ପ୍ରମୁଖ ଖବର

ସୁନ୍ଦରଗଡ଼ରେ ପ୍ରଚଣ୍ଡ ରୌଦ୍ରତାପ: ଅଂଶୁଘାତରେ ୨୮ ଆକ୍ରାନ୍ତ, ଡାକ୍ତରଖାନାରେ ଭର୍ତ୍ତି
ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ଓଲଟିଲା ବସ୍‌, ୨୧ ଯବାନ ଆହତ
ବିଜେଡିର ଷଷ୍ଠ ପ୍ରାର୍ଥୀ ତାଲିକା: କଟିଲା ତିନି ପୂର୍ବତନ ମନ୍ତ୍ରୀଙ୍କ ଟିକେଟ
ବାଲେଶ୍ବର ଜିଲ୍ଲା ନୀଳଗିରି ଚିକିତ୍ସାଳୟ ସମ୍ମୁଖରେ କ୍ଷୀର ଗାଡ଼ି ଧକ୍କାରେ କାର୍ଯ୍ୟରତ ହୋମଗାର୍ଡଙ୍କ ମୃତ୍ୟୁ, ମୃତକ ଛୋଟକାନପୁର ଅଞ୍ଚଳ ଲକ୍ଷ୍ମୀଧର ଜେନା ଏବଂ ତାଙ୍କର ବୟସ ୫୫ ବୋଲି ସୂଚନା ମିଳୁଛି
ମହାନଦୀ ଡଙ୍ଗାବୁଡ଼ି ଘଟଣା: ମିଳିଲା ଆଉ ୩ ଜଣଙ୍କ ମୃତଦେହ, ଏବେବି ୪ ନିଖୋଜ

ବ୍ରଜରାଜନଗରରେ ବିଜେଡିର ବାଜିମାତ୍:ଜିତିଲେ ଅଳକା

0

ଝାରସୁଗୁଡ଼ା: ବ୍ରଜରାଜନଗର ଉପ-ନିର୍ବାଚନରେ ବିପୁଳ ଭୋଟ୍‌ରେ ବାଜିମାତ କଲା ବିଜେଡି। ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର କିଶୋର ପଟେଲଙ୍କୁ ୬୬,୧୨୨ ଖଣ୍ଡ ଭୋଟ୍‌ରେ ପରାସ୍ତ କରିଛନ୍ତି। ଅଳକା ମହାନ୍ତି ସମୁଦାୟ ୯୩ ହଜାର ୯୫୩ ଖଣ୍ଡ ଭୋଟ ପାଇଛନ୍ତି। ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କିଶୋର ପଟେଲଙ୍କୁ ୨୭ ହଜାର ୮୩୧ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପିର ରାଧାରାଣୀ ପଣ୍ଡା ତୃତୀୟ ସ୍ଥାନରେ ରହିଛନ୍ତି। ରାଧାରାଣୀଙ୍କୁ ୨୨ ହଜାର ୬୩୦ଟି ଭୋଟ୍ ମିଳିଛି।

ସିପିଆଇ ପ୍ରାର୍ଥୀ ରମେଶ କୁମାର ତ୍ରିପାଠୀଙ୍କୁ ୩୦୯୬ ଖଣ୍ଡ ଭୋଟ୍ ମିଳିଥିବା ବେଳେ ହିନ୍ଦୁସ୍ତାନ ନିର୍ମାଣ ଦଳର ବିଜୟ କୁମାର ଜଲାନଙ୍କୁ ୨୭୭ ସ୍ୱାଧୀନ ପ୍ରାର୍ଥୀ ଅଭୟଭାରତୀ ଶେଖାୱତ ରାଜପୁତ ଜୈନଙ୍କୁ ୩୬୮, ଆଦିତ୍ୟ ପଧାନଙ୍କୁ ୧୮୮୩, ଦୀନବନ୍ଧୁ ବିଶ୍ୱାଳଙ୍କୁ ୪୨୨, ମନୋଜ ମେହେରଙ୍କୁ ୪୧୩, ସୀତାରାମ ବେହେରାଙ୍କୁ ୩୧୦ ଓ ସୁପ୍ରିତ କୁମାର ବେହେରାଙ୍କୁ ୬୭୫ ଖଣ୍ଡ ଭୋଟ୍ ମିଳିଛି। ଅନ୍ୟପକ୍ଷରେ ନୋଟାରେ ପଡ଼ିଛି ୧୫୧୧ ଖଣ୍ଡ ଭୋଟ୍‌। ଅର୍ଥାତ୍ ନୋଟାରେ ଜଣେ ଦଳୀୟ ଓ ୫ ସ୍ୱାଧୀନ ପ୍ରାର୍ଥୀଙ୍କ ଠାରୁ ଅଧିକ ଭୋଟ୍ ପଡ଼ିଛି। ବିଜୟୀ ହେବା ପରେ ଅଳକା ମହାନ୍ତି ଖୁସି ବ୍ୟକ୍ତ କରିଛନ୍ତି। ତାଙ୍କ ଉପରେ ବିଶ୍ଵାସ ରଖିଥିବାରୁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳୀୟ କର୍ମୀ ଓ ଜନସାଧାରଣଙ୍କୁ କୃତଜ୍ଞତା ଅର୍ପଣ କରିଛନ୍ତି।

ପ୍ରକାଶ ଥାଉକି, ସ୍ୱର୍ଗତ ବିଧାୟକ କିଶୋର କୁମାର ମହାନ୍ତିଙ୍କ ଧର୍ମପତ୍ନୀ ହେଉଛନ୍ତି ଅଳକା ମହାନ୍ତି । ବିଜେଡି ବିଧାୟକ କିଶୋର କୁମାର ମହାନ୍ତିଙ୍କ ଗତ ଡିସେମ୍ବର ୩୦ ତାରିଖ ଦିନ ଅକାଳ ବିୟୋଗ ପରେ ବ୍ରଜରାଜନଗର ବିଧାନସଭା ପାଇଁ ଉପନିର୍ବାଚନ ହୋଇଥିଲା । ଆଜି ଉପନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ବିପୁଳ ସମର୍ଥନରେ ଅଳକା ବାଜିମାତ୍ କରିଛନ୍ତି।

Leave A Reply

Your email address will not be published.