ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଗାଁକୁ ଗାଁ ଡେଉଁଛି ବନ୍ୟା ପାଣି

0

ଆଉ ତିନିଦିନ ଫୁଲିକି ରହିବ ମହାନଦୀ
ପାଣି କମିବା ପରେ ଘାଇ ମରାମତି ହେବ
ସ୍ଥିତି ସମୀକ୍ଷା କଲେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ

ଭୁବନେଶ୍ବର: ମହାନଦୀର ତଳମୁଣ୍ଡରେ ବନ୍ୟା ପାଣି ଏବେ ଭୀଷଣ ଭାବେ ଆଗକୁ ମାଡୁଛି। ତେବେ ଉପରମୁଣ୍ଡରେ ଜଳସ୍ତର କମିଛି। ହୀରାକୁଦକୁ ପୂର୍ବାପେକ୍ଷା କମ ଜଳ ପ୍ରବେଶ କରୁଛି। ଏବେ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୬,୨୪,୨୫୪ କ୍ୟୁସେକ ଜଳ ପଶୁଥିବା ବେଳେ ସେହି ସମୟରେ ୪୦ ଗେଟ ଦେଇ ୬, ୮୧, ୪୩୧ କ୍ୟୁସେକ ଜଳ ନିଷ୍କାସନ ହେଉଛି। ହୀରାକୁଦରୁ ଛଡା ଯାଇଥିବା ପାଣି ଖଇରମାଳିରେ ପହଂଚିଛି। ସେଠାରେ ସକାଳ ୯ଟା ସୁଦ୍ଧା ୯,୮୪,୦୦୦ କ୍ୟୁସେକ ଜଳ ପ୍ରବାହିତ ହେଉଛି। ଏହା ଆସନ୍ତାକାଲି ସକାଳେ ମୁଣ୍ଡଳୀରେ ପହଁଚିବ।

ତେବେ ହୀରାକୁଦ ଡ୍ୟାମରୁ ଛଡା ଯାଇଥିବା ବନ୍ୟାଜଳ ମୁଣ୍ଡଳୀ ଅତିକ୍ରମ କଲାବେଳକୁ ସେଠାରେ ୧୦ ଲକ୍ଷ କ୍ୟୁସେକ ପ୍ରବାହିତ ହେବ। ଏବେ ମୁଣ୍ଡଳୀରେ ବଡ଼ ବନ୍ୟା ଅତିକ୍ରମ କରିବା ପରେ ପାଣି କମିଛି। ସେଠାରେ୧୧,୭୭,୦୨୪ କ୍ୟୁସେକ ଜଳ ପ୍ରବାହିତ ହେଉଛି। ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର ଗଣମାଧ୍ୟମକୁ କହିଛନ୍ତି ଯେ ବନ୍ୟାର ସ୍ଥିତି ତିନିଦିନ ଲାଗି ରହିବ। ଏବେ ସୁଦ୍ଧା ୫୦ଟି ଘଳିଆ ମରାମତି କରାଯାଇଛି। ୫ଟି ଘାଇ ହୋଇଛି। କିନ୍ତୁ ନଦୀ ପ୍ରଖର ଥିବା କାରଣରୁ ଘାଇ ମରାମତି ହୋଇପାରୁନାହିଁ। ପାଣି କମିଲେ କରାଯିବ। ସେପଟେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ବନ୍ୟା ସମୀକ୍ଷା କରିଛନ୍ତି।

Leave A Reply

Your email address will not be published.