ପ୍ରମୁଖ ଖବର

ସହଦେବ ନାୟକ ହତ୍ୟା ମାମଲାରେ ଗିରଫ ସଂଖ୍ୟା ୫କୁ ବୃଦ୍ଧି
ରାଉରକେଲାରେ ଜଣେ ସିଆରପିଏଫ ଯବାନ ନିଜକୁ ନିଜେ ଗୁଳି କରିଥିବା ସୂଚନା
ଚୀନର ଜିଆଙ୍ଗରେ ଭୂକମ୍ପର ଝଟକା: ତୀବ୍ରତା ୪.୩
କେନ୍ଦ୍ର ଆଇଟି ମନ୍ତ୍ରୀଙ୍କ ପ୍ରତିଶ୍ରୁତି: ମେଗା ଆଇଟି ହବ୍ ହେବ ଓଡ଼ିଶା
ପ୍ରବାସୀ ଭାରତୀୟ ଦିବସ ପାଇଁ ଓଡିଶାରେ ପହଁଞ୍ଚିଲେ ରାଷ୍ଟ୍ରପତି
ପ୍ରବାସୀ ଭାରତୀୟ ଦିବସ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଜାନୁଆରୀ ୨୦ରୁ ଶ୍ରୀମନ୍ଦିରରେ ଧାଡି ଦର୍ଶନ ପାଇଁ ଟ୍ରାଏଲ୍ ରନ୍
କୁମ୍ଭ ମେଳା ପାଇଁ ଓଡ଼ିଶାରୁ ଅଯୋଧ୍ୟାକୁ ଗଡ଼ିବ ସ୍ୱତନ୍ତ୍ର ବସ

ବାୟୁ ବୀରଙ୍କ ସାମର୍ଥ୍ୟ ଦେଖି ତାଜୁବ ହେଲେ ଓଡ଼ିଶାବାସୀ

0

ଭୁବନେଶ୍ବର୍; ଆଜି ସକାଳୁ ଭୁବନେଶ୍ୱର ଆକାଶରେ ଚମକିଲେ ‘ସୂର୍ଯ୍ୟକିରଣ’  ଟିମ୍‌। ବାୟୁ ବୀରଙ୍କ ସାମର୍ଥ୍ୟ ଦେଖି ତାଜୁବ ହେଲେ ଓଡ଼ିଶାବାସୀ । ଏଥିନିମନ୍ତେ ଆଜି ସକାଳୁ ଚଳଚଞ୍ଚଳ ହୋଇଉଠିଥିଲା ଭୁବନେଶ୍ୱରର କୂଆଖାଇ ପଠାସ୍ଥିତ ବାଲିଯାତ୍ରା ପଡିଆ। ଆଜାଦି କା ଅମୃତ ମହୋତ୍ସବ ଅବସରରେ ଆଜି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର୍‌ ଗଣେଶୀ ଲାଲଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ସୋ’ ଦେଖିବା ଲାଗି କୁଆଖାଇ ନଦୀପଠାରେ ଲୋକଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା।ଏଥିପାଇଁ ବାୟୁସେନା ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ତେବେ ଏହି କାର୍ଯ୍ୟକ୍ରମ ଦେଖିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସିବାର କାର୍ଯ୍ୟକ୍ରମ ଥିବା ବେଳେ ସେ କିନ୍ତୁ ଆସି  ନ ଥିବା ଜଣାଯାଇଛି।

ଏହି ଶୋ’ ଦେଖିବାକୁ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ହୋଇଥିବା ବେଳେ କୁଆଖାଇ ନଦୀପଠା ବାଲିଯାତ୍ରା ପଡିଆ ଓ ଆଖପାଖରେ  ପ୍ରାୟ ୫୦ ହଜାର ଲୋକଙ୍କ ଗହଳି ଜମିଥିଲା। ଏୟାର ଶୋ’ ପାଇଁ କୁଆଖାଇ ନଦୀର ଉଭୟ ପାର୍ଶ୍ୱରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଓଡ୍ରାଫ୍ ଟିମ୍ ସହ ୪୫ ସେକ୍ସନ୍ ଫୋର୍ସ ମୁତୟନ ରହିଛନ୍ତି ।

ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ, ପୂର୍ବାହ୍ନ ୧୦ଟା ପରେ ରାଜଧାନୀ ଆକାଶରେ ଦେଖିବାକୁ ମିଳିଥିଲା ବାୟୁସେନାର ଚିତ୍ତାକର୍ଷକ ଶୋ’ । ୯ଟି ହକ୍ ବିମାନରେ ଭଳିକି ଭଳି ଦୁଃସାହସିକ କ୍ରୀଡ଼ା କୌଶଳ ଦେଖାଇଲେ ବାୟୁ ବୀର। ଆକାଶ ମାର୍ଗରେ ସାହସିକ ପ୍ରଦର୍ଶନ ଦେଖାଇଛି ଏରୋବେଟିକ୍ ଟିମ୍‌ । ଏକାସାଙ୍ଗରେ ଆକାଶରେ ଉଡ଼ିଥିଲା ୯ଟି ହକ୍ ଲଢୁଆ ବିମାନ। ରାଜଧାନୀ ଆକାଶରେ ଶୁଭୁଥିଲା ଲଢ଼ୁଆ ବିମାନର ଗର୍ଜନ।

ଅକ୍ଟୋବର ୮ ତାରିଖରେ ବାୟୁସେନା ଦିବସ ଅବସରରେ ଦିଲ୍ଲୀର ପାଲାମ ବିମାନବନ୍ଦରରେ ଏହାର ସ୍ୱତନ୍ତ୍ର ଉଡାଣ ଆୟୋଜିତ ହୋଇଥିଲା। ସୂର୍ଯ୍ୟକିରଣ ଟିମ୍ ପକ୍ଷରୁ ୨୦୦୧ରେ ବିଦେଶରେ ପ୍ରଥମଥର ପାଇଁ ଚିତ୍ତାକର୍ଷକ ଶୋ’ ପ୍ରଦର୍ଶନ କରାଯାଇଥିଲା । ଶ୍ରୀଲଙ୍କାର କଲୋମ୍ବୋରେ ଏହି ଶୋ’ ଆୟୋଜିତ ହୋଇଥିଲା । ତା’ପରଠାରୁ ସୂର୍ଯ୍ୟକିରଣ ଟିମ୍ ଦେଶ ବିଦେଶର ବିଭିନ୍ନ ସ୍ଥାନରେ ଚିତ୍ତାକର୍ଷକ ଶୋ’ ପ୍ରଦର୍ଶନ କରିଆସୁଛନ୍ତି । ଅତ୍ୟାଧୁନିକ ହକ୍ ଏମକେ ୧୩୨ ଏୟାରକ୍ରାଫ୍ଟ ଦ୍ୱାରା ବାୟୁସେନା ପକ୍ଷରୁ ଏଭଳି ନିଆରା ପ୍ରଦର୍ଶନ କରାଯାଇ ଯୁବପିଢିଙ୍କୁ ପ୍ରେରଣା ଦିଆଯାଉଛି ।

ଭୁବନେଶ୍ୱରରେ ସୂର୍ଯ୍ୟକିରଣ ଟିମ୍ ପକ୍ଷରୁ ହୋଇଥିବା  ଶୋ’କୁ  ଦୁଇଟି ପର୍ଯ୍ୟାୟ ଯଥା  କୋମ୍ପୋଜାଇଟ୍ ଓ ସିଙ୍କୋରେ ଭାଗ କରାଯାଇଥିଲା।  ପ୍ରଥମ ପର୍ଯ୍ୟାୟରେ ୫୦୦ରୁ ୧୦୦୦ଫୁଟ ଉଚ୍ଚତାରେ ସବୁ ବିମାନ ଭଡ଼ାଣ ଭରିଥିଲେ। ଏହାପରେ ଦ୍ୱିତୀୟ ପର୍ଯ୍ୟାୟରେ ଗୋଟିକ ପରେ ଗୋଟିଏ ସବୁ ବିମାନ ଆକାଶମାର୍ଗରେ ଚିତ୍ତାକର୍ଷକ ଶୋ’ ପ୍ରଦର୍ଶନ କରିଥିଲେ । ଏଥିପାଇଁ ୯ଜଣ ପାଇଲଟ ଓ ଆଉ ଦୁଇଜଣ ଷ୍ଟାଣ୍ଡବାଇରେ ରହିଥିଲେ। ‘ସୂର୍ଯ୍ୟକିରଣ’ର ଏହି ସ୍ୱତନ୍ତ୍ର ଶୋ’ ପାଇଁ ସେମାନଙ୍କୁ ୬ ମାସ ଧରି ଅଭ୍ୟାସ କରିବାକୁ ପଡିଥାଏ । ଏଥିପାଇଁ ଏପ୍ରିଲରୁ ଅଗଷ୍ଟ ମାସ ମଧ୍ୟରେ ପ୍ରତିଦିନ ଦୁଇଥର ଲେଖାଏଁ ଉଡାଣ କରାଯାଇଥିଲା।

Leave A Reply

Your email address will not be published.