ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଦିଲ୍ଲୀର ଉପରାଜ୍ୟପାଳ ହେଲେ ବିନୟ କୁମାର ସାକସେନା

0

ନୂଆଦିଲ୍ଲୀ: ଆଜି ଦିଲ୍ଲୀର ଉପରାଜ୍ୟପାଳ ଭାବେ ବିନୟ କୁମାର ସାକ୍‌ସେନା ଶପଥ ଗ୍ରହଣ କରିଛନ୍ତି। ଆଜି ରାଜ ନିବାସରେ ଆୟୋଜିତ ନିରାଡ଼ମ୍ବର ଉତ୍ସବରେ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ବିପିନ ସାଙ୍ଘି ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।

ଦିଲ୍ଲୀର ଉପରାଜ୍ୟପାଳ ଭାବେ ନିଯୁକ୍ତି ପାଇବାରେ ୬୪ ବର୍ଷିୟ ସାକ୍‌ସେନା ହେଉଛନ୍ତି ପ୍ରଥମ ଅଣ-ଅମଲା ଏବଂ ଅଣ-ପ୍ରତିରକ୍ଷା ପୃଷ୍ଠଭୂମି ଥିବା ବ୍ୟକ୍ତି। ପୂର୍ବରୁ ସେ କେନ୍ଦ୍ର ସରକାରଙ୍କ ଖଦୀ ଓ ଗ୍ରାମୀଣ ଶିଳ୍ପ କମିସନ୍‌ରେ ୬ ବର୍ଷ ଧରି ଅଧ୍ୟକ୍ଷ ଥିଲେ। ତାହା ପୂର୍ବରୁ ସାକ୍‌ସେନା ଏକ ଘରୋଇ ଉଦ୍ୟୋଗରେ ୩ ଦଶନ୍ଧି ଧରି କାର୍ଯ୍ୟ କରିଥିଲେ।

ଆଜିର ଉକ୍ତ ଶପଥ ଗ୍ରହଣ ଉତ୍ସବରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଏବଂ ତାଙ୍କ କ୍ୟାବିନେଟ୍‌ ମନ୍ତ୍ରୀସମୂହ ଯୋଗ ଦେଇଥିଲେ। ଏହାଛଡ଼ା, ବିଜେପି ସାଂସଦ ମନୋଜ ତିୱାରି, ପରଓେଶ୍‌ ସାହିବ ସିଂହ, ଦିଲ୍ଲୀ ବିଧାନସଭାର ବିରୋଧୀ ଦଳ ନେତା ରମବୀର ସିଂହ ବୁଧରି, ବିଜେପି ଓ ଆପ୍‌ର ବିଧାୟକମାନେ ମଧ୍ୟ ରାଜ୍ୟପାଳଙ୍କ ଶପଥ ଗ୍ରହଣ ଉତ୍ସବରେ ସାମିଲ ହୋଇଥିଲେ। ଦିଲ୍ଲୀର ମୁଖ୍ୟ ସଚିବ ନରେଶ କୁମାର ଏବଂ ଦିଲ୍ଲୀ ସରକାରଙ୍କର ଶୀର୍ଷସ୍ତରୀୟ ଅମଲାମାନେ ବି ଏହି ଶପଥ ପାଠ ଉତ୍ସବରେ ଯୋଗ ଦେଇଥିଲେ।

Leave A Reply

Your email address will not be published.