ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ଗାଁକୁ ଗାଁ ଡେଉଁଛି ବନ୍ୟା ପାଣି

0

ଆଉ ତିନିଦିନ ଫୁଲିକି ରହିବ ମହାନଦୀ
ପାଣି କମିବା ପରେ ଘାଇ ମରାମତି ହେବ
ସ୍ଥିତି ସମୀକ୍ଷା କଲେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ

ଭୁବନେଶ୍ବର: ମହାନଦୀର ତଳମୁଣ୍ଡରେ ବନ୍ୟା ପାଣି ଏବେ ଭୀଷଣ ଭାବେ ଆଗକୁ ମାଡୁଛି। ତେବେ ଉପରମୁଣ୍ଡରେ ଜଳସ୍ତର କମିଛି। ହୀରାକୁଦକୁ ପୂର୍ବାପେକ୍ଷା କମ ଜଳ ପ୍ରବେଶ କରୁଛି। ଏବେ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୬,୨୪,୨୫୪ କ୍ୟୁସେକ ଜଳ ପଶୁଥିବା ବେଳେ ସେହି ସମୟରେ ୪୦ ଗେଟ ଦେଇ ୬, ୮୧, ୪୩୧ କ୍ୟୁସେକ ଜଳ ନିଷ୍କାସନ ହେଉଛି। ହୀରାକୁଦରୁ ଛଡା ଯାଇଥିବା ପାଣି ଖଇରମାଳିରେ ପହଂଚିଛି। ସେଠାରେ ସକାଳ ୯ଟା ସୁଦ୍ଧା ୯,୮୪,୦୦୦ କ୍ୟୁସେକ ଜଳ ପ୍ରବାହିତ ହେଉଛି। ଏହା ଆସନ୍ତାକାଲି ସକାଳେ ମୁଣ୍ଡଳୀରେ ପହଁଚିବ।

ତେବେ ହୀରାକୁଦ ଡ୍ୟାମରୁ ଛଡା ଯାଇଥିବା ବନ୍ୟାଜଳ ମୁଣ୍ଡଳୀ ଅତିକ୍ରମ କଲାବେଳକୁ ସେଠାରେ ୧୦ ଲକ୍ଷ କ୍ୟୁସେକ ପ୍ରବାହିତ ହେବ। ଏବେ ମୁଣ୍ଡଳୀରେ ବଡ଼ ବନ୍ୟା ଅତିକ୍ରମ କରିବା ପରେ ପାଣି କମିଛି। ସେଠାରେ୧୧,୭୭,୦୨୪ କ୍ୟୁସେକ ଜଳ ପ୍ରବାହିତ ହେଉଛି। ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର ଗଣମାଧ୍ୟମକୁ କହିଛନ୍ତି ଯେ ବନ୍ୟାର ସ୍ଥିତି ତିନିଦିନ ଲାଗି ରହିବ। ଏବେ ସୁଦ୍ଧା ୫୦ଟି ଘଳିଆ ମରାମତି କରାଯାଇଛି। ୫ଟି ଘାଇ ହୋଇଛି। କିନ୍ତୁ ନଦୀ ପ୍ରଖର ଥିବା କାରଣରୁ ଘାଇ ମରାମତି ହୋଇପାରୁନାହିଁ। ପାଣି କମିଲେ କରାଯିବ। ସେପଟେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ବନ୍ୟା ସମୀକ୍ଷା କରିଛନ୍ତି।

Leave A Reply

Your email address will not be published.