ପ୍ରମୁଖ ଖବର

ଭୁବନେଶ୍ୱର ମାର୍କେଟ ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ, ୧୫ରୁ ଅଧିକ ଦୋକାନ ପୋଡି ପାଉଁଶ
ଖଣ୍ଡଗିରି ଡବଲ ମର୍ଡରର ପର୍ଦ୍ଦାଫାଶ: ଦୁଇ ନାବାଳକ ଅଭିଯୁକ୍ତ ଅଟକ
୩ ବର୍ଷର ଶିଶୁକୁ ଦୁଷ୍କର୍ମ ପରେ ହତ୍ୟା: ୬୫ ବର୍ଷୀୟ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡ
ଭାରତୀୟ ସ୍ଥଳସେନାର ନୂଆ ମୁଖ୍ୟ ହେଲେ ଲେଫ୍ଟନାଣ୍ଟ ଜେନେରାଲ୍ ଧୀରଜ ସେଠ୍
ଦିଲ୍ଲୀରେ ଇଭିକୁ ବଡ଼ ପ୍ରୋତ୍ସାହନ, ୨୦୨୮ରୁ ବନ୍ଦ ହେବ ପେଟ୍ରୋଲ ଦୁଇଚକିଆ ପଞ୍ଜୀକରଣ

ଦିଲ୍ଲୀର ଉପରାଜ୍ୟପାଳ ହେଲେ ବିନୟ କୁମାର ସାକସେନା

0

ନୂଆଦିଲ୍ଲୀ: ଆଜି ଦିଲ୍ଲୀର ଉପରାଜ୍ୟପାଳ ଭାବେ ବିନୟ କୁମାର ସାକ୍‌ସେନା ଶପଥ ଗ୍ରହଣ କରିଛନ୍ତି। ଆଜି ରାଜ ନିବାସରେ ଆୟୋଜିତ ନିରାଡ଼ମ୍ବର ଉତ୍ସବରେ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ବିପିନ ସାଙ୍ଘି ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।

ଦିଲ୍ଲୀର ଉପରାଜ୍ୟପାଳ ଭାବେ ନିଯୁକ୍ତି ପାଇବାରେ ୬୪ ବର୍ଷିୟ ସାକ୍‌ସେନା ହେଉଛନ୍ତି ପ୍ରଥମ ଅଣ-ଅମଲା ଏବଂ ଅଣ-ପ୍ରତିରକ୍ଷା ପୃଷ୍ଠଭୂମି ଥିବା ବ୍ୟକ୍ତି। ପୂର୍ବରୁ ସେ କେନ୍ଦ୍ର ସରକାରଙ୍କ ଖଦୀ ଓ ଗ୍ରାମୀଣ ଶିଳ୍ପ କମିସନ୍‌ରେ ୬ ବର୍ଷ ଧରି ଅଧ୍ୟକ୍ଷ ଥିଲେ। ତାହା ପୂର୍ବରୁ ସାକ୍‌ସେନା ଏକ ଘରୋଇ ଉଦ୍ୟୋଗରେ ୩ ଦଶନ୍ଧି ଧରି କାର୍ଯ୍ୟ କରିଥିଲେ।

ଆଜିର ଉକ୍ତ ଶପଥ ଗ୍ରହଣ ଉତ୍ସବରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଏବଂ ତାଙ୍କ କ୍ୟାବିନେଟ୍‌ ମନ୍ତ୍ରୀସମୂହ ଯୋଗ ଦେଇଥିଲେ। ଏହାଛଡ଼ା, ବିଜେପି ସାଂସଦ ମନୋଜ ତିୱାରି, ପରଓେଶ୍‌ ସାହିବ ସିଂହ, ଦିଲ୍ଲୀ ବିଧାନସଭାର ବିରୋଧୀ ଦଳ ନେତା ରମବୀର ସିଂହ ବୁଧରି, ବିଜେପି ଓ ଆପ୍‌ର ବିଧାୟକମାନେ ମଧ୍ୟ ରାଜ୍ୟପାଳଙ୍କ ଶପଥ ଗ୍ରହଣ ଉତ୍ସବରେ ସାମିଲ ହୋଇଥିଲେ। ଦିଲ୍ଲୀର ମୁଖ୍ୟ ସଚିବ ନରେଶ କୁମାର ଏବଂ ଦିଲ୍ଲୀ ସରକାରଙ୍କର ଶୀର୍ଷସ୍ତରୀୟ ଅମଲାମାନେ ବି ଏହି ଶପଥ ପାଠ ଉତ୍ସବରେ ଯୋଗ ଦେଇଥିଲେ।

Leave A Reply

Your email address will not be published.