ପ୍ରମୁଖ ଖବର

ବନ୍ୟା ପରିଚାଳନା ପାଇଁ ୩ ବରିଷ୍ଠ ଆଇଏଏସ ଅଧିକାରୀ ନିୟୋଜିତ
ହର୍ମୁଜ୍ ପ୍ରଣାଳୀରେ ଜାହାଜ ଚଳାଚଳ ନେଇ ଇରାନ-ଓମାନ ମଧ୍ୟରେ ସହମତି
ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟତିଥି: ‘ସଦୈବ ଅଟଳ’ରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
ଲଘୁଚାପ ପ୍ରଭାବ: ହାଇ ଆଲର୍ଟରେ ସହରାଞ୍ଚଳ, ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
ଲଘୁଚାପ ପ୍ରଭାବ: ହାଇ ଆଲର୍ଟରେ ସହରାଞ୍ଚଳ, ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
ଟିଏମ୍‌ସି କାର୍ଯ୍ୟାଳୟରୁ ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଟିଏମ୍‌ସି କାର୍ଯ୍ୟାଳୟରୁ ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସମ୍ଭାବ୍ୟ ବନ୍ୟା ପାଇଁ ଭଦ୍ରକରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍

ଓଲଟି ପଡ଼ିଲା ଟୁରିଷ୍ଟ ବସ୍, ୨ମୃତ ସୂଚନା

0

ବ୍ରହ୍ମପୁର: ବିଳମ୍ବିତ ରାତିରେ ଗଞ୍ଜାମ ଜିଲ୍ଲାର ଭଂଜନଗର ନିକଟସ୍ଥ କଳିଙ୍ଗା ଘାଟିରେ ଏକ ବଡ ଧରଣର ଦୁର୍ଘଟଣା ଘଟିଛି। କନ୍ଧମାଳ ସୀମାନ୍ତ ଦୁର୍ଗାପ୍ରସାଦ ନିକଟରେ ଏକ ପର୍ଯ୍ୟଟନ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଘଟଣାରେ ଦୁଇଜଣଙ୍କର ମୃତ୍ୟୁ ଘଟିଛି। ବସଟି ଓଲଟି ପଡ଼ିଥିଲା। ପଶ୍ଚିମବଙ୍ଗରୁ ଏହି ଟୁରିଷ୍ଟ ବସ୍ ଆସିଥିବା ଜଣାପଡିଛି। ବସ୍ ତଳେ ଅନେକ ଚାପି ହୋଇଯାଇଥିଲେ।

ଗଂଜାମ-କନ୍ଧମାଳ ସୀମାନ୍ତରେ ଘଟିଥିବା ଏହି ଦୁର୍ଘଟଣା ସଂପର୍କରେ ଖବର ପାଇଁ ପୁଲିସ ପ୍ରଶାସନ ଓ ଅଗ୍ନିଶମ ବାହିନୀ ତୁରନ୍ତ ଅପରେସନ୍ ଆରମ୍ଭ କରିଥିଲେ। ବସରେ ୫୦ରୁ ଅଧିକ ଯାତ୍ରୀ ଥିଲେ ଏବଂ ଏହା ଦାରିଙ୍ଗିବାଡିରୁ ବିଶାଖାପାଟଣା ଯାଉଥିଲା। ଘାଟିରୁ ଓହ୍ଲାଇବା ପରେ ଦୁର୍ଘଟଣା ଘଟିଥିଲେ ହେଁ ପ୍ରକୃତ କାରଣ ନେଇ ପୁଲିସ କୌଣସି ସୂଚନା ଦେଇନାହିଁ।

Leave A Reply

Your email address will not be published.