ପ୍ରମୁଖ ଖବର

୭୫ ବର୍ଷରେ ଭେଟେରାନ ଅଭିନେତା ନାନା ପାଟେକରଙ୍କ ପରଲୋକ
ସାଉଦିର ଦୁଇ ବିମାନବନ୍ଦରରେ ହୁତି ଆକ୍ରମଣ, ୩ ମୃତ; ୩୬ ଆହତ
ଏଆଇ ନିୟନ୍ତ୍ରଣ ପାଇଁ ମାସକରେ ଆସିବ ପରାମର୍ଶପତ୍ର
କ୍ୟାନସର ଔଷଧ ଦାମରେ ବଡ଼ ହ୍ରାସ, ୩୦%ରେ ଅଟକିବ ଟ୍ରେଡ୍‌ ମାର୍ଜିନ୍‌
ପାଟନାରେ ତେଜସ୍ୱୀଙ୍କ ସମେତ ୩ ନେତା ଅଟକ
ତିର୍ତ୍ତୋଲରେ ବାଣ ବିସ୍ଫୋରଣ: ବାପ-ପୁଅ ମୃତ, ଶିକ୍ଷକ ଗୁରୁତର
ସାହିତ୍ୟରେ ନୋବେଲ ପାଇଁ ଆନ୍ନେ କାରସନ ମନୋନୀତ
ଜିଏସ୍‌ଟି ନିୟମରେ ବଡ଼ ପରିବର୍ତ୍ତନ, ଛୋଟ ବ୍ୟବସାୟୀଙ୍କୁ ମିଳିବ ଆଶ୍ୱସ୍ତି

ପୁଣି ପୁରୀରେ ଫୁଟିଲା ଗୁଳି

0

ପୁରୀ: ପୁଣି ଅଶାନ୍ତ ହୋଇପଡିଛି ପୁରୀ। ଦୀର୍ଘ ଦିନର ବ୍ୟବଧାନ ପ​‌ରେ ପୁଣି ପୁରୀରେ ଫୁଟିଛି ଗୁଳି। ଗୁଳିମାଡରେ ଜଣେ ସେବାୟତଙ୍କ ମୃତ୍ୟୁ ଘଟିଛି।  ପୂର୍ବ ଶତ୍ରୁତାକୁ ନେଇ ଏହି ଗୁଳିମାଡ଼ ହୋଇଛି।  ପୁରୀ ଏମାର ମଠ ନିକଟରେ ଏହି ଗୁଳିମାଡ଼ ହୋଇଛି। ମୃତ ସେବାୟତ ଜଣକ ହେଲେ ଶିବରାମ ପାତ୍ର । ତାଙ୍କ ମୁଣ୍ଡରେ ଗୋଟିଏ ରାଉଣ୍ଡ ଗୁଳି ବାଜିଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ  ଟାଉନ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ  ଘଟଣାର ତଦନ୍ତ କରୁଛି।ଅତିରିକ୍ତ ଏସପି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି।

ପୁରୀ ଏସ୍‌ପି  କେ. ବିଶାଲ ସିଂହ କହିଛନ୍ତି, ବଡ଼ଦାଣ୍ଡର ଏମାର ମଠ ସାମ୍ନାରେ ଶିବରାମ ପାତ୍ରଙ୍କୁ ଚନ୍ଦନ  ଅତି ନିକଟରୁ ଗୁଳି କରିଥିଲା। ଗୁଳିଳିମାଡ଼ର ଶିକାର ହେବା ପରେ ଶିବରାମ ତଳେ ପଡ଼ିଯାଇଥିଲେ। ତାଙ୍କର ଶରୀରରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା। ସେ ତଳେ ପଡ଼ି ଛଟପଟ ହେଉଥିଲେବି ତାଙ୍କ ପାଖକୁ ଯିବାକୁ ଲୋକେ ଭୟ କରିଥିଲେ। ସୂଚନା ପାଇ ପୁଲିସ କମ୍‌ ସମୟ ମଧ୍ୟରେ ଶିବରାମଙ୍କ ପାଖରେ ପହଞ୍ଚିଥିଲା। ତତ୍‌କ୍ଷଣାତ ଏକ ଆମ୍ବୁଲାନ୍ସରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଶିବରାମଙ୍କୁ ନିଆଯାଇଥିଲା। କିନ୍ତୁ ଡାକ୍ତରଖାନାରେ ଶିବରାମଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ଏସ୍‌ପି ଶ୍ରୀ ସିଂହ କହିଛନ୍ତି ଯେ, ଖୁବ୍‌ କମ ସମୟ ମଧ୍ୟରେ ପୁଲିସ ସ୍ବତନ୍ତ୍ର ଟିମ୍‌ ଗଠନ କରି ଅଭିଯୁକ୍ତ ଚନ୍ଦନଙ୍କୁ ଗିରଫ କରାଯାଇଛି। ତାଙ୍କଠାରୁ ବନ୍ଧୁକ ଓ ଗୁଳି ଜବତ ହୋଇଛି। ସେହିପରି ଘଟଣାସ୍ଥଳରୁ ଖୋକା ଜବତ ହୋଇଛି। ଅଭିଯୁକ୍ତକୁ ପୁଲିସ ପଚରାଉଚରା କରୁଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ହୋଇଥାଇପାରେ ବୋଲି ପୁଲିସ ଅନୁମାନ କରୁଛି। ଚନ୍ଦନଙ୍କୁ ଏନେଇ ପଚରାଉଚରା ଜାରି ରଖିଛି ‌ପୁଲିସ।

Leave A Reply

Your email address will not be published.