ପ୍ରମୁଖ ଖବର

ପ୍ରତିରକ୍ଷା କ୍ଷେତ୍ରରେ ୨.୧୨ ଲକ୍ଷ କୋଟିର କ୍ରୟ ପ୍ରସ୍ତାବକୁ ମଞ୍ଜୁରି
ଆର୍‌ଜି କର ମାମଲା: ସିବିଆଇ ବିରୋଧୀ ଅଭିଯାନରୁ ଦୂରେଇଲେ ପୀଡ଼ିତାଙ୍କ ମା’
ମୋଦୀଙ୍କ ପିତାଙ୍କୁ ନେଇ ଟିପ୍ପଣୀ ପ୍ରସଙ୍ଗ: କଂଗ୍ରେସକୁ ଟାର୍ଗେଟ୍‌ କଲେ ବିଜେପି ଅଧ୍ୟକ୍ଷ
ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ ପର୍ଯ୍ୟାୟରେ: ପୀୟୂଷ ଗୋୟଲ
ଏଣିକି E100 ଇନ୍ଧନରେ ଚାଲିବ ଗାଡ଼ି! ନିୟମରେ ସଂଶୋଧନ କଲେ କେନ୍ଦ୍ର ସରକାର
ନର୍ଥ ବ୍ଲକ୍‌ରେ ଅଗ୍ନିକାଣ୍ଡ, ନିଆଁ ଲିଭାଇଲେ ଅଗ୍ନିଶମ କର୍ମଚାରୀ
ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ ଅର୍ଣ୍ଣବ ‘

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାରେ ରାଜ୍ୟ ସରକାରଙ୍କ ବଡ଼ ବିଜୟ

0

ଭୁବନେଶ୍ବର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାରେ ରାଜ୍ୟ ସରକାରଙ୍କ ବଡ଼ ବିଜୟ। ଉଭୟ ଆବେଦନକାରୀଙ୍କ ମାମଲା ଖାରଜ କଲେ ସୁପ୍ରିମକୋର୍ଟ। ଏହି ବିଜୟ ପରେ ସାମ୍ନାକୁ ଆସିଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଟ୍ଵିଟ୍। ତୁମ ଇଚ୍ଛା ବିନା ପତ୍ରଟେ ହଲେନି ଆହେ ଜଗନ୍ନାଥ । ଜୟ ଜଗନ୍ନାଥ ବୋଲି ଟ୍ଵିଟ୍ କଲେ ନବୀନ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ବନ୍ଦ କରିବାକୁ ହୋଇଥିବା ଆବେଦନକୁ ରଦ୍ଦ କରିଛନ୍ତି ସୁପ୍ରିମକୋର୍ଟ । ୨ଟି ସ୍ୱତନ୍ତ୍ର ଲିଭ୍ ପିଟିସନକୁ ରଦ୍ଦ କରିଛନ୍ତି କୋର୍ଟ । ଲକ୍ଷ ଲକ୍ଷ ଭକ୍ତଙ୍କ ସ୍ୱାର୍ଥକୁ ଦୃ୍ଷ୍ଟିରେ ରଖି ଏହି ଆବେଦନ ସବୁକୁ ରଦ୍ଦ କଲେ କୋର୍ଟ । ରାଜ୍ୟ ସରକାରଙ୍କ ଯୁକ୍ତିକୁ ଯଥାର୍ଥ ବୋଲି ଦର୍ଶଇଛନ୍ତି କୋର୍ଟ । ଭକ୍ତଙ୍କ ପାଇଁ ହେଉଥିବା ଉନ୍ନୟନମୂଳକ କାମକୁ ଉଦ୍ଦେଶ୍ୟମୂଳକ ଭାବେ ରୋକାଯାଉଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଆବେଦନକାରୀ ନିଜସ୍ୱ ପ୍ରଚାର ପାଇଁ କୋର୍ଟରେ ଏପରି ଜନସ୍ୱାର୍ଥ ମାମଲା ଦାଏର କରିଛନ୍ତି । ତେଣୁ ଅଯଥାରେ କୋର୍ଟଙ୍କ ସମୟ ନଷ୍ଟ କରିଥିବାରୁ ଆବେଦନକାରୀଙ୍କ ଉପରେ ୧ ଲକ୍ଷ ଟଙ୍କାର ଜରିମାନା ମଧ୍ୟ ବୋକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।

ପରିକ୍ରମା ପ୍ରକଳ୍ପ ନେଇ ଶ୍ରମନ୍ଦିର ପାଶ୍ୱବର୍ତ୍ତୀ ଇଲାକାରେ ବେଆଇନ ଖନନ ଚାଲିଥିବା ନେଇ ଅଭିଯୋଗ କରାଯାଇ କୋର୍ଟରେ ଆବେଦନପତ୍ର ଦାଖଲ କରାଯାଇଥିଲା । ଗତକାଲି ଏହି ମାମଲାରେ ସବୁ ପକ୍ଷଙ୍କୁ ଶୁଣିବା ପରେ ରାୟ ସଂରକ୍ଷିତ ରଖାଯାଇଥିଲା ।

Leave A Reply

Your email address will not be published.