ପ୍ରମୁଖ ଖବର

ପ୍ରଚାର ବେଳେ ପୁରୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କୁ ସଂଘବଦ୍ଧ ଆକ୍ରମଣ, ମୁଣ୍ଡରେ ଲାଗିଛି ଆଘାତ
୫ଟି ସ୍ଥାନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ: ଜଳେଶ୍ୱର ସହ ବରୀ, ଆଠମଲ୍ଲିକ, ଆଠଗଡ଼ ଓ ପୁରୀରେ ବଦଳିଲେ କଂଗ୍ରେସ ପ୍ରାର୍ଥୀ
ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ: ରାଜଭବନରେ କରିବେ ରାତ୍ରିଯାପନ, କାଲି ବ୍ରହ୍ମପୁରରେ ଦେବେ ଉଦ୍‌ବୋଧନ, ନବରଙ୍ଗପୁରରେ ବିଜୟ ସଂକଳ୍ପ ସମାବେଶରେ ହେବେ ସାମିଲ

ସାତ ଦଶନ୍ଧି ପରେ ଭାରତ ଜଙ୍ଗଲରେ ଦୌଡିଲା ଚିତା

0

ଭୋପାଲ: ଭାରତର ଜଙ୍ଗଲରେ ଦୌଡିଲେ ଚିତା ବାଘ। ଲୋପ ପାଇଥିବା ଚିତା ବାଘକୁ ଫେରାଇ ଆଣିବା ପାଇଁ ଚିତା ପ୍ରକଳ୍ପର ଯୋଜନା କରିଥିଲେ ଭାରତ ସରକାର ଏବଂ ଏଥିରେ ସଫଳ ମଧ୍ୟ ହେଲେ। ଗୋଟିଏ କି ଦୁଇଟି ନୁହେଁ ଏକାଥରେ ୮ଟି ଚତା ବାଘ ଆଜି ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ପ୍ରବେଶ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନିଜ ଜନ୍ମ ଦିନରେ ନାମିବ୍ୟାରୁ ଆସିଥିବା ଚିତା ବାଘଗୁଡ଼ିକୁ ଜଙ୍ଗଲରେ ଛାଡ଼ିଛନ୍ତି। ଏହାକୁ ସେ ଏକ ଐତିହାସିକ ମୁହୂର୍ତ୍ତ ଭାବେ ବର୍ଣ୍ଣନା କରିଛନ୍ତି। ଏଥସହ ଚିତା ଦେଇଥିବାରୁ ମୋଦି ନାମିବ୍ୟା ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ନାମିବ୍ୟା ସରକାରଙ୍କ ସହଯୋଗ ବିନା ଏହା ସମ୍ଭବ ନଥିଲା ବୋଲି ମୋଦି କହିଛନ୍ତି।

ଦୀର୍ଘ ୭୦ ବର୍ଷ ହେଲା ଭାରତରୁ ଚିତା ବାଘ ବଂଶ ଲୋପ ପାଇ ଯାଇଥିଲା। ଏବେ ଏହାକୁ ପୁଣି ବିସ୍ତାର କରିବାକୁ ଉଦ୍ୟମ ଆରମ୍ଭ ହୋଇଛି। ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ନାମିବ୍ୟାରୁ ୮ଟି ଚିତା ବାଘ ଆମଦାନୀ କରାଯାଇଛି। ପରବର୍ତ୍ତୀ ସମୟରେ ଦକ୍ଷିଣ ଆଫ୍ରିକାରୁ ଆଉ ୧୨ଟି ଚିତା ବାଘ ଅଣାଯାଇ ଭାରତର ବିଭିନ୍ନ ଜଙ୍ଗଲରେ ଛଡ଼ା ଯିବ।

ପ୍ରଥମ ପର୍ଯ୍ୟାୟରେ ନାମିବ୍ୟାରୁ ୮ଟି ଚିତା ବାଘ ଆଣିବାକୁ ସ୍ୱତନ୍ତ୍ର ବିମାନ ଯାଇଥିଲା। ଆଜି ସକାଳେ ବାଘ ଗୁଡ଼ିଙ୍କୁ ଧରି ସ୍ୱତନ୍ତ୍ର ବିମାନ ପ୍ରଥମେ ଗ୍ୱାଲିୟର ସ୍ଥିତ ବାୟୁସେନା ଏୟାର ବେସ୍‌ରେ ପହଞ୍ଚିଥିଲା। ସେଠାରୁ ବାଘ ଗୁଡ଼ିକୁ ଚିନୁକ୍‌ ହେଲିକପ୍ଟର ଦ୍ୱାରା କୁନୋ ଜାତୀୟ ଉଦ୍ୟାନକୁ ନିଆଯାଇଥିଲା।

ପ୍ରଥମେ ବାଘଗୁଡ଼ିକୁ ସ୍ପେଶାଲ ଏନକ୍ଲୋଜରରେ ରଖାଯାଇଥିଲା। ଏହାପରେ ପ୍ରଧାନମନ୍ତ୍ରୀ ମୋଦି ଉଦ୍ୟାନରେ ପହଞ୍ଚିଥିଲେ। ସେ ନିଜ ହାତରେ ଶଟର ଖୋଲି ବାଘ ଗୁଡ଼ିକୁ ଜଙ୍ଗଲକୁ ଛାଡ଼ିଥିଲେ। ବାଘ ଗୁଡ଼ିକ ଜଙ୍ଗଲରେ ପାଦ ଦେବା ପରେ ଏଣେତେଣେ ବୁଲିବାକୁ ଲାଗିଛନ୍ତି। ମୋଦି ମଧ୍ୟ ସେମାନଙ୍କୁ ଛାଡ଼ିବା ପରେ ଏବ ବିରାଟ ପ୍ରଫେସନାଲ କ୍ୟାମେରାରେ ବାଘଗୁଡ଼ିକର ଫଟୋ ଉଠାଇଛନ୍ତି।

ଚିତା ଗୁଡ଼ିକର ଗତିପଥକୁ ଅନୁଧ୍ୟାନ କରିବାକୁ ସେମାନଙ୍କ ଶରୀରରେ ରେଡିଓ କଲାର୍ସ ଲଗାଯାଇଛି। ଏହାବାଦ ୨୪ ଘଣ୍ଟା ପ୍ରତିଟି ଚିତା ଉପରେ ନଜର ରଖିବା ପାଇଁ ସ୍ୱତନ୍ତ୍ର ଟିମ୍‌ ଗଠନ ହୋଇଛି। ଜଙ୍ଗଲକୁ ଯାଇଥିବା ଚିତାଙ୍କ ବେକରେ ଜିପିଏସ୍‌ ଲାଗିଛି। ସେମାନଙ୍କ ଗତିବିଧି ଉପରେ ନଜର ରଖିବାକୁ ବିଭିନ୍ନ ସ୍ଥାନରେ କ୍ୟାମେରା ମଧ୍ୟ ଖଞ୍ଜା ଯାଇଛି। ନାମିବ୍ୟାରୁ ଆସୁଥିବା ୮ଟି ଚିତା ମଧ୍ୟରେ ଅଛନ୍ତି ୩ଟି ବାଘ ଓ ୫ଟି ବାଘୁଣୀ । ଚିତା ବାଘଙ୍କ ବୟସ ୨ରୁ ୫ ବର୍ଷ ବୟସ ରହିଥିବା ବେଳେ ବାଘୁଣୀଙ୍କ ବୟସ ସାଢେ ୪ ବର୍ଷରୁ ସାଢେ ୫ ବର୍ଷ ଭିତରେ ରହିଛି ।

ଚିତା ଆସିବା ପରେ ପ୍ରଥମେ ଏକ ଆବଦ୍ଧ ପରିଧି ମଧ୍ୟରେ ଭିତରେ ୩୦ ଦିନ ଯାଏଁ କ୍ୱାରରେନଣ୍ଟାଇନରେ ରଖାଯିବ ।ଏବଂ ସେମାନଙ୍କ ବ୍ୟବହାର, ଗତିବିଧି, ସ୍ୱାସ୍ଥ୍ୟ ଏପରିକି ଏଠାକାର ପରିବେଶ ସହ ଖାପ ଖୁଆଉଛି କି ନାହିଁ, ତା ଉପରେ ସମ୍ପୂର୍ଣ୍ଣ ନଜର ରଖାଯିବ । ପରେ ସେମାନଙ୍କୁ ଜଙ୍ଗଲରେ ଛଡାଯିବ । ଏଥିସହ ଭାରତରେ ଲୋପ ପାଇଯାଇଥିବା ଚିତା ପୁଣିଥରେ ଭାରତୀୟ ଜଙ୍ଗଲରେ ଦେଖିବାକୁ ମିଳିଛି ।

Leave A Reply

Your email address will not be published.