ପ୍ରମୁଖ ଖବର

ଭାରତର ୨ ମୋଷ୍ଟ ୱାଣ୍ଟେଡ ଅପରାଧୀ ଆମେରିକାରେ ଗିରଫ
ଧାମରା ବନ୍ଦରରେ ଅନୁପ୍ରବେଶକାରୀ ହେବେ ସାବାଡ୍, ଜଗିବ ସ୍ବତନ୍ତ୍ର ଡ୍ରୋନ୍
ବିଜେଡି ନେତା ମନୋଜ ମିଶ୍ରଙ୍କ ଘରେ ଆଇଟି ରେଡ୍
ଆସନ୍ତା ୧୩ରେ ମୁଖ୍ୟମନ୍ତ୍ରୀଙ୍କ ବାଲେଶ୍ୱର ଗସ୍ତ
ଆଣ୍ଡାମାନ ନିକୋବରରେ ଶକ୍ତିଶାଳୀ ଭୂମିକମ୍ପ

ବ୍ୟାଙ୍କରେ ଟଙ୍କା ଜମା ଏବଂ ଉଠାଇବାକୁ ନେଇ ହେଲା ନୂଆ ନିୟମ

0

ନୂଆଦିଲ୍ଲୀ : ବ୍ୟାଙ୍କ ଗ୍ରାହକଙ୍କ ପାଇଁ ବଡ ଖବର । କେନ୍ଦ୍ର ସରକାର ଟଙ୍କା ଜମା କରିବା ଏବଂ ଉଠାଇବା ଉପରେ ନୂଆ ନିୟମ ଲାଗୁ କରିବାକୁ ଯାଉଛନ୍ତି । ଗୋଟିଏ ଆର୍ଥିକ ବର୍ଷରେ ୨୦ ଲକ୍ଷରୁ ଅଧିକ ଟଙ୍କା ଜମା କରୁଥିବା କିମ୍ବା ବାହାର କରିବା ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ କରିଛନ୍ତି ସରକାର ।

କେନ୍ଦ୍ରୀୟ ପତ୍ୟକ୍ଷ କର ବୋର୍ଡ ଏକ ରିପୋର୍ଟ ଜାରି କରି କହିଛି ଯେ, ବ୍ୟାଙ୍କରୁ ଅଧିକ ଟଙ୍କା କାରବାର କରିବା ପାଇଁ ପାନ୍‌ ନମ୍ବରର ସୂଚନା ଦେବା କିମ୍ବା ଆଧାର କାର୍ଡ ବାୟୋମେଟ୍ରିକ୍‌ ଦେବା ଅନିବାର୍ଯ୍ୟ ହେବ । ଏହା ବାଦ୍‌ କୌଣସି ବ୍ୟାଙ୍କ କିମ୍ବା ଡାକ ଘରେ ଡୁପ୍ଲିକେଟ୍‌ ଖାତା କିମ୍ବା କ୍ୟାସ୍‌ କ୍ରେଡିଟ୍‌ ଖାତା ଖୋଲିବା ପାଇଁ ମଧ୍ୟ ଆଧାର କାର୍ଡ ଜରୁରୀ ।

ଆୟ କର ନିୟମ ୨୦୨୨ ଅନୁଯାୟୀ ନୂଆ ନିୟମ ପ୍ରସ୍ତୁତ କରିଛି ସିବିଡିଟି । ମେ ୧୦ ତାରିଖରୁ ଏହି ନୂଆ ନିୟମ ବାବଦରେ ସୂଚନା ଦିଆଯାଇଛି ଏବଂ ମେ ୨୬ ତାରିଖରୁ ଏହା ଲାଗୁ ହେବ । ଏକେଏମ୍‌ ଗ୍ଲୋବାଲର ସହଯୋଗୀ ସଦସ୍ୟ ସନ୍ଦୀପ ସେହଗଲ କହିଛନ୍ତି ବ୍ୟାଙ୍କ, ଡାକଘର ଏବଂ ସହକାରୀ ଶାଖା ଗୁଡିକୁ ଗୋଟିଏ ଆର୍ଥିକ ବର୍ଷରେ ୨୦ ଲକ୍ଷରୁ ଅଧିକ କାରବାର କରୁଥିବା ବ୍ୟକ୍ତିଙ୍କ ତଥ୍ୟ ଦେବାକୁ ବାଧ୍ୟତାମୂଳକ କରାଯାଇଛି ।

ଏହା ଦ୍ବାରା ଆର୍ଥିକ ପ୍ରଣାଳୀରେ ନଗଦ କାରବାର ଉପରେ ସରକାର ନଜର ରଖିପାରିବେ । କେବଳ ସେତିକି ନୁହେଁ, ସନ୍ଦିଗ୍ଧ ଭାବେ ହେଉଥିବା ଜମା ଏବଂ ଉଠାଣ ଉପରେ ମଧ୍ୟ ନଜର ରଖିପାରିବେ ସରକାର । ଏବେ ଅଧିକ ଅର୍ଥରାଶି ଉଠାଣ କିମ୍ବା ଜମା କରିବା ପାଇଁ ପାନ୍‌ କାର୍ଡ କାର୍ଯ୍ୟକାରୀ ହେଉଛି । କିନ୍ତୁ ଏବେ ବଡ ପରିମାଣର ଆର୍ଥିକ କାରବାର ପାଇଁ ଆଧାର କାର୍ଡକୁ ମଧ୍ୟ ବ୍ୟବହାର କରାଯାଇପାରିବ । ନିୟମ ଅନୁଯାୟୀ ଯଦି କୌଣସି ବ୍ୟକ୍ତିଙ୍କୁ ପାନ୍‌ କାର୍ଡର ବିବରଣୀ ଦେବାକୁ ପଡିବ କିନ୍ତୁ ତାଙ୍କ ନିକଟରେ ପାନ୍‌ କାର୍ଡ ନାହିଁ ତେବେ ସେ ଆଧାର କାର୍ଡକୁ ମଧ୍ୟ ନିଜର ବାୟୋମେଟ୍ରିକ ଦେଇପାରିବେ ।

Leave A Reply

Your email address will not be published.