ପ୍ରମୁଖ ଖବର

ମଣିପୁରରେ ପୁଣି ରକ୍ତପାତ: ଗୁଳିମାଡ଼ରେ ୩ ଗ୍ରାମବାସୀ ମୃତ
ଚାଉଳ ମିଲିଂ ଦର ଦ୍ୱିଗୁଣ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ
ମଣିପୁରରେ ପୁଣି ରକ୍ତପାତ: ଗୁଳିମାଡ଼ରେ ୩ ଗ୍ରାମବାସୀ ମୃତ
ରାଜ୍ୟରେ ବଢ଼ିଛି ଶିଶୁ ଟିକାକରଣ ହାର, ସହରଠାରୁ ଗ୍ରାମାଞ୍ଚଳ ଆଗରେ
ବାଲିଗୁଡ଼ା ଏଇଇ ବୈକୁଣ୍ଠନାଥ ବେହେରାଙ୍କ ଘରେ ଭିଜିଲାନ୍ସ ରେଡ୍
ବିରୋଧୀ ଦଳ ନେତା ନିଯୁକ୍ତିକୁ ନେଇ ହାଇକୋର୍ଟ ଯିବ ଟିଏମସି
ବୋର୍ଡ-ନିଗମର ଖାଲି ପଦ ପୂରଣ ପାଇଁ ତତ୍ପର ସରକାର, ଜୁନ୍ ୩୦ ସୁଦ୍ଧା ୧୧୮୩ ନିଯୁକ୍ତି ଲକ୍ଷ୍ୟ
ଏମ୍ସ ଭୁବନେଶ୍ୱରରେ ମହିଳାଙ୍କ ହାତରୁ କଢ଼ାଗଲା ୭ କିଲୋଗ୍ରାମର ବିଶାଳ ଟ୍ୟୁମର
ଜନ୍ତରମନ୍ତରରେ ‘କକ୍ରୋଚ୍ ଜନତା ପାର୍ଟି’ର ବିଶାଳ ବିକ୍ଷୋଭ, ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି

ରାସ୍ତାରେ ଗଡିବନି କଳାକାଚ ଲାଗିଥିବା କାର

0

ଭୁବନେଶ୍ବର:ଏଣିକି ରାସ୍ତାରେ ଗଡିବନି କଳାକାଚ ଲାଗିଥିବା କାର। ଟୁଇନ୍ ସିଟିରେ ଆରମ୍ଭ ହେଲା କାରରୁ କଳାକାଚ ହଟାଅ ଅଭିଯାନ। ଅପରାଧୀମାନେ କଳାକାଚ ଲାଗିଥିବା କାର୍‌ ଯୋଗେ ସହଜରେ ଅପରାଧ ଘଟାଇ ଖସିଯାଉଥିଲେ। ସିସିଟିଭି କ୍ୟାମେରା ବି କାର୍‌ ଭିତର ଦୃଶ୍ୟ ଧରିବା ସମ୍ଭବ ହେଉନଥିଲା। ଏହାକୁ ନେଇ କମିସନରେଟ୍ ପୋଲିସ ପକ୍ଷରୁ ବିଭିନ୍ନ ଛକ ଗୁଡ଼ିକରେ ଚେକିଂ କରାଯାଇଛି।

ଏଣିକି କାରରେ କଳାକାଚ ଲାଗିଥିଲେ ୫୦୦ ଟଙ୍କା ଗଣିବେ କାର ମାଲିକ। ବର୍ତ୍ତମାନ ସୁଦ୍ଧା ବିଭିନ୍ନ ଛକରେ ଧରାପଡି ୫୧ ଗାଡ଼ି ମାଲିକ ଠାରୁ ଜୋରିମାନା ଆଦାୟ ହୋଇଛି। ଏଥି ସହିତ କାରରୁ କଳାକାଚ ବାହାର କରିଛନ୍ତି ଟ୍ରାଫିକ୍ ପୋଲିସ। ଆଗକୁ ଆହୁରି ଜୋରଦାର କଡାକଡ଼ି ହେବ। ନିୟମ ଭାଙ୍ଗିଲେ ଗାଡ଼ି ସିଜ କରାଯିବ ବୋଲି ଟ୍ରାଫିକ୍ ଏସିପି ସୂଚନା ଦେଇଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, କାରରୁ କଳାକାଚ ହଟାଇବା ନେଇ ସୁପ୍ରିମ୍‌କୋର୍ଟରେ ଆବେଦନ ହେବା ପରେ ୨୦୧୨ ମସିହାରେ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଆସିଥିଲା। କାର୍‌ଗୁଡ଼ିକରେ ଟିଣ୍ଟେଡ୍‌ ଗ୍ଲାସ୍‌ ବ୍ୟତୀତ ଅନ୍ୟ କୌଣସି ପ୍ରକାର କାଚ ବ୍ୟବହାର କରାଯିବ ନାହିଁ ବୋଲି ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଲେ। ସବୁ କାର୍‌ରେ ଟ୍ରାନ୍ସପ୍ଲାଣ୍ଟ ଲାଗିବ ବୋଲି କଡ଼ା ନିର୍ଦ୍ଦେଶ ହୋଇଥିଲା।

Leave A Reply

Your email address will not be published.