ପ୍ରମୁଖ ଖବର

ଗାଁରେ ମିଳିବ ସହରୀ ସୁବିଧା, ପ୍ରତି ପଞ୍ଚାୟତରେ ଆଦର୍ଶ ଖେଳ ପଡ଼ିଆ ଓ କଲ୍ୟାଣ ମଣ୍ଡପ
ଇଭି ଓ ପରିବେଶ ଅନୁକୂଳ ଯାନକୁ ପରମିଟ୍ ଫି’ ଛାଡ଼
ବାଂଲାଦେଶର ୨୩ତମ ରାଷ୍ଟ୍ରପତି ହେଲେ ମିର୍ଜା ଫକରୁଲ୍ ଇସଲାମ୍ ଆଲମଗୀର
ଜେପିଏସ୍‌ସି ପରୀକ୍ଷା ରଦ୍ଦ ନିଷ୍ପତ୍ତି ଉପରେ ରୋକ୍‌, ହେମନ୍ତ ସରକାରଙ୍କୁ ଝଟକା
ଅଟୋ ଚାଳକଙ୍କ ହଙ୍ଗାମା: ୪୦୦ ଅଟୋ ଜବତ, ପରମିଟ ରଦ୍ଦ ପାଇଁ ପଦକ୍ଷେପ
ମହାରାଷ୍ଟ୍ରରେ ଛାତ୍ରୀଙ୍କୁ ମିଳିଵ ମାସକୁ ୨ ହଜାର ଟଙ୍କା ପକେଟ ମନି
ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ
ବୀମା ନଥିଲେ ପେଟ୍ରୋଲ ନାହିଁ: ପାଇଲଟ୍ ପ୍ରକଳ୍ପ ଲାଗୁ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ପ୍ରଥମ ଥର ପଦାର୍ପଣରେ ଗୁଜରାଟ ଫାଇନାଲରେ

0

କୋଲକାତା: ଆଇପିଏଲ-୧୫ରେ ପ୍ରଥମ ଥର ପାଇଁ ପଦାର୍ପଣ କରିଥିବା ଗୁଜରାଟ ଟାଇଟନ୍ସ ହାତରେ ଏକ ବଡ ସଫଳତା ଲାଗିଛି। ପ୍ରଥମ ଟିମ୍ ଭାବେ ଫାଇନାଲରେ ପ୍ରବେଶ କରିଛି ଗୁଜରାଟ। ମଙ୍ଗଳବାର ରାତିରେ କୋଲକାତାର ଇଡେନ୍ ଗାଡେନ୍ସରେ ଖେଳାଯାଉଥିବା ୨୦୨୨ ପ୍ରଥମ କ୍ବାଲିଫାୟର ମ୍ୟାଚରେ ଏହି ଦଳ ରାଜସ୍ଥାନ ରୟାଲ୍ସକୁ ଶେଷ ଓଭରରେ ପରାସ୍ତ କରିଛି। ଡେଭିଡ୍ ମିଲର ଓ କ୍ଯାପଟେନ ହାର୍ଦ୍ଦିକ୍ ପାଣ୍ଡ୍ୟାଙ୍କ ଧୁଆଁଧାର ବ୍ୟାଟିଂ ଆଗରେ ରାଜସ୍ଥାନ ବୋଲର ତିଷ୍ଠି ପାରିନଥିଲେ। ଫଳରେ ୧୮୯ର ଏକ ବଡ ବିଜୟ ଲକ୍ଷ୍ୟ ସାମ୍ନାରେ ଥିଲେ ସୁଦ୍ଧା ଶେଷ ତିନିଟି ବଲ୍ ବାକି ଥାଇ ଗୁଜରାଟ ଟିମ୍ ଏହି ମ୍ୟାଚ୍ ୭ ଓ୍ବିକେଟରେ ଜିିତିଥିଲେ।

ମିଲର ତିନିଟି ଚୌକା ଓ ୫ଟି ଛକା ସହିତ ୬୮ ରନ୍ କରିଥିବା ବେଳେ ପାଣ୍ଡ୍ୟା ୨୭ଟି ବଲରୁ ୪୦ ରନ୍ କରିଥିଲେ। ଉଭୟ ଶେଷ ଯାଏ ନଟ୍ ଆଉଟ୍ ଥିଲେ। ଏହା ପୂର୍ବରୁ ରାଜସ୍ଥାନ ଦଳର ଜୋସ୍ ବଟଲର୍ ୫୬ ବଲ୍ ଖେଳି ୮୯ ରନ୍ ହାସଲ କରିଥିଲେ। ସେ ମୋଟ ୨ଟି ଛକା ଓ ୧୨ଟି ଚୌକା ମାରିଥିଲେ। ସେହିଭଳି ଅଧିନାୟକ ସଂଜୁ ସାମସନ୍ ୪୭ ରନ୍ କରିଥିଲେ। ନିର୍ଧାରିତ ୨୦ ଓଭରରେ ରାଜସ୍ଥାନ ଦଳ ୪ଟି ଓ୍ବିକେଟ୍ ହରାଇ ୧୮୮ ରନ୍ କରିଥିଲା।

Leave A Reply

Your email address will not be published.