ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଆଖି ବୁଜିଲେ ଦେଶର ପ୍ରଖ୍ୟାତ ନିବେଶକ ରାକେଶ ଝୁନଝୁନୱାଲା

0

ନୂଆଦିଲ୍ଲୀ: ଆଖିବୁଜିଲେ ସେୟାର ମାର୍କେଟ୍‌ର କିଙ୍ଗ ରାକେଶ ଝୁନ୍‌ଝୁନ୍‌ବାଲା। ୬୨ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଆଜି ସକାଳୁ ତାଙ୍କ ଦେହାନ୍ତ ହୋଇଥିବା ନେଇ ହସ୍ପିଟାଲ ପକ୍ଷରୁ ସୂଚନା ମିଳିଛି।

ଗତ କିଛି ଦିନ ପୂର୍ବରୁ ହିଁ ସେ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ। କିନ୍ତୁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା କାରଣରୁ ସେ ପୁଣିଥରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଝୁନଝୁନୱାଲାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ମୋଦି ଶୋକ ପ୍ରକାଶ କରିଛନ୍ତି । ସେହିଭଳି ଦେଶରେ ଅନ୍ୟ ବିଶିଷ୍ଟ ବ୍ୟକ୍ତି ମାନେ ମଧ୍ୟ ରାକେଶଙ୍କ ବିୟୋଗରେ ଶୋକବ୍ୟକ୍ତ କରିଛନ୍ତି।

ସୂଚନାଥାଉକି: ଦେଶକୁ ଶସ୍ତାରେ ବିମାନ ସେବା ଯୋଗାଇବାକୁ ସ୍ୱପ୍ନ ଦେଖିଥିଲେ ଝୁନଝୁନୱାଲା , ଆଉ ମାତ୍ର ସପ୍ତାହକ ପୂର୍ବରୁ ତାଙ୍କର ଏହି ସ୍ୱପ୍ନ ପୂରଣ ହୋଇଥିଲା । ଅଗଷ୍ଟ ୭ ତାରିଖରେ ଝୁନଝୁନୱାଲାଙ୍କ ଏୟାର ଲାଇନ୍ସ ଆକାଶା ପ୍ରଥମେ ଉଡାଣ ଭରିଥିଲା । ପ୍ରଥମେ ଏହା ମୁମ୍ବାଇରୁ ଅହମଦାବାଦ ଯାଏଁ ଉଡାଣ ଆରମ୍ଭ କରିଥିଲା । ଶନିବାର ଆକାଶର ଅନ୍ୟ ବିମାନ ବେଙ୍ଗାଲୁରୁରୁ କୋଚିଯାଏଁ ଉଡାଣ ଭରିଥିଲା । ଆଗକୁ ଦେଶର ବଡ ବଡ ସହରକୁ ଆକାଶା ଉଡାଣ ଭରିବାର ଯୋଜନା ରହିଛି । ତେବେ ଝୁନଝୁନୱାଲାଙ୍କ ଆକାଶା ବିମାନ ଉଡାଣ କ୍ଷେତ୍ରରେ ଆସିବା ପରେ ଏହି କ୍ଷେତ୍ରରେ ଦେଶକୁ ଅନେକ ମାତ୍ରାରେ ଲାଭ ହୋଇଥିବା ବିଶେଷଜ୍ଞମାନେ କହିଥିଲେ ।

Leave A Reply

Your email address will not be published.