ପ୍ରମୁଖ ଖବର

ପେପର ଲିକ୍ ମାମଲାରେ କଠୋର ପଦକ୍ଷେପ: ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଗଜପତି ଜିଲ୍ଲାର ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅଳିଆ ଗଦାରେ ପୁଳା ପୁଳା ନିରାମୟ ଔଷଧ
ମହାନଦୀ ଜଳ ବିବାଦ: ସମାଧାନ ପାଇଁ CWCକୁ ମଧ୍ୟସ୍ଥତା ନିର୍ଦ୍ଦେଶ, ଗଠନ ହେବ ଯୁଗ୍ମ କମିଟି
ଜନ୍ତର ମନ୍ତର ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ, ସୁରକ୍ଷା କଡ଼ାକଡ଼ି
ସିଏମଓରୁ ଫାଇଲ ଗାଏବ ମାମଲା: ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ବେହେରା ଓ ରାଜେଶ ବର୍ମାଙ୍କୁ ପୁଣି ନୋଟିସ
ଦେଶରେ ବର୍ଷାର ତାଣ୍ଡବ: ୧୨୦ ମୃତ, ବନ୍ୟା-ଭୂସ୍ଖଳନରେ ଜନଜୀବନ ଅସ୍ତବ୍ୟସ୍ତ
ଶ୍ରୀମନ୍ଦିର ପାଇଁ ଆଉ ଏକ ବଡ଼ ସଫଳତା, ୫ଟି ନୂଆ ଟ୍ରେଡ୍ ମାର୍କକୁ ମିଳିଲା ଅନୁମୋଦନ
ଉତ୍ତରାଖଣ୍ଡରେ ପୁଣି ପେପର ଲିକ୍, ଦୁଇଟି ଇଞ୍ଜିନିୟରିଂ ପରୀକ୍ଷା ବାତିଲ
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ୫% ବଢ଼ିଲା ମହଙ୍ଗା ଭତ୍ତା

ବ୍ୟାଙ୍କରେ ଟଙ୍କା ଜମା ଏବଂ ଉଠାଇବାକୁ ନେଇ ହେଲା ନୂଆ ନିୟମ

0

ନୂଆଦିଲ୍ଲୀ : ବ୍ୟାଙ୍କ ଗ୍ରାହକଙ୍କ ପାଇଁ ବଡ ଖବର । କେନ୍ଦ୍ର ସରକାର ଟଙ୍କା ଜମା କରିବା ଏବଂ ଉଠାଇବା ଉପରେ ନୂଆ ନିୟମ ଲାଗୁ କରିବାକୁ ଯାଉଛନ୍ତି । ଗୋଟିଏ ଆର୍ଥିକ ବର୍ଷରେ ୨୦ ଲକ୍ଷରୁ ଅଧିକ ଟଙ୍କା ଜମା କରୁଥିବା କିମ୍ବା ବାହାର କରିବା ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ କରିଛନ୍ତି ସରକାର ।

କେନ୍ଦ୍ରୀୟ ପତ୍ୟକ୍ଷ କର ବୋର୍ଡ ଏକ ରିପୋର୍ଟ ଜାରି କରି କହିଛି ଯେ, ବ୍ୟାଙ୍କରୁ ଅଧିକ ଟଙ୍କା କାରବାର କରିବା ପାଇଁ ପାନ୍‌ ନମ୍ବରର ସୂଚନା ଦେବା କିମ୍ବା ଆଧାର କାର୍ଡ ବାୟୋମେଟ୍ରିକ୍‌ ଦେବା ଅନିବାର୍ଯ୍ୟ ହେବ । ଏହା ବାଦ୍‌ କୌଣସି ବ୍ୟାଙ୍କ କିମ୍ବା ଡାକ ଘରେ ଡୁପ୍ଲିକେଟ୍‌ ଖାତା କିମ୍ବା କ୍ୟାସ୍‌ କ୍ରେଡିଟ୍‌ ଖାତା ଖୋଲିବା ପାଇଁ ମଧ୍ୟ ଆଧାର କାର୍ଡ ଜରୁରୀ ।

ଆୟ କର ନିୟମ ୨୦୨୨ ଅନୁଯାୟୀ ନୂଆ ନିୟମ ପ୍ରସ୍ତୁତ କରିଛି ସିବିଡିଟି । ମେ ୧୦ ତାରିଖରୁ ଏହି ନୂଆ ନିୟମ ବାବଦରେ ସୂଚନା ଦିଆଯାଇଛି ଏବଂ ମେ ୨୬ ତାରିଖରୁ ଏହା ଲାଗୁ ହେବ । ଏକେଏମ୍‌ ଗ୍ଲୋବାଲର ସହଯୋଗୀ ସଦସ୍ୟ ସନ୍ଦୀପ ସେହଗଲ କହିଛନ୍ତି ବ୍ୟାଙ୍କ, ଡାକଘର ଏବଂ ସହକାରୀ ଶାଖା ଗୁଡିକୁ ଗୋଟିଏ ଆର୍ଥିକ ବର୍ଷରେ ୨୦ ଲକ୍ଷରୁ ଅଧିକ କାରବାର କରୁଥିବା ବ୍ୟକ୍ତିଙ୍କ ତଥ୍ୟ ଦେବାକୁ ବାଧ୍ୟତାମୂଳକ କରାଯାଇଛି ।

ଏହା ଦ୍ବାରା ଆର୍ଥିକ ପ୍ରଣାଳୀରେ ନଗଦ କାରବାର ଉପରେ ସରକାର ନଜର ରଖିପାରିବେ । କେବଳ ସେତିକି ନୁହେଁ, ସନ୍ଦିଗ୍ଧ ଭାବେ ହେଉଥିବା ଜମା ଏବଂ ଉଠାଣ ଉପରେ ମଧ୍ୟ ନଜର ରଖିପାରିବେ ସରକାର । ଏବେ ଅଧିକ ଅର୍ଥରାଶି ଉଠାଣ କିମ୍ବା ଜମା କରିବା ପାଇଁ ପାନ୍‌ କାର୍ଡ କାର୍ଯ୍ୟକାରୀ ହେଉଛି । କିନ୍ତୁ ଏବେ ବଡ ପରିମାଣର ଆର୍ଥିକ କାରବାର ପାଇଁ ଆଧାର କାର୍ଡକୁ ମଧ୍ୟ ବ୍ୟବହାର କରାଯାଇପାରିବ । ନିୟମ ଅନୁଯାୟୀ ଯଦି କୌଣସି ବ୍ୟକ୍ତିଙ୍କୁ ପାନ୍‌ କାର୍ଡର ବିବରଣୀ ଦେବାକୁ ପଡିବ କିନ୍ତୁ ତାଙ୍କ ନିକଟରେ ପାନ୍‌ କାର୍ଡ ନାହିଁ ତେବେ ସେ ଆଧାର କାର୍ଡକୁ ମଧ୍ୟ ନିଜର ବାୟୋମେଟ୍ରିକ ଦେଇପାରିବେ ।

Leave A Reply

Your email address will not be published.