ପ୍ରମୁଖ ଖବର

ଠିକା କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ଦାୟିତ୍ୱ ମୁଖ୍ୟ କମ୍ପାନୀର ନୁହେଁ : ସୁପ୍ରିମକୋର୍ଟ
ବର୍ଷା ପାଇଁ ଅକ୍ଟୋବର ୩କୁ ଘୁଂଚିଲା ୫ମ ବୃତ୍ତି ପରୀକ୍ଷା
ଅନନ୍ତ ନାଗଙ୍କୁ ଦାଦାସାହେବ ଫାଲ୍‌କେ ପୁରସ୍କାର
ଦିଲ୍ଲୀ ଏସ୍‌ଆଇଆର୍‌ ନେଇ ଇସିଙ୍କୁ ସୁପ୍ରିମକୋର୍ଟ ନୋଟିସ
ଗଭୀର ଅବପାତ ଆଶଙ୍କା,୭ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ
ପାର୍ବଣ ପୂର୍ବରୁ ମହଙ୍ଗା ହୋଇପାରେ ଖାଇବା ତେଲ
ଏସୀୟ କ୍ରୀଡ଼ା: ଦ୍ୱିତୀୟ ଦିନରେ ଭାରତକୁ ୪ ପଦକ

ସୋଆ ପ୍ରତିଷ୍ଠାତା ସଭାପତିଙ୍କ ଦ୍ୱାରା ‘ସୋଫଲ୍ ମାଳା’ର ଚତୁର୍ଥ ସଂସ୍କରଣ ଉନ୍ମୋଚିତ

0

ଭୁବନେଶ୍ୱର: ବିଶିଷ୍ଟ ବୈଜ୍ଞାନିକମାନଙ୍କୁ ନେଇ ବିବିଧ ପ୍ରସଙ୍ଗରେ ଆୟୋଜିତ ଶିକ୍ଷା ଓ ଅନୁସନ୍ଧାନ ପାକ୍ଷିକ ଶୈକ୍ଷିକ ବକ୍ତୃତାମାଳା ସୋଆ ଫର୍ଟନାଇଟଲି ଏକାଡେମିକ ଲେକ୍‌ଚର ସିରିଜ (ସୋଫଲ୍‌)ର ଚତୁର୍ଥ ସଂସ୍କରଣ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କ ଦ୍ୱାରା ବୁଧବାର ଉନ୍ମୋଚିତ ହୋଇଯାଇଛି ।

ସୋଫଲମାଳାର ସଦ୍ୟତମ ସଂକଳନ ୨୫ ଜଣ ବିଶିଷ୍ଟ ଭାରତୀୟ ମହିଳା ବୈଜ୍ଞାନିକମାନଙ୍କୁ ନେଇ ଆଧାରିତ ହୋଇଥିôବା ବେଳେ ପ୍ରଫେସର ରୋହିଣୀ ଗୋଡ୍‌ବୋଲେ ଏବଂ ପ୍ରଫେସର ରାମ ରାମସ୍ୱାମୀଙ୍କ ଦ୍ୱାରା ସମ୍ପାଦିତ ପୁସ୍ତକ ‘ଲୀଳାବତିସ୍ ଡଟରସ’ରେ ସେମାନଙ୍କ ସମ୍ପର୍କରେ ବ୍ୟାଖ୍ୟା କରାଯାଇଛି । ଏହି ସଂସ୍କରଣରେ ପ୍ରଫେସର ରାମସ୍ୱାମୀଙ୍କ ଦ୍ୱାରା ରୋହିଣୀ ଗୋଡବୋଲେ ସ୍ମାରକୀ ବକ୍ତୃତା ମଧ୍ୟ ସ୍ଥାନୀତ କରାଯାଇଛି । ଏହି ବକ୍ତୃତାଗୁଡ଼ିକ ଡିଜିଟାଲ୍ ମାଧ୍ୟମରେ ପରିଚାଳନା କରାଯାଇଥିଲା ।

ଓଡ଼ିଶାର ୩ଜଣ ମହିଳା ବୈଜ୍ଞାନିକ ପ୍ରଫେସର ଶୀଖା ବର୍ମା, ପ୍ରଫେସର ପିୟମ୍ବଦା ମହାନ୍ତି ହେଜମାଦି ଏବଂ ପ୍ରଫେସର ପୁଷ୍ପା ଖାରେଙ୍କ ସମ୍ପର୍କରେ ଏହି ନୂତନ ସଂସ୍କରଣରେ ସାମିଲ କରାଯାଇଥିବା ବେଳେ ସୋଆର ୟୁନିଭର୍ସିଟି ଆଉଟରିଚ୍ ପ୍ରୋଗ୍ରାମର ନିର୍ଦ୍ଦେଶକ ପ୍ରଫେସର ନଚିକେତା ଶର୍ମା ଏହାକୁ ସମ୍ପାଦିତ କରିଛନ୍ତି ।

ପୂର୍ବରୁ ୨୫ଟି ବକ୍ତୃତାକୁ ନେଇ ସୋଫଲମାଳାର ୩ଟି ସଂସ୍କରଣ ପ୍ରକାଶିତ ହୋଇସାରିଛି । ଫେବୃଆରୀ ୨୦, ୨୦୨୧ରେ ସୋଆର ପୂର୍ବତନ କୁଳପତି ଏବଂ ଦେଶର ବିଶିଷ୍ଟ ନ୍ୟୁରୋସର୍ଜନ ପଦ୍ମଶ୍ରୀ ଡାକ୍ତର ଅଶୋକ କୁମାର ମହାପାତ୍ରଙ୍କ ମାର୍ଗଦର୍ଶନରେ ଆରମ୍ଭ ହୋଇଥିବା ଏହି ବକ୍ତୃତାମାଳାରେ ବର୍ତମାନ ପର୍ଯ୍ୟନ୍ତ ୧୧୨ଟି ବକ୍ତୃତା କାର୍ଯ୍ୟକ୍ରମ ହୋଇସାରିଛି ।

ପୁସ୍ତକ ଉନ୍ମୋଚନ ଅବସରରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଉପକୁଳପତି ପ୍ରଫେସର (ଡାକ୍ତର) ପ୍ରସେନଜୀତ ମହାନ୍ତି, ପ୍ରଫେସର ପ୍ରଶାନ୍ତ କୁମାର ପାତ୍ର, ପ୍ରଫେସର ଅନୁପ କୁମାର ସାମନ୍ତରାୟ, ଆଡିସ୍‌ନାଲ୍ ରେଜିଷ୍ଟ୍ରାର ଆସୋସିଏଟ ପ୍ରଫେସର ଶଶାଙ୍କ ମିଶ୍ର, ବାୟୋମେଡିକାଲ୍ ବିଭାଗର ମୁଖ୍ୟ ଇଂ ମନୋରମା ପରିଡ଼ା ଓ ୟୁନିଭର୍ସିଟି ଆଉଟରିଚ୍ ପ୍ରୋଗ୍ରାମର ନିର୍ଦ୍ଦେଶକ ପ୍ରଫେସର ନଚିକେତା ଶର୍ମା ଉପସ୍ଥିତ ଥିଲେ ।

Leave A Reply

Your email address will not be published.