ପ୍ରମୁଖ ଖବର

ପୂର୍ବତନ ବିଧାୟକ କାହ୍ନୁ ଚରଣ ନାଏକଙ୍କ ୭୯ ବର୍ଷରେ ପରଲୋକ
ଅମିତାଭଙ୍କ ‘ଜଲ୍‌ସା’କୁ ବୋମାରେ ଉଡ଼ାଇବା ଧମକ, ଟାର୍ଗେଟ୍‌ରେ ଦିଲଜିତ ଦୋସାଞ୍ଜ
ଅରୁଣାଚଳରେ ଭାରତ-ଚୀନ୍‌ ସୈନିକ ମୁହାଁମୁହିଁ
୨୯ରୁ ଓସିଏସ୍‌ ମୁଖ୍ୟ ପରୀକ୍ଷା, ଆଜିଠୁ ମିଳିବ ଆଡମିଟ୍‌ କାର୍ଡ
ଏସିଆନ ପାରା ଗେମ୍ସ: ପ୍ରମୋଦଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଲେ ନିତେଶ

ଫାରୁକ୍ ଅବଦୁଲ୍ଲାଙ୍କୁ ଇଡିର ସମନ

0

ନୂଆଦିଲ୍ଲୀ: ଅଡୁଆରେ ଛନ୍ଦିହେଲେ ଏନ୍ .ସି ମୁଖ୍ୟ ତଥା ଜମ୍ମୁ- କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା। ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ସମନ କରିଛି। ପଚରାଉଚରା ପାଇଁ ମେ ୩୧ରେ ଦିଲ୍ଲୀକୁ ଡକାଯାଇଥିବା ସୂଚନା ମିଳିଛି । ଜମ୍ମୁ- କଶ୍ମୀର କ୍ରିକେଟ୍‌ ଆସୋସିଏସନ୍‌ ରେ ହୋଇଥିବା ଆର୍ଥିକ ଅନିୟମିତତାରେ ତାଙ୍କର ସଂପୃକ୍ତି ଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗରେ  ଇଡି ତାଙ୍କୁ ପଚରାଉଚରା ପାଇଁ ଏହି ସମନ ଜାରି କରିଥିବା ଜଣାପଡ଼ିଛି।

ମେ ୩୧ରେ ନୂଆଦିଲ୍ଲୀରେ ଇଡିର ମୁଖ୍ୟାଳୟରେ ହାଜର ହେବା ପାଇଁ ସମନ ହୋଇଛି।  ୨୦୨୦ରେ ଏହି ମାମଲାରେ ଅବଦୁଲ୍ଲାଙ୍କ ୧୧.୮୬ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ବାଜ୍ୟାପ୍ତ କରିଥିଲା ଇଡି । ଏହି ମାମଲାରେ ପୂର୍ବରୁ ତାଙ୍କୁ ଅନେକଥର ପଚରାଉଚରା କରିଛି ଇଡି । ଇଡିର  ଅଭିଯୋଗ ଅନୁଯାୟୀ ଅବଦୁଲ୍ଲା ଅତୀତରେ ଜେକେସିଏର ସଭାପତି ଭାବରେ ତାଙ୍କ ପଦବୀର ଅପବ୍ୟବହାର କରିଥିଲେ ଏବଂ କ୍ରୀଡା ସଂସ୍ଥାରେ ନିଯୁକ୍ତି ଦେଇଥିଲେ।  ଯାହା ଦ୍ୱାରା ବିସିସିଆଇ ପ୍ରାୟୋଜିତ ପାଣ୍ଠିକୁ ପ୍ରଭାବିତ କରା ଯାଇଥିଲା।

Leave A Reply

Your email address will not be published.