ପ୍ରମୁଖ ଖବର

ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ

ସୁରେନ୍ଦ୍ର କୋଲିଙ୍କ ଆତ୍ମହତ୍ୟା

0

ଉତ୍ତରାଖଣ୍ଡ: ବହୁଚର୍ଚ୍ଚିତ ୨୦୦୬ ନିଠାରୀ ଗଣହତ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ରାୟରେ ଦୋଷମୁକ୍ତ ହୋଇଥିବା ସୁରେନ୍ଦ୍ର କୋଲି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଉତ୍ତରାଖଣ୍ଡର ହରିଦ୍ୱାରରେ ଥିବା ତାଙ୍କ ଚା’ ଦୋକାନରେ ଗତରାତିରେ ସେ ବେକରେ ଦଉଡ଼ି ଦେଇଥିବା ପୁଲିସ ସୂତ୍ରରୁ ସୂଚନା ମିଳିଛି। ଶୁକ୍ରବାର ପୁଲିସ ତାଙ୍କ ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି।

୨୦୦୬ରେ ଉତ୍ତରପ୍ରଦେଶର ନୋଏଡା ନିଠାରୀ ଗାଁରେ ଅନେକ ଶିଶୁ ନିଖୋଜ ହେବା ଓ ନରସଂହାର ଘଟଣା ସାମ୍ନାକୁ ଆସିଥିଲା। ନିଠାରୀର ଡି-୫ ବଙ୍ଗଳା ନିକଟସ୍ଥ ଡ୍ରେନରୁ ମାନବ ଅସ୍ଥିକଙ୍କାଳ, ଖପୁରୀ, ପୋଷାକ ଓ ଜୋତା ମିଳିବା ପରେ ଘଟଣାକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ହୋଇଥିଲା। ଏହି ମାମଲାରେ ବଙ୍ଗଳା ମାଲିକ ମନିନ୍ଦର ସିଂହ ପାନ୍ଧେର ଓ ତାଙ୍କ ଘରୋଇ ସହାୟକ ସୁରେନ୍ଦ୍ର କୋଲିଙ୍କୁ ଗିରଫ କରାଯାଇଥିଲା। ପରବର୍ତ୍ତୀ ସମୟରେ ଉଭୟଙ୍କୁ ବିଭିନ୍ନ ମାମଲାରେ ମୃତ୍ୟୁଦଣ୍ଡ ମିଳିଥିଲା। ତେବେ ମାମଲାଗୁଡ଼ିକରେ ପ୍ରମାଣ ନେଇ ଆଇନଗତ ଲଢ଼େଇ ଜାରି ରହିଥିଲା। ୨୦୨୫ରେ ସୁପ୍ରିମକୋର୍ଟ କୋଲିଙ୍କୁ ଦୋଷମୁକ୍ତ କରିଥିଲେ। ତାଙ୍କ ବିରୋଧରେ ଅଭିଯୋଗ ପ୍ରମାଣ କରିବା ପାଇଁ ପର୍ଯ୍ୟାପ୍ତ ଓ ଠୋସ୍ ପ୍ରମାଣ ନଥିବାରୁ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇପାରିବ ନାହିଁ ବୋଲି ଅଦାଲତ ରାୟ ଦେଇଥିଲେ। ଜେଲରୁ ମୁକ୍ତ ହେବା ପରେ କୋଲି ହରିଦ୍ୱାର ଫେରି ଚା’ ଦୋକାନ କରି ଚଳୁଥିଲେ। ତାଙ୍କ ମୃତ୍ୟୁର କାରଣ ନେଇ ପୁଲିସ ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.