ପ୍ରମୁଖ ଖବର

କୁଆଖାଇରେ ଭାସିଯାଇଥିବା ୨ ଯୁବକଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର, ଅନ୍ୟ ନିଖୋଜ
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
୧୨ରେ ବଙ୍ଗୋପସାଗରରେ ନୂଆ ଘୂର୍ଣ୍ଣିବଳୟ, ଉତ୍ତର-ଉପକୂଳ ଓଡ଼ିଶାକୁ ରେଡ୍ ୱାର୍ଣ୍ଣିଂ
ଆଇଟି ନିୟମ ହେବ ଅଧିକ କଡ଼ା: ୩ ଘଣ୍ଟାରେ ହଟିବ ବେଆଇନ ଏଆଇ ବିଷୟବସ୍ତୁ
ବ୍ୟାଙ୍କକ ସ୍କୁଲରେ ଗୁଳିକାଣ୍ଡ: ୭ ମୃତ, ୨୦ ଛାତ୍ର ଆହତ
୫୮.୩୬ ଲକ୍ଷ ଭୋଟରଙ୍କୁ ନୋଟିସ୍‌, ୧୨,୫୭୨ ଅଯୋଗ୍ୟ ଘୋଷିତ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାରେ ରାଜ୍ୟ ସରକାରଙ୍କ ବଡ଼ ବିଜୟ

0

ଭୁବନେଶ୍ବର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାରେ ରାଜ୍ୟ ସରକାରଙ୍କ ବଡ଼ ବିଜୟ। ଉଭୟ ଆବେଦନକାରୀଙ୍କ ମାମଲା ଖାରଜ କଲେ ସୁପ୍ରିମକୋର୍ଟ। ଏହି ବିଜୟ ପରେ ସାମ୍ନାକୁ ଆସିଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଟ୍ଵିଟ୍। ତୁମ ଇଚ୍ଛା ବିନା ପତ୍ରଟେ ହଲେନି ଆହେ ଜଗନ୍ନାଥ । ଜୟ ଜଗନ୍ନାଥ ବୋଲି ଟ୍ଵିଟ୍ କଲେ ନବୀନ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ବନ୍ଦ କରିବାକୁ ହୋଇଥିବା ଆବେଦନକୁ ରଦ୍ଦ କରିଛନ୍ତି ସୁପ୍ରିମକୋର୍ଟ । ୨ଟି ସ୍ୱତନ୍ତ୍ର ଲିଭ୍ ପିଟିସନକୁ ରଦ୍ଦ କରିଛନ୍ତି କୋର୍ଟ । ଲକ୍ଷ ଲକ୍ଷ ଭକ୍ତଙ୍କ ସ୍ୱାର୍ଥକୁ ଦୃ୍ଷ୍ଟିରେ ରଖି ଏହି ଆବେଦନ ସବୁକୁ ରଦ୍ଦ କଲେ କୋର୍ଟ । ରାଜ୍ୟ ସରକାରଙ୍କ ଯୁକ୍ତିକୁ ଯଥାର୍ଥ ବୋଲି ଦର୍ଶଇଛନ୍ତି କୋର୍ଟ । ଭକ୍ତଙ୍କ ପାଇଁ ହେଉଥିବା ଉନ୍ନୟନମୂଳକ କାମକୁ ଉଦ୍ଦେଶ୍ୟମୂଳକ ଭାବେ ରୋକାଯାଉଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଆବେଦନକାରୀ ନିଜସ୍ୱ ପ୍ରଚାର ପାଇଁ କୋର୍ଟରେ ଏପରି ଜନସ୍ୱାର୍ଥ ମାମଲା ଦାଏର କରିଛନ୍ତି । ତେଣୁ ଅଯଥାରେ କୋର୍ଟଙ୍କ ସମୟ ନଷ୍ଟ କରିଥିବାରୁ ଆବେଦନକାରୀଙ୍କ ଉପରେ ୧ ଲକ୍ଷ ଟଙ୍କାର ଜରିମାନା ମଧ୍ୟ ବୋକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।

ପରିକ୍ରମା ପ୍ରକଳ୍ପ ନେଇ ଶ୍ରମନ୍ଦିର ପାଶ୍ୱବର୍ତ୍ତୀ ଇଲାକାରେ ବେଆଇନ ଖନନ ଚାଲିଥିବା ନେଇ ଅଭିଯୋଗ କରାଯାଇ କୋର୍ଟରେ ଆବେଦନପତ୍ର ଦାଖଲ କରାଯାଇଥିଲା । ଗତକାଲି ଏହି ମାମଲାରେ ସବୁ ପକ୍ଷଙ୍କୁ ଶୁଣିବା ପରେ ରାୟ ସଂରକ୍ଷିତ ରଖାଯାଇଥିଲା ।

Leave A Reply

Your email address will not be published.