ପ୍ରମୁଖ ଖବର

ବର୍ଷକୁ ୨ ଥର ହେବ ସିବିଏସଇ ଦଶମ ପରୀକ୍ଷା
ଡାଇରିଆ କଟକଣା ପରେ ଆଜିଠୁ ଯାଜପୁରରେ ଖୋଲିଲା ସ୍କୁଲ
ରାଜସ୍ୱ ସେବା ପାଇଁ ଇ-ରେଜିଷ୍ଟ୍ରେସନ ଆପ୍‌ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ
ବାହାଘର ଦିନକ ପୂର୍ବରୁ ଦୁର୍ଘଟଣାରେ ଚାଲିଗଲା ବରର ଜୀବନ
ବରିଷ୍ଠ ଅଭିନେତା ତଥା ନିର୍ଦ୍ଦେଶକ ନାରାୟଣ ପତିଙ୍କ ପରଲୋକ
ବାସହୀନଙ୍କୁ ଚିହ୍ନଟ କରିବାକୁ ସରକାରଙ୍କ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
ଲଞ୍ଚ ହେଲା ଆକ୍ସିଅମ-୪: ମହାକାଶ ଅଭିମୁଖେ ଶୁଭାଂଶୁ

ପ୍ରଥମ ଥର ପଦାର୍ପଣରେ ଗୁଜରାଟ ଫାଇନାଲରେ

0

କୋଲକାତା: ଆଇପିଏଲ-୧୫ରେ ପ୍ରଥମ ଥର ପାଇଁ ପଦାର୍ପଣ କରିଥିବା ଗୁଜରାଟ ଟାଇଟନ୍ସ ହାତରେ ଏକ ବଡ ସଫଳତା ଲାଗିଛି। ପ୍ରଥମ ଟିମ୍ ଭାବେ ଫାଇନାଲରେ ପ୍ରବେଶ କରିଛି ଗୁଜରାଟ। ମଙ୍ଗଳବାର ରାତିରେ କୋଲକାତାର ଇଡେନ୍ ଗାଡେନ୍ସରେ ଖେଳାଯାଉଥିବା ୨୦୨୨ ପ୍ରଥମ କ୍ବାଲିଫାୟର ମ୍ୟାଚରେ ଏହି ଦଳ ରାଜସ୍ଥାନ ରୟାଲ୍ସକୁ ଶେଷ ଓଭରରେ ପରାସ୍ତ କରିଛି। ଡେଭିଡ୍ ମିଲର ଓ କ୍ଯାପଟେନ ହାର୍ଦ୍ଦିକ୍ ପାଣ୍ଡ୍ୟାଙ୍କ ଧୁଆଁଧାର ବ୍ୟାଟିଂ ଆଗରେ ରାଜସ୍ଥାନ ବୋଲର ତିଷ୍ଠି ପାରିନଥିଲେ। ଫଳରେ ୧୮୯ର ଏକ ବଡ ବିଜୟ ଲକ୍ଷ୍ୟ ସାମ୍ନାରେ ଥିଲେ ସୁଦ୍ଧା ଶେଷ ତିନିଟି ବଲ୍ ବାକି ଥାଇ ଗୁଜରାଟ ଟିମ୍ ଏହି ମ୍ୟାଚ୍ ୭ ଓ୍ବିକେଟରେ ଜିିତିଥିଲେ।

ମିଲର ତିନିଟି ଚୌକା ଓ ୫ଟି ଛକା ସହିତ ୬୮ ରନ୍ କରିଥିବା ବେଳେ ପାଣ୍ଡ୍ୟା ୨୭ଟି ବଲରୁ ୪୦ ରନ୍ କରିଥିଲେ। ଉଭୟ ଶେଷ ଯାଏ ନଟ୍ ଆଉଟ୍ ଥିଲେ। ଏହା ପୂର୍ବରୁ ରାଜସ୍ଥାନ ଦଳର ଜୋସ୍ ବଟଲର୍ ୫୬ ବଲ୍ ଖେଳି ୮୯ ରନ୍ ହାସଲ କରିଥିଲେ। ସେ ମୋଟ ୨ଟି ଛକା ଓ ୧୨ଟି ଚୌକା ମାରିଥିଲେ। ସେହିଭଳି ଅଧିନାୟକ ସଂଜୁ ସାମସନ୍ ୪୭ ରନ୍ କରିଥିଲେ। ନିର୍ଧାରିତ ୨୦ ଓଭରରେ ରାଜସ୍ଥାନ ଦଳ ୪ଟି ଓ୍ବିକେଟ୍ ହରାଇ ୧୮୮ ରନ୍ କରିଥିଲା।

Leave A Reply

Your email address will not be published.