ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ଆଖି ବୁଜିଲେ ଦେଶର ପ୍ରଖ୍ୟାତ ନିବେଶକ ରାକେଶ ଝୁନଝୁନୱାଲା

0

ନୂଆଦିଲ୍ଲୀ: ଆଖିବୁଜିଲେ ସେୟାର ମାର୍କେଟ୍‌ର କିଙ୍ଗ ରାକେଶ ଝୁନ୍‌ଝୁନ୍‌ବାଲା। ୬୨ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଆଜି ସକାଳୁ ତାଙ୍କ ଦେହାନ୍ତ ହୋଇଥିବା ନେଇ ହସ୍ପିଟାଲ ପକ୍ଷରୁ ସୂଚନା ମିଳିଛି।

ଗତ କିଛି ଦିନ ପୂର୍ବରୁ ହିଁ ସେ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ। କିନ୍ତୁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା କାରଣରୁ ସେ ପୁଣିଥରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଝୁନଝୁନୱାଲାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ମୋଦି ଶୋକ ପ୍ରକାଶ କରିଛନ୍ତି । ସେହିଭଳି ଦେଶରେ ଅନ୍ୟ ବିଶିଷ୍ଟ ବ୍ୟକ୍ତି ମାନେ ମଧ୍ୟ ରାକେଶଙ୍କ ବିୟୋଗରେ ଶୋକବ୍ୟକ୍ତ କରିଛନ୍ତି।

ସୂଚନାଥାଉକି: ଦେଶକୁ ଶସ୍ତାରେ ବିମାନ ସେବା ଯୋଗାଇବାକୁ ସ୍ୱପ୍ନ ଦେଖିଥିଲେ ଝୁନଝୁନୱାଲା , ଆଉ ମାତ୍ର ସପ୍ତାହକ ପୂର୍ବରୁ ତାଙ୍କର ଏହି ସ୍ୱପ୍ନ ପୂରଣ ହୋଇଥିଲା । ଅଗଷ୍ଟ ୭ ତାରିଖରେ ଝୁନଝୁନୱାଲାଙ୍କ ଏୟାର ଲାଇନ୍ସ ଆକାଶା ପ୍ରଥମେ ଉଡାଣ ଭରିଥିଲା । ପ୍ରଥମେ ଏହା ମୁମ୍ବାଇରୁ ଅହମଦାବାଦ ଯାଏଁ ଉଡାଣ ଆରମ୍ଭ କରିଥିଲା । ଶନିବାର ଆକାଶର ଅନ୍ୟ ବିମାନ ବେଙ୍ଗାଲୁରୁରୁ କୋଚିଯାଏଁ ଉଡାଣ ଭରିଥିଲା । ଆଗକୁ ଦେଶର ବଡ ବଡ ସହରକୁ ଆକାଶା ଉଡାଣ ଭରିବାର ଯୋଜନା ରହିଛି । ତେବେ ଝୁନଝୁନୱାଲାଙ୍କ ଆକାଶା ବିମାନ ଉଡାଣ କ୍ଷେତ୍ରରେ ଆସିବା ପରେ ଏହି କ୍ଷେତ୍ରରେ ଦେଶକୁ ଅନେକ ମାତ୍ରାରେ ଲାଭ ହୋଇଥିବା ବିଶେଷଜ୍ଞମାନେ କହିଥିଲେ ।

Leave A Reply

Your email address will not be published.