ପ୍ରମୁଖ ଖବର

କାଲିଠୁ କ୍ଷୟକ୍ଷତି ଆକଳନ କରାଯିବ: ମନ୍ତ୍ରୀ
ଲାଞ୍ଚ ନେଇ ଧରାପଡ଼ିଲେ ସିଟି-ଜିଏସ୍‌ଟି ଅଧିକାରୀ
ଏସଆଇ ପରୀକ୍ଷା ଜାଲିଆତି: ଗିରଫ ୧୧୪ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ
ଟ୍ରକ୍‌ ପଛରେ ପିଟି ହେଲା ବସ୍, ଡ୍ରାଇଭର ଓ ହେଲ୍‌ପର ମୃତ
ରାଫେଲରେ ଉଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଉରକେଲା-ରାଞ୍ଚି ସେକ୍ସନରେ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ
ଯୁକ୍ତ ୨ ଫର୍ମ ପୂରଣ ପାଇଁ ଘୁଞ୍ଚିଲା ତାରିଖ

ବିଜୁ ଏକ୍ସପ୍ରେସ ୱେରେ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ

0

ଝାରସୁଗୁଡ଼ା :ଝାରସୁଗୁଡ଼ା ବାଇପାସ୍ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟି ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ୬ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ବିଜୁ ଏକ୍ସପ୍ରେସ୍ ୱେରେ ଏହି ଦୁର୍ଘଟଣା ଘଟିଛି ।

ଆଜି ସଂଧ୍ୟା ୭ଟା ସମୟରେ ଠେଲକୋଲୋଇ ସ୍ଥିତ ଜେଏସଡବ୍ଲୁ ଭୂଷଣ ପ୍ଲାଣ୍ଟରୁ ୬୦ରୁ ଅଧିକ କର୍ମଚାରୀଙ୍କୁ ନେଇ ଏକ ବସ ଆସୁଥିଲା । କୋଇଲା ବୋଝେଇ ହୋଇଥିବା ଏକ ହାଇୱା ଦୁଇଟି ଗାଈକୁ ଧକ୍କା ଦେଇ ଡିଭାଇଡର ଭାଙ୍ଗି ରାସ୍ତାର ଅପରପାଶ୍ୱର୍ରେ ଯାଉଥିବା ବସକୁ ଧକ୍କା ଦେଇଥିଲା । ଫଳରେ ବସ୍‌ ଭିତରେ ଥିବା ଶ୍ରମିକମାନେ ଗୁରୁତର ଆହତ ହୋଇଥିଲେ। ସମସ୍ତଙ୍କୁ ଉଦ୍ଧାର କରାଯାଇ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ୪ ଜଣ ଶ୍ରମିକଙ୍କୁ ମୃତ ଘୋଷଣା କରିଥିଲେ।୯ ଆହତ ଶ୍ରମିକଙ୍କୁ ଗୁରୁତର ଝାରସୁଗୁଡ଼ା ମେଡ଼ିକାଲରେ ଭର୍ତ୍ତି କରାଯାଇଛି।ଝାରସୁଗୁଡ଼ା ଜିଲ୍ଲାପାଳ ଡାକ୍ତରଖାନାରେ ପହଁଚି ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ପଚାରି ବୁଝିଛନ୍ତି ।

ଗୁରୁତର ଥିବା ୯ ଶ୍ରମିକଙ୍କୁ ସେଠାରେ ଚିକିତ୍ସା କରାଯାଉଛି। ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଜେଏସଡବ୍ଲୁ କାରଖାନାର ଉଚ୍ଚ ପଦସ୍ଥ କର୍ମଚାରୀମାନେ ମେଡ଼ିକାଲ୍‌ରେ ପହଞ୍ଚିଛନ୍ତି। ଆହତ ଶ୍ରମିକଙ୍କ ସ୍ୱାସ୍ଥ୍ୟ ଅବସ୍ଥା କେମିତି ଅଛି, ଡାକ୍ତରଙ୍କୁ ପଚାରି ବୁଝୁଛନ୍ତି। ଆବଶ୍ୟକ ପଡ଼ିଲେ ଗୁରୁତର ଶ୍ରମିକଙ୍କୁ ବୁର୍ଲା ସ୍ଥାନାନ୍ତରିତ କରାଯାଇପାରେ ବୋଲି ମତପ୍ରକାଶ ପାଇଛି।

Leave A Reply

Your email address will not be published.