ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ଭକ୍ତଙ୍କ ଗହଣରେ ହେବ ମହାପ୍ରଭୁଙ୍କ ସ୍ନାନଯାତ୍ରା

0

ପୁରୀ: ଭକ୍ତଙ୍କ ପାଇଁ ଖୁସିଖବର । ମହାପ୍ରଭୁଙ୍କ ସ୍ନାନଯାତ୍ରାକୁ ନେଇ ଆସିଲା ଖୁସିଖବର । ଚଳିତଥର ମହାପ୍ରଭୁଙ୍କ ସ୍ନାନଯାତ୍ରାରେ ସାମିଲ ହୋଇପାରିବେ ଭକ୍ତ । ଏନେଇ ଦଇତାପତି ନିଯୋଗ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି । ଏନେଇ ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ର ସୂଚନା ଦେଇଛନ୍ତି ।

କରୋନା କଟକଣା କାରଣରୁ ଗତ ୨ ବର୍ଷ ହେବ ବିନା ଭକ୍ତରେ ସ୍ନାନଯାତ୍ରା ହେଉଥିଲା । ରୀତିନୀତି ଅନୁଯାୟୀ ସ୍ନାନଯାତ୍ରା ହେଉଥିଲେ ମଧ୍ୟ ଭକ୍ତଙ୍କ ବିନା ବଡଦାଣ୍ଡ ଖାଁ ଖାଁ ଦିଶୁଥିଲା । କିନ୍ତୁ ଏଥର ସ୍ନାନମଣ୍ଡପରେ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ ଭକ୍ତ । ଆଉ ଏଭଳି ଏକ ନିଷ୍ପତ୍ତି ଭକ୍ତ ମହଲରେ ଖୁସି ଆଣି ଦେଇଛି । ମହାପ୍ରଭୁଙ୍କୁ ସ୍ନାନବେଦୀରେ ଦେଖିବାର ଯେଉଁ ସ୍ୱପ୍ନ ଭକ୍ତଙ୍କର ଥିଲା ତାହା ପୁଣିଥରେ ଦୀର୍ଘ ୨ ବର୍ଷ ପରେ ପୁରା ହେବାକୁ ଯାଉଛି ।

Leave A Reply

Your email address will not be published.