ପ୍ରମୁଖ ଖବର

ସମ୍ବଲପୁର: ଗଣେଶ ପୂଜା ମଣ୍ଡପରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ପେଣ୍ଡାଲ
ଗୁଜରାଟ ସଚିବାଳୟ ଉଡ଼ାଇବା ଧମକ: ବିହାର, ଝାଡ଼ଖଣ୍ଡରୁ ୨ ଗିରଫ
ଓମଫେଡ୍‌ ବଜାରକୁ ଆଣିବ ପ୍ୟାକେଟ୍‌ ପାଣି ଓ ନୂଆ ଆଇସକ୍ରିମ୍
ଦିଶା ସାଲିଆନ ମୃତ୍ୟୁ ମାମଲା : ସିବିଆଇ ଏଫ୍‌ଆଇଆରରେ ଆଦିତ୍ୟ ଠାକରେ, ଡିନୋ ମୋରିଆଙ୍କ ନାଁ
ଦୁଷ୍କର୍ମ ମାମଲା: ଆତ୍ମସମର୍ପଣ କଲେ ତରୁଣ ତେଜପାଲ
ନନ୍ଦିଗ୍ରାମ ଉପନିର୍ବାଚନ ଲଢ଼ିବେନି ମମତା, ଟିଏମସି ଘୋଷଣା କଲା ପ୍ରାର୍ଥୀ

ସୃଷ୍ଟି ହେଲା ଲଘୁଚାପ, ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ର ଅଧିକାଂଶ ଅଞ୍ଚଳ ରେ ପ୍ରବଳ ବର୍ଷା

0
  • ଆଭ୍ୟନ୍ତର ଓ ପଶ୍ଚିମ ଓଡ଼ିଶା ରେ ଅତି ପ୍ରବଳ ବର୍ଷା ସମ୍ଭାବନା।
  • ଛତିଶଗଡ଼ ରେ ୪୮ ଘଣ୍ଟା ଯାଏଁ ପ୍ରବଳ ରୁ ଅତି ପ୍ରବଳ ବର୍ଷା ସମ୍ଭାବନା।

ଭୁବନେଶ୍ବର: ଗତ କାଲି ଉତ୍ତର ପଶ୍ଚିମ ବଙ୍ଗୋପସାଗର ରେ ରହିଥିବା ସଦୃଶ ଲଘୁଚାପ କ୍ଷେତ୍ର ଆଜି ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଅଗ୍ରସର ହୋଇ ଅବପାତରେ ପରିଣତ ହୋଇଛି। ଏହି କ୍ଷେତ୍ର ଏବେ ଦୀଘା ଠାରୁ ଦକ୍ଷିଣ ପୂର୍ବ ଦିଗ ରେ ୧୦ କିମି ଦୂର ରେ ଓ ବାଲେଶ୍ଵର ଠାରୁ ଉତ୍ତର ପୂର୍ବ ଦିଗ ରେ ୯୦ କିମି ଦୂରରେ କେନ୍ଦ୍ରୀଭୂତ ରହିଛି। ଏହି କ୍ଷେତ୍ର ଆସନ୍ତା ୦୬ ଘଣ୍ଟା ମଧ୍ୟ ରେ ଦୀଘା ନିକଟ ରେ ସ୍ଥଳଭାଗ ଅତିକ୍ରମ କରିବା ସହ ଆସନ୍ତା ୨୪ ଘଣ୍ଟା ଯାଏଁ ପଶ୍ଚିମ- ଉତ୍ତର ପଶ୍ଚିମ ଦିଗ ରେ ଗତି କରି ଡିପ୍ରେଶନ୍ ରୂପ ରେ ରହିବ।

ପ୍ରଭାବ ରେ ଆଜି ବି ଓଡ଼ିଶା ର ଅଧିକାଂଶ ସ୍ଥାନ ରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ପଶ୍ଚିମ ଓ ଆଭ୍ୟନ୍ତର ଓଡ଼ିଶା ରେ ବର୍ଷା ର ତୀବ୍ରତା ଅଧିକ ରହିବ। କିଛି ଅଞ୍ଚଳ ରେ ଅତ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ବରଗଡ଼, ସୋନପୁର, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେଓଗଡ଼, କେଉଁଝର, ଅନୁଗୁଳ ଜିଲ୍ଲା ର କିଛି ଅଞ୍ଚଳ ରେ ୨୦ ସେମି ରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ଉପକୂଳ ଓଡ଼ିଶା ରେ ବର୍ଷା ର ପ୍ରଭାବ ସହ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଅଗଷ୍ଟ ଠାରୁ ଓଡ଼ିଶା ରେ ବର୍ଷା ପରିମାଣ ଆସ୍ତେ ଆସ୍ତେ କମିବ କିନ୍ତୁ ବିଭିନ୍ନ ଅଞ୍ଚଳ ରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।

ସେହିପରି ଛତିଶଗଡ଼ ରେ ଆସନ୍ତା ୪୮ ଘଣ୍ଟା ଯାଏଁ ପ୍ରବଳ ରୁ ଅତି ପ୍ରବଳ ବର୍ଷା ସମ୍ଭାବନା। ପ୍ରଭାବ ରେ ମହାନଦୀ ଉପରମୁଣ୍ଡ ରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ଯାଏଁ ଓଡ଼ିଶା ଉପକୂଳ ସମୁଦ୍ର ଅଶାନ୍ତ ରହିବ ଓ ପବନ ର ବେଗ ଘଣ୍ଟା ପ୍ରତି ୪୫-୫୫ କିମି ରହିପାରେ ତେଣୁ ଏହି ସମୟ ରେ ସମୁଦ୍ର କୁ ଯିବା ମନା।

Leave A Reply

Your email address will not be published.