ପ୍ରମୁଖ ଖବର

ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ପ୍ରତିଶ୍ରୁତି: ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି
ସେଲଭାସାରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ: ୪ ମୃତ, ୫ ଗୁରୁତର ଆହତ
ତିରୁବନନ୍ତପୁରମରେ ମୋଦିଙ୍କ ଭବ୍ୟ ରୋଡ୍‌ଶୋ,ଉତ୍ସବମୟ ପରିବେଶ
ଓଡ଼ିଆ ପକ୍ଷ ଅବସରରେ ପ୍ରବେଶ ଉତ୍ସବ: କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ନାସିକରେ ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତ ପାଇଁ ଆଶ୍ୱସ୍ତିର ଖବର : ଭାରତ ଆସୁଛି ସପ୍ତମ ଏଲ୍‌ପିଜି ଟ୍ୟାଙ୍କର୍

‘ଡ୍ରଗ୍‌ସ୍‌-ଅନ୍‌-କ୍ରୁଜ୍‌’ ମାମଲାରେ ଆର୍ଯ୍ୟନ ଖାନଙ୍କୁ ମିଳିଲା କ୍ଲିନ୍ ଚିଟ୍

0

ମୁମ୍ବାଇ: କ୍ରୁଜ ଡ୍ରଗ୍ସ ମାମଲାରେ ବଲିଉଡ୍ ଷ୍ଟାର୍ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ କ୍ଲିନ୍ ଚିଟ୍ ମିଳିଛି। ଏନସିବି ଏହି ମାମଲାରେ ଏକ ଚାର୍ଜସିଟ୍ ଦାଖଲ କରିଛି। ଯେଉଁଥିରେ ଆର୍ଯ୍ୟନ୍ ଏବଂ ଅନ୍ୟ ପାଞ୍ଚଜଣଙ୍କୁ କ୍ଲିନ୍ ଚିଟ୍ ଦିଆଯାଇଛି, ଏମାନଙ୍କ ନାମ ଚାର୍ଜସିଟରେ ନାହିଁ।

ସୂଚନାଯୋଗ୍ୟ, ଏନସିବି ଏହି ମାମଲାରେ ଆର୍ଯ୍ୟନ୍ ଖାନଙ୍କ ସମେତ ଅନ୍ୟ ୧୯ ଜଣଙ୍କୁ ଅଭିଯୁକ୍ତ କରିଥିଲା। ଅକ୍ଟୋବର ୩ ରେ ମୁମ୍ବାଇର ଉପକୂଳବର୍ତ୍ତୀ ଏକ କ୍ରୁଜ୍ ଜାହାଜରୁ ଆର୍ଯ୍ୟନଙ୍କୁ ଏନସିବି ଗିରଫ କରିଥିଲା। ତେବେ ପରେ ତାଙ୍କୁ ଜାମିନରେ ମୁକ୍ତ କରାଯାଇଥିଲା।

ଅକ୍ଟୋବର ମାସ ଆରମ୍ଭରେ ‘କ୍ରୁଜ୍‌ ଜାହାଜ’ରେ ଚଢ଼ାଉ ବେଳେ ଆର୍‌ୟାନ ଖାନ୍‌ ଡ୍ରଗ୍ସ ମାଲାରେ ସାମିଲ୍‌ ବୋଲି ଅଭିଯୋଗ ହୋଇଥିଲା। ଏହାପରେ ଏହି ମାମଲାକୁ ନେଇ ଖୋଳତାଢ଼ ଆରମ୍ଭ ହୋଇଥିଲା। ପରେ ଆର୍‌ୟାନଙ୍କୁ ଗିରଫ କରାଯାଇଥିଲା। ପରେ ‘ଡ୍ରଗ୍‌ସ୍‌-ଅନ୍‌-କ୍ରୁଜ୍‌’ ମାମଲାରେ ଗିରଫ ହୋଇ ମୁମ୍ବାଇ ଆର୍ଥର୍‌ ରୋଡ୍‌ ଜେଲ୍‌ରେ ଥିବା ଆର୍‌ୟାନ୍‌ଙ୍କୁ କିଛି ସର୍ତ୍ତ ଭିତ୍ତିରେ ବମ୍ବେ କୋର୍ଟ ଜାମିନ ମଞ୍ଜୁର କରିଥିଲେ। ୧୪ଟି ସର୍ତ୍ତ ରଖି ବମ୍ବେ ହାଇକୋର୍ଟ ଆର୍‌ୟନ୍‌ଙ୍କ ଜାମିନ ମଞ୍ଜୁର କରିଥିଲେ।

Leave A Reply

Your email address will not be published.