ପ୍ରମୁଖ ଖବର

ବର୍ଷକୁ ୨ ଥର ହେବ ସିବିଏସଇ ଦଶମ ପରୀକ୍ଷା
ଡାଇରିଆ କଟକଣା ପରେ ଆଜିଠୁ ଯାଜପୁରରେ ଖୋଲିଲା ସ୍କୁଲ
ରାଜସ୍ୱ ସେବା ପାଇଁ ଇ-ରେଜିଷ୍ଟ୍ରେସନ ଆପ୍‌ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ
ବାହାଘର ଦିନକ ପୂର୍ବରୁ ଦୁର୍ଘଟଣାରେ ଚାଲିଗଲା ବରର ଜୀବନ
ବରିଷ୍ଠ ଅଭିନେତା ତଥା ନିର୍ଦ୍ଦେଶକ ନାରାୟଣ ପତିଙ୍କ ପରଲୋକ
ବାସହୀନଙ୍କୁ ଚିହ୍ନଟ କରିବାକୁ ସରକାରଙ୍କ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
ଲଞ୍ଚ ହେଲା ଆକ୍ସିଅମ-୪: ମହାକାଶ ଅଭିମୁଖେ ଶୁଭାଂଶୁ

ରାସ୍ତାରେ ଗଡିବନି କଳାକାଚ ଲାଗିଥିବା କାର

0

ଭୁବନେଶ୍ବର:ଏଣିକି ରାସ୍ତାରେ ଗଡିବନି କଳାକାଚ ଲାଗିଥିବା କାର। ଟୁଇନ୍ ସିଟିରେ ଆରମ୍ଭ ହେଲା କାରରୁ କଳାକାଚ ହଟାଅ ଅଭିଯାନ। ଅପରାଧୀମାନେ କଳାକାଚ ଲାଗିଥିବା କାର୍‌ ଯୋଗେ ସହଜରେ ଅପରାଧ ଘଟାଇ ଖସିଯାଉଥିଲେ। ସିସିଟିଭି କ୍ୟାମେରା ବି କାର୍‌ ଭିତର ଦୃଶ୍ୟ ଧରିବା ସମ୍ଭବ ହେଉନଥିଲା। ଏହାକୁ ନେଇ କମିସନରେଟ୍ ପୋଲିସ ପକ୍ଷରୁ ବିଭିନ୍ନ ଛକ ଗୁଡ଼ିକରେ ଚେକିଂ କରାଯାଇଛି।

ଏଣିକି କାରରେ କଳାକାଚ ଲାଗିଥିଲେ ୫୦୦ ଟଙ୍କା ଗଣିବେ କାର ମାଲିକ। ବର୍ତ୍ତମାନ ସୁଦ୍ଧା ବିଭିନ୍ନ ଛକରେ ଧରାପଡି ୫୧ ଗାଡ଼ି ମାଲିକ ଠାରୁ ଜୋରିମାନା ଆଦାୟ ହୋଇଛି। ଏଥି ସହିତ କାରରୁ କଳାକାଚ ବାହାର କରିଛନ୍ତି ଟ୍ରାଫିକ୍ ପୋଲିସ। ଆଗକୁ ଆହୁରି ଜୋରଦାର କଡାକଡ଼ି ହେବ। ନିୟମ ଭାଙ୍ଗିଲେ ଗାଡ଼ି ସିଜ କରାଯିବ ବୋଲି ଟ୍ରାଫିକ୍ ଏସିପି ସୂଚନା ଦେଇଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, କାରରୁ କଳାକାଚ ହଟାଇବା ନେଇ ସୁପ୍ରିମ୍‌କୋର୍ଟରେ ଆବେଦନ ହେବା ପରେ ୨୦୧୨ ମସିହାରେ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଆସିଥିଲା। କାର୍‌ଗୁଡ଼ିକରେ ଟିଣ୍ଟେଡ୍‌ ଗ୍ଲାସ୍‌ ବ୍ୟତୀତ ଅନ୍ୟ କୌଣସି ପ୍ରକାର କାଚ ବ୍ୟବହାର କରାଯିବ ନାହିଁ ବୋଲି ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଲେ। ସବୁ କାର୍‌ରେ ଟ୍ରାନ୍ସପ୍ଲାଣ୍ଟ ଲାଗିବ ବୋଲି କଡ଼ା ନିର୍ଦ୍ଦେଶ ହୋଇଥିଲା।

Leave A Reply

Your email address will not be published.