ପ୍ରମୁଖ ଖବର

ଭଞ୍ଜନଗର ଜଳଭଣ୍ଡାରରେ ବୁଡି ଦୁଇ କଲେଜ୍ ଛାତ୍ରଙ୍କ ମୃତ୍ୟୁ
ପଶ୍ଚିମବଙ୍ଗରେ ନିର୍ବାଚନ ପୂର୍ବରୁ ଟିଏମ୍‌ସି ନେତାଙ୍କ ଘରେ ଆୟକର ଚଢଉ
ସ୍ମାର୍ଟଫୋନ୍‌ରେ ଆଧାର ଆପ୍‌ ପ୍ରି-ଇନଷ୍ଟଲେସନ୍‌ ପ୍ରସ୍ତାବକୁ ପ୍ରତ୍ୟାହାର କଲେ ସରକାର
ତାମିଲନାଡୁର ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ: ୧୬ ମୃତ
ଇଟାଲୀରେ ଗୁରୁଦ୍ୱାର ବାହାରେ ଗୁଳିକାଣ୍ଡ: ଦୁଇ ଭାରତୀୟ ଶିଖଙ୍କ ମୃତ୍ୟୁ
ଖୋର୍ଦ୍ଧାରେ ୨୦ରୁ ୨୩ ପର୍ଯ୍ୟନ୍ତ ସ୍କୁଲ ଛୁଟି
ଫିରୋଜାବାଦରେ ଭୟଙ୍କର ଅଗ୍ନିକାଣ୍ଡ: ୬୦ରୁ ଅଧିକ ଦୋକାନ ଜଳି ଛାରଖାର
ମହିଳା ସଂରକ୍ଷଣ ବିଲ୍ ବାବଦରେ ବିଜେପି ଦେଶବାସୀଙ୍କୁ ଭ୍ରମିତ କରୁଛି: ବିଜେଡି

ହାତ ଛାଡି ସାଇକେଲ ଚଢ଼ିଲେ ଶିବଲ

0

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ରାଜନୀତିରେ ଆସିଲା ନୂଆ ମୋଡ। ହାତ ଛାଡି ସାଇକେଲରେ ବସିଲେ ବରିଷ୍ଠ କଂଗ୍ରେସ ନେତା କପିଲ ଶିବଲ। ସେ ସାଇକେଲରେ ବସି ଯିବେ ରାଜ୍ୟସଭା। କଂଗ୍ରେସର ପୂର୍ବତନ ବରିଷ୍ଠ ନେତା ତଥା ଆଇନଜୀବୀ କପିଲ ଶିବଲ ଆଜି ସମାଜବାଦୀ ପାର୍ଟିରୁ ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନ ଭରିଛନ୍ତି। ସେ ସମାଜବାଦୀ ପାର୍ଟିରୁ ରାଜ୍ୟସଭା ଟିକେଟ୍‌ ପାଇଛନ୍ତି।

ଆଜି ଅଖିଳେଶ ଯାଦବ ଓ କପିଲ ସିବଲ ବିଧାନସଭା ପରିସରରେ ପହଂଚିଥିଲେ । ସେମାନଙ୍କ ସହ ସମାଜବାଦୀ ପାର୍ଟିର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ରାମଗୋପାଲ ଯାଦବ ବି ଉପସ୍ଥିତ ଥିଲେ । ଏହି ଦୁଇଜଣଙ୍କ ଉପସ୍ଥିତିରେ କପିଲ ସିବଲ ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନ କରିଛନ୍ତି । ନାମାଙ୍କନ ଭରିବା ପରେ କପିଲ ଶିବଲ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଛନ୍ତି,  ‘ମୁଁ ମେ ୧୬ରେ କଂଗ୍ରେସ ଦଳରୁ ଇସ୍ତଫା ଦେଇଥିଲି। ସଂସଦରେ ଏକ ସ୍ୱତନ୍ତ୍ର ସ୍ୱର ରହିବା ଜରୁରୀ ବୋଲି ସେ କହିଛନ୍ତି। ଯାହାକି କ୍ଷମତାସୀନ ବିଜେପିର ଜନମାରଣ ନୀତି ବିରୋଧରେ ଜନ ଜାଗରଣ ସୃଷ୍ଟି କରିବ। ଯଦି ଏକ ସ୍ୱତନ୍ତ୍ର ସ୍ୱର କଥା ହୁଏ, ଲୋକମାନେ ବିଶ୍ୱାସ କରିବେ ଯେ ଏହା କୌଣସି ରାଜନୈତିକ ଦଳର ନୁହେଁ।’

ଦୀର୍ଘ ଦିନ ଧରି କଂଗ୍ରେସ ବିରୋଧରେ ସ୍ୱର ଉତ୍ତୋଳନ କରି ଆସୁଥିଲେ ଶିବଲ। ନିକଟରେ ସୁପ୍ରିମକୋର୍ଟର ଓକିଲ ଭାବେ ସମାଜବାଦୀ ପାର୍ଟିର ବରିଷ୍ଠ ନେତା ଆଜମ ଖାନ୍‌ଙ୍କ ଜାମିନ ସେ କରାଇଛନ୍ତି। ଆଜମ୍ ଖାନଙ୍କ ଓକିଲ ଭାବେ ଏବେ ସେ ସୁପ୍ରିମ କୋର୍ଟରେ ମାମଲା ଲଢୁଛନ୍ତି । ଏନେଇ ଆଜମ୍ ଖାନ ମଙ୍ଗଳବାର ଦିନ କହିଥିଲେ କି ଯଦି ସମାଜବାଦୀ ପାର୍ଟି କପିଲ ଶିବଲଙ୍କୁ ରାଜ୍ୟସଭା ପ୍ରାର୍ଥୀଭାବେ ମନୋନୀତ କରେ ତେବେ ସେ ଅଧିକ ଖୁସି ହେବେ।

ସୂଚନା ଥାଉକି ଆଗାମୀ ରାଜ୍ୟସଭା ନିର୍ବାଚନ ପାଇଁ ସମାଜବାଦୀ ପାର୍ଟି କୋଟାରେ ୩ ଟି ଆସନ ରହିଛି । ହେଲେ ବାକି ୨ ଜଣ କିଏ କିଏ ରାଜ୍ୟସଭା ପ୍ରାର୍ଥୀ ହେବେ ସେ ନେଇ ଅଖିଳେଶ କିଛି କହି ନାହାଁନ୍ତି । ଅନୁମାନ କରାଯାଉଛି କି ଦଳ ଡିମ୍ପଲ ଯାଦବ ଓ ଜାବେଦ ଅଲ୍ଲୀ ଖାନଙ୍କୁ ରାଜ୍ୟସଭା ପଠାଇବାକୁ ସ୍ଥିର କରିଛି ।

Leave A Reply

Your email address will not be published.