ପ୍ରମୁଖ ଖବର

୫ରୁ ୧୭ ବର୍ଷ ପିଲାଙ୍କ ଆଧାର ବାୟୋମେଟ୍ରିକ୍‌ ଅପଡେଟ୍‌ ମାଗଣା
‘ଚଳିବ’ ମାନସିକତା ବଦଳାଇ ସମୟାନୁବର୍ତ୍ତିତାକୁ ଗୁରୁତ୍ୱ: ମୋଦୀଙ୍କ ଆହ୍ୱାନ
ଏନ୍‌ଟିପିସି ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୫ ଶ୍ରମିକ ଆହତ
ରାଜ୍ୟ ସହିବ ୧ ଲକ୍ଷ କୋଟିର କ୍ଷତି: ଏମ୍‌ଏମ୍‌ଡିଆର୍‌ ବିଲ୍‌କୁ କଂଗ୍ରେସର ବିରୋଧ, ସ୍ୱତନ୍ତ୍ର ଅଧିବେଶନ ଦାବି
ୟୁପିର ୫୨ ନେତାଙ୍କୁ ମିଳିବ ବୁଲେଟ୍‌ପ୍ରୁଫ୍‌ ଜାକେଟ୍‌
୪ ବର୍ଷରୁ କମ୍ ପିଲାଙ୍କ ପାଇଁ କାଶ-ଥଣ୍ଡା ଔଷଧ ଉପରେ କେନ୍ଦ୍ରର କଟକଣା
ଚିନି ଦରରେ ରେକର୍ଡ ବୃଦ୍ଧି
ନେତାନ୍ୟାହୁଙ୍କ ବିରୋଧରେ ତୁର୍କୀର ଗିରଫ ପରୱାନା

ଫାରୁକ୍ ଅବଦୁଲ୍ଲାଙ୍କୁ ଇଡିର ସମନ

0

ନୂଆଦିଲ୍ଲୀ: ଅଡୁଆରେ ଛନ୍ଦିହେଲେ ଏନ୍ .ସି ମୁଖ୍ୟ ତଥା ଜମ୍ମୁ- କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା। ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ସମନ କରିଛି। ପଚରାଉଚରା ପାଇଁ ମେ ୩୧ରେ ଦିଲ୍ଲୀକୁ ଡକାଯାଇଥିବା ସୂଚନା ମିଳିଛି । ଜମ୍ମୁ- କଶ୍ମୀର କ୍ରିକେଟ୍‌ ଆସୋସିଏସନ୍‌ ରେ ହୋଇଥିବା ଆର୍ଥିକ ଅନିୟମିତତାରେ ତାଙ୍କର ସଂପୃକ୍ତି ଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗରେ  ଇଡି ତାଙ୍କୁ ପଚରାଉଚରା ପାଇଁ ଏହି ସମନ ଜାରି କରିଥିବା ଜଣାପଡ଼ିଛି।

ମେ ୩୧ରେ ନୂଆଦିଲ୍ଲୀରେ ଇଡିର ମୁଖ୍ୟାଳୟରେ ହାଜର ହେବା ପାଇଁ ସମନ ହୋଇଛି।  ୨୦୨୦ରେ ଏହି ମାମଲାରେ ଅବଦୁଲ୍ଲାଙ୍କ ୧୧.୮୬ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ବାଜ୍ୟାପ୍ତ କରିଥିଲା ଇଡି । ଏହି ମାମଲାରେ ପୂର୍ବରୁ ତାଙ୍କୁ ଅନେକଥର ପଚରାଉଚରା କରିଛି ଇଡି । ଇଡିର  ଅଭିଯୋଗ ଅନୁଯାୟୀ ଅବଦୁଲ୍ଲା ଅତୀତରେ ଜେକେସିଏର ସଭାପତି ଭାବରେ ତାଙ୍କ ପଦବୀର ଅପବ୍ୟବହାର କରିଥିଲେ ଏବଂ କ୍ରୀଡା ସଂସ୍ଥାରେ ନିଯୁକ୍ତି ଦେଇଥିଲେ।  ଯାହା ଦ୍ୱାରା ବିସିସିଆଇ ପ୍ରାୟୋଜିତ ପାଣ୍ଠିକୁ ପ୍ରଭାବିତ କରା ଯାଇଥିଲା।

Leave A Reply

Your email address will not be published.