ପ୍ରମୁଖ ଖବର

ମହିଳା କବାଡିରେ ଭାରତକୁ ସ୍ୱର୍ଣ୍ଣ
ନାଗାଲାଣ୍ଡରେ ବିଷାକ୍ତ ମଦ ନେଲା ୧୯ ଜୀବନ
ପାରାଦୀପକୁ ମିଳିଲା ମେଗା ବନ୍ଦର ମାନ୍ୟତା
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ
୩.୩୫ କେଜି ହେରୋଇନ୍‌ ସହ ପଞ୍ଜାବ ପୁଲିସ୍‌ ଇନ୍‌ସପେକ୍ଟର ଗିରଫ
ଓଡ଼ିଶାରେ ବେଦାନ୍ତର ୧ ଲକ୍ଷ କୋଟି ନିବେଶ ଯୋଜନା, ଢେଙ୍କାନାଳରେ ହେବ ସ୍ମେଲ୍ଟର ପ୍ଲାଣ୍ଟ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ

ଦୁର୍ବୃତ୍ତଙ୍କ ଗୁଳିମାଡରେ ଗୋରୁ ବେପାରୀ ମୃତ

0

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ହାଟବାଦଡାରେ ଗୁଳିକାଣ୍ଡ ଘଟିଛି। ଗୁଳିମାଡରେ ଜଣେ ଗୋରୁ ବ୍ୟବସାୟୀଙ୍କ ମୃତ୍ୟୁ ହୋଇଛି। ମୃତବ୍ୟକ୍ତି ହେଲେ ପଶ୍ଚିମବଙ୍ଗ କମ୍ବାଲି ଥାନା ଅଞ୍ଚଳର ଜାମୁସ ଅଲ୍ଲୀ।

ସୂଚନାଯୋଗ୍ୟ, ଆଜି ସକାଳେ ଶେଖ ଜାମସେଦ ଅଲିଙ୍କ ସମେତ ୫ଜଣ ପଶ୍ଚିମବଙ୍ଗର ଗୋରୁ ବେପାରୀ ବାଦଡା ସାପ୍ତାହିକ ଗୋରୁହାଟକୁ  ଗୋରୁ କିଣିବାକୁ ଆସିଥିଲେ। ଏହି ୬ଜଣ ବେପାରୀ  ହାଟରେ ଠିଆ ହୋଇଥିବା ବେଳେ ୪ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ଶେଖ ଜାମସେଦଙ୍କ  ଉପରେ ଗୁଳି ଚଳାଇଥିଲେ। ପରେ ତାଙ୍କ ପାଖରୁ ୨୦ ଲକ୍ଷ ଟଙ୍କା ନେଇ ସେଠାରୁ ଚମ୍ପଟ ମାରିଥିଲେ। ଅନ୍ୟ ୫ ଜଣ ଗୋରୁ ବେପାରୀଙ୍କର କିଛି ହୋଇ ନାହିଁ।

ଶେଖ ଜାମସେଦ ଅଲିଙ୍କ ପାଖରେ ୨୦ ଲକ୍ଷ ଟଙ୍କା ଥିବା ଦୁର୍ବୃତ୍ତମାନେ କୌଣସି ସୂତ୍ରରୁ ଜାଣିପାରିଥିଲେ। ସେମାନେ ହଠାତ୍ ଆସି  ତାଙ୍କ ଉପରେ ଗୁଳି ଚଳାଇଥିବା ଜଣାଯାଇଛି। ରାଇରଙ୍ଗପୁର ଏସଡିପିଓ  ରତିକାନ୍ତ ଗିରି ଓ ପୁଲିସ  ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଘଟଣାସ୍ଥଳରୁ  ଅଫୁଟା ଗୁଳି ମଧ୍ୟ ଜବତ କରିଛି ପୁଲିସ।

Leave A Reply

Your email address will not be published.