ଭୁବନେଶ୍ବର: ରାଜ୍ୟରେ ଧୀରେ ଧୀରେ ଏବେ ବର୍ଷାର ପରିମାଣ କମିବ। ଅଗଷ୍ଟ ପ୍ରଥମ ସପ୍ତାହରେ ମୌସୁମୀ ପୁଣି ଥରେ ସକ୍ରିୟ ହୋଇପାରେ। ପାଣିପାଗ ସ୍ଥିତି ଅନୁଧ୍ୟାନ କରି ଏଭଳି ଚିତ୍ର ଆଙ୍କୁଛନ୍ତି ସାର୍ଥକ ମିଶ୍ର। ଶ୍ରୀ ମିଶ୍ରଙ୍କ କହିବାନୁସାରେ, ଉପଗ୍ରହରୁ ଉତ୍ତୋଳନ କରାଯାଇଥିବା ପାଣିପାଗ ସମ୍ବନ୍ଧିତ ଚିତ୍ର ଦର୍ଶାଉଛି ଯେ, ଉତ୍ତର ଓ ଉତ୍ତର ଆଭ୍ୟନ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ଆକାଶ କେତେକାଂଶ ରେ ମେଘୁଆ ରହିଛି। ରାଜ୍ୟର ଅନ୍ୟ ଅଞ୍ଚଳରେ ଆକାଶ ଆଂଶିକ ମେଘୁଆ ରହିବା ସହ ଖରାର ପ୍ରଭାବ ରହିଛି। ବର୍ତ୍ତମାନ ମୌସୁମୀ ଟ୍ରଫ ଦକ୍ଷିଣରୁ ଉତ୍ତର କୁ ଗତି କରିବାକୁ ଯାଉଛି। କୌଣସି କ୍ଷେତ୍ର ବା ସିଷ୍ଟମ୍ ର ପ୍ରଭାବ ଓଡ଼ିଶା ଉପରେ ନାହିଁ। ତେଣୁ ଆସନ୍ତା ୪-୫ ଦିନ ଯାଏଁ ରାଜ୍ୟର ସ୍ଥାନେ ସ୍ଥାନେ ଅଳ୍ପ ରୁ ମଧ୍ୟମ ବର୍ଷା ସମ୍ଭାବନା ରହିଛି। ରାଜ୍ୟରେ ଏହି ସମୟରେ ବର୍ଷା ପରିମାଣ କମିବ। ଆକାଶ କେତେକାଂଶ ରେ ମେଘୁଆ ରହିବା ସହ ଖରା ର ପ୍ରଭାବ ରହିବ। ଏହିଭଳି ପରିସ୍ଥିତି କୁ ମୌସୁମୀ ବ୍ରେକ ବୋଲି କୁହାଯାଏ।
ପ୍ରମୁଖ ଖବର
ଆଇଏମ୍ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ରେ ଏଆରଟି ସେଂଟର ଉଦ୍ଘାଟିତ
ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀ ପାଇଁ ୧୭ଟି ନୂତନ ପାଠ୍ୟପୁସ୍ତକକୁ ମିଳିଲା ଅନୁମୋଦନ
କ୍ୟାବିନେଟରେ ୫ବିଭାଗର ୬ପ୍ରସ୍ତାବକୁ ମଞ୍ଜୁରୀ
ବିନା ଅନୁମତିରେ ବିଡିଓ ଓ ତହସିଲଦାର ଛୁଟିରେ ରହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି କଲା ଦିଲ୍ଲୀ ବିମାନବନ୍ଦର
ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଅଗ୍ନିକାଣ୍ଡ