ପ୍ରମୁଖ ଖବର

ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ
ଯୁକ୍ତ ୨ କଳା ଓ ଅନ୍ୟ ଧନ୍ଦାମୂଳକ ପରୀକ୍ଷା ଫଳ ଜୁନ ମାସ ୮ ତାରିଖ ପରେ ବାହାରିବାର ସମ୍ଭାବନା ରହିଛି
ରାଜଧାନୀର ୫୭ଟି ସ୍ଥାନରେ ହେବ ରଥଯାତ୍ରା, ନବଦିନାତ୍ମକ ଯାତ୍ରା ପାଇଁ ସଜାଗ କମିଶନରେଟ୍ ପୋଲିସ
ରଥଯାତ୍ରା ପାଇଁ ହେଲା ନୀତି ନିର୍ଘଣ୍ଟ, ଅପରାହ୍ନ ୪ଟାରେ ଆରମ୍ଭ ହେବ ରଥଟଣା
ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ସାମିଲ ହେଲେ କିନ୍ନର
ଜୁନ୍‌ ପହିଲାରୁ କର୍ଣ୍ଣାଟକରେ ମହିଳାଙ୍କ ପାଇଁ ମାଗଣା ବସ୍‌ ଯାତ୍ରା
ଆସନ୍ତାକାଲି ଶ୍ରୀମନ୍ଦିରରେ ୪ଘଣ୍ଟା ପାଇଁ ବନ୍ଦ ରହିବ ସାଧାରଣଦର୍ଶନ
ପ୍ରଥମଥର ପାଇଁ ଓଡିଶା ତରଫରୁ ଆୟୋଜନ କରାଯାଉଛି ପୁରୁଷ ଫୁଟବଲ ଟୁର୍ଣ୍ଣାମେଣ୍ଟ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଫୁଟବଲ ଟୁର୍ଣ୍ଣାମେଣ୍ଟର ପ୍ରଥମ ଟିକେଟ ଦେଲେ ଭାରତୀୟ ଦଳର ଅଧିନାୟକ ସୁନୀଲ ଛେତ୍ରୀ
ଶ୍ରୀମନ୍ଦିରରେ ବ୍ୟବହାର ହେବ ସାତ୍ୱିକ ରେଶମ ବସ୍ତ୍ର: ବଦଳିବ ମହାପ୍ରଭୁଙ୍କ ଗୀତଗୋବିନ୍ଦ ଖଣ୍ଡୁଆ ପାଟର ପ୍ରସ୍ତୁତି ପ୍ରଣାଳୀ
ରଦ୍ଦ ହୋଇପାରେ ୧୫୦ଟି ମେଡିକାଲ କଲେଜର ମାନ୍ୟତା, ଏନଏମସି ନେଇପାରେ କଠୋର କାର୍ଯ୍ୟାନୁଷ୍ଠାନ

ପୁଣି ପୁରୀରେ ଫୁଟିଲା ଗୁଳି

0

ପୁରୀ: ପୁଣି ଅଶାନ୍ତ ହୋଇପଡିଛି ପୁରୀ। ଦୀର୍ଘ ଦିନର ବ୍ୟବଧାନ ପ​‌ରେ ପୁଣି ପୁରୀରେ ଫୁଟିଛି ଗୁଳି। ଗୁଳିମାଡରେ ଜଣେ ସେବାୟତଙ୍କ ମୃତ୍ୟୁ ଘଟିଛି।  ପୂର୍ବ ଶତ୍ରୁତାକୁ ନେଇ ଏହି ଗୁଳିମାଡ଼ ହୋଇଛି।  ପୁରୀ ଏମାର ମଠ ନିକଟରେ ଏହି ଗୁଳିମାଡ଼ ହୋଇଛି। ମୃତ ସେବାୟତ ଜଣକ ହେଲେ ଶିବରାମ ପାତ୍ର । ତାଙ୍କ ମୁଣ୍ଡରେ ଗୋଟିଏ ରାଉଣ୍ଡ ଗୁଳି ବାଜିଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ  ଟାଉନ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ  ଘଟଣାର ତଦନ୍ତ କରୁଛି।ଅତିରିକ୍ତ ଏସପି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି।

ପୁରୀ ଏସ୍‌ପି  କେ. ବିଶାଲ ସିଂହ କହିଛନ୍ତି, ବଡ଼ଦାଣ୍ଡର ଏମାର ମଠ ସାମ୍ନାରେ ଶିବରାମ ପାତ୍ରଙ୍କୁ ଚନ୍ଦନ  ଅତି ନିକଟରୁ ଗୁଳି କରିଥିଲା। ଗୁଳିଳିମାଡ଼ର ଶିକାର ହେବା ପରେ ଶିବରାମ ତଳେ ପଡ଼ିଯାଇଥିଲେ। ତାଙ୍କର ଶରୀରରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା। ସେ ତଳେ ପଡ଼ି ଛଟପଟ ହେଉଥିଲେବି ତାଙ୍କ ପାଖକୁ ଯିବାକୁ ଲୋକେ ଭୟ କରିଥିଲେ। ସୂଚନା ପାଇ ପୁଲିସ କମ୍‌ ସମୟ ମଧ୍ୟରେ ଶିବରାମଙ୍କ ପାଖରେ ପହଞ୍ଚିଥିଲା। ତତ୍‌କ୍ଷଣାତ ଏକ ଆମ୍ବୁଲାନ୍ସରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଶିବରାମଙ୍କୁ ନିଆଯାଇଥିଲା। କିନ୍ତୁ ଡାକ୍ତରଖାନାରେ ଶିବରାମଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ଏସ୍‌ପି ଶ୍ରୀ ସିଂହ କହିଛନ୍ତି ଯେ, ଖୁବ୍‌ କମ ସମୟ ମଧ୍ୟରେ ପୁଲିସ ସ୍ବତନ୍ତ୍ର ଟିମ୍‌ ଗଠନ କରି ଅଭିଯୁକ୍ତ ଚନ୍ଦନଙ୍କୁ ଗିରଫ କରାଯାଇଛି। ତାଙ୍କଠାରୁ ବନ୍ଧୁକ ଓ ଗୁଳି ଜବତ ହୋଇଛି। ସେହିପରି ଘଟଣାସ୍ଥଳରୁ ଖୋକା ଜବତ ହୋଇଛି। ଅଭିଯୁକ୍ତକୁ ପୁଲିସ ପଚରାଉଚରା କରୁଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ହୋଇଥାଇପାରେ ବୋଲି ପୁଲିସ ଅନୁମାନ କରୁଛି। ଚନ୍ଦନଙ୍କୁ ଏନେଇ ପଚରାଉଚରା ଜାରି ରଖିଛି ‌ପୁଲିସ।

Leave A Reply

Your email address will not be published.