ପ୍ରମୁଖ ଖବର

କଂଗ୍ରେସ ନିଜ ବିଫଳତା ପାଇଁ ଦେଶକୁ ବଦନାମ କରୁଛି : ମୋଦୀ
ସଡ଼କ ଦୁର୍ଘଟଣାରେ ଓଡ଼ିଶାର ଦୁଇ ପ୍ରତିଭାବାନ ଯୁବ ଆଥଲେଟ୍‌ଙ୍କ ମୃତ୍ୟୁ
ଡ୍ରାଇଭିଂ ଲାଇସେନ୍ସ ପାଇଁ ୭୫% ନମ୍ବର ବାଧ୍ୟତାମୂଳକ କରିବାକୁ ପ୍ରସ୍ତାବ
ସାଉଦି ଏୟାରପୋର୍ଟରେ ମିସାଇଲ ମାଡ଼, ଜଣେ ଭାରତୀୟଙ୍କ ସମେତ ୨ ମୃତ
ଛତିଶଗଡ଼ରେ ଭୟଙ୍କର ବସ୍‌ ଦୁର୍ଘଟଣା, ୬ ମୃତ; ୩୦ରୁ ଅଧିକ ଆହତ
ଏସିଆନ୍ ପାରା ଗେମ୍ସରେ ଚମକିଲେ ଓଡ଼ିଆ ଝିଅ ଜୟନ୍ତୀ, ଜିତିଲେ ରୌପ୍ୟ
ଏବେ ଟ୍ରେନ୍‌ରେ ବସି ଅର୍ଡର କରିପାରିବେ ଆବଶ୍ୟକ ସାମଗ୍ରୀ, ବ୍ଲିଙ୍କିଟ୍‌ ସହ ରେଳବାଇର ସହଭାଗିତା
ଉତ୍ତରପ୍ରଦେଶରେ ଭାଜପାକୁ ଝଟ୍‌କା, ଦଳ ଛାଡ଼ିଲେ ପୂର୍ବତନ ବିଧାୟକ

ବର୍ଷା ସମ୍ପର୍କରେ ପାଣିପାଗ ବିଭାଗ ଦେଲା ବଡ଼ ସୂଚନା

0

ଭୁବନେଶ୍ୱର: ୧୯ ଅଗଷ୍ଟ ବେଳକୁ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ, ଆସନ୍ତାକାଲି ଅର୍ଥାତ ୧୮ ତାରିଖରୁ ବଢିବ ବର୍ଷାର ବିସ୍ତୃତି। ୧୯ ଏବଂ ୨୦ ରେ ବଢିବ ବର୍ଷାର ପରିମାଣ ବୃଦ୍ଧି ପାଇବ।ପ୍ରାରମ୍ଭିକ ଭାବେ ୧୮ ରେ ପ୍ରବଳ ବର୍ଷା ପାଇଁ ବିଭାଗ ସତର୍କ କରିଛି। ତେବେ ୧୯ ଏବଂ ୨୦ ରେ ଅତି ପ୍ରବଳ ବର୍ଷା ପାଇଁ ୟେଲୋ ରଙ୍ଗର ସତର୍କ ସୂଚନା ଜାରି ହୋଇଛି।

ଉଲ୍ଲେଖଯୋଗ୍ୟ: ପ୍ରବଳ ବର୍ଷା ଯୋଗୁଁ ବଡ଼ ବନ୍ୟା ହେବା ଆଶଙ୍କା ଥିବା ବେଳେ ଚିନ୍ତା ବଢ଼ାଇଛି ଆଉ ଏକ ଲଘୁଚାପ । ଏନେଇ ପାଣିପାଗ ବିଭାଗର ପୂର୍ବାନୁମାନ କରିଛି । ବର୍ଷାର ପ୍ରକୋପ କମିଥିବା ବେଳେ ଆସନ୍ତାକାଲି ମଧ୍ୟାହ୍ନଠୁ ବର୍ଷା ପୁଣି ଆରମ୍ଭ ହେବ । କାରଣ ୧୯ ତାରିଖ ବେଳକୁ ଆଉ ଏକ ନୂଆ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ଉତ୍ତର ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏହି ଲଘୁଚାପ ସୃଷ୍ଟି ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି । ୧୮ ଓ ୧୯ ତାରିଖରେ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି ।

Leave A Reply

Your email address will not be published.