮ ଗୁରୁତର

ପୁରୀରୁ ଜବତ ହେଲା ୩ କୋଟିର ବ୍ରାଉନସୁଗାର

0

ପୁରୀ : ୩ କୋଟି ଟଙ୍କାର ବ୍ରାଉନ୍‌ସୁଗାର ଜବତ। ପୁରୀ ମଙ୍ଗଳଘାଟ ଅଞ୍ଚଳରୁ ଏହି ବ୍ରାଉନ୍‌ସୁଗାରକୁ ଜବତ କରିଛି ସ୍ପେଶାଲ ସ୍କ୍ୱାର୍ଡ। ଏହା ସହ ବ୍ରାଉନ୍‌ସୁଗାର ମାଫିଆ ସୁଜିତ ପଟ୍ଟନାୟକ ଓରଫ୍ ନଣ୍ଡାକୁ ବି ଗିରଫ କରିଛି ପୁଲିସ।

ସୂଚନା ଅନୁଯାୟୀ, ଏକ ଅଲଟୋ ଗାଡ଼ିରେ ବ୍ରାଉନସୁଗାର ଆସୁଥିବା ବାସେଲି ସାହି ଥାନା ପୁଲିସ କୌଣସି ସୂତ୍ରରୁ ଖବର ପାଇଥିଲା। ପୁଲିସ ମଙ୍ଗଳାଘାଟ ଛକରେ ଲୁଚି ରହିଥିଲା। ବ୍ରାଉନସୁଗାର ଗାଡ଼ିଟି ମଙ୍ଗଳାଘାଟ ଛକରେ ପହଞ୍ଚିବା ପରେ ପୁଲିସ ଗାଡ଼ିକୁ ଅଟକାଇଥିଲା। ଗାଡ଼ିକୁ ଯାଞ୍ଚ କରିବାରୁ ସେଥିରୁ ୩ କେଜି ଧଳାଜହର ବାହାରିଥିଲା। ପୁଲିସ ବ୍ରାଉନସୁଗାରକୁ ଜବତ କରିବା ସହ ଘଟଣାର ତଦନ୍ତ କରୁଛି।

ଗତ କିଛି ଦିନ ହେବ ବ୍ରାଉନ୍‌ସୁଗାର ମାଫିଆ ନଣ୍ଡା ପୋଲିସ ସ୍କାନରେ ଥିଲା । ଲଗାତର ଭାବେ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ମଧ୍ୟ କରୁଥିଲା । ପୁଲିସ ଏହି ଘଟଣାରେ ୨ଜଣଙ୍କୁ ଅଟକ ରଖିଥିବା ବେଳେ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ସୁଜିତ କୁମାର ପଟ୍ଟନାୟକ। ଜବତ ବ୍ରାଉନସୁଗାର ଆନୁମାନିକ ମୂଲ୍ୟ ୩କୋଟି ଟଙ୍କା ହେବ ବୋଲି  ପୁରୀ ଏସ୍‌ପି ସୂଚନା ଦେଇଛନ୍ତି।

ଏହି ଘଟଣାକୁ ନେଇ ସାମ୍ବାଦିକ ସମ୍ମିଳନୀରେ ରେ ଏସପି କହିଛନ୍ତି ନଣ୍ଡାକୁ ରିମାଣ୍ଡରେ ଅଣାଯିବ।୩ଜଣଙ୍କୁ ଗିରଫ କରାଯାଇଛି।ଏମାନଙ୍କ ଭିତରୁ ନଣ୍ଡା ଓରଫ ସୁଜିତ ମାଷ୍ଟର ମାଇଣ୍ଡ୍। ସମସ୍ତ ୩ଜଣ କଣାସ ଅଞ୍ଚଳର ଏବଂ ପୁଲିସର ୩ଟି ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି।ସେ ଆହୁରି କହିଛନ୍ତି ପୁରୀକୁ ବ୍ରାଉନସୁଗାର ଫ୍ରି କରିବା ଆମର ଲକ୍ଷ।

Leave A Reply

Your email address will not be published.