ପ୍ରମୁଖ ଖବର

ଖୁବଶୀଘ୍ର ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ ହେବ-ମୁଖ୍ୟମନ୍ତ୍ରୀ
ମହିଳାଙ୍କୁ ସରାକରଙ୍କ ରାକ୍ଷୀ ଭେଟି, ଆସିଲା ସୁଭଦ୍ରାର ୩ୟ କିସ୍ତି ଟଙ୍କା
ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଘରୋଇ ହସ୍ପିଟାଲରେ ଶୁକ୍ରବାର ଜଣେ ନର୍ସଙ୍କ ସନ୍ଦେହଜନକ ମୃତ୍ୟୁ
କୋରାପୁଟରେ ସ୍କୁଲ ଛାତ୍ରୀଙ୍କ ହାତରୁ ରାକ୍ଷୀ ବାନ୍ଧିଲେ ମୁଖ୍ୟମନ୍ତ୍ରୀ
ଆତଙ୍କବାଦୀଙ୍କ ଗୁଳିବିନିମୟରେ ୨ ଯବାନ ଶହିଦ, ୧୦ ଆହତ
ରାଜଧାନୀରେ ଅଘଟଣ: ୧୦୦ ଫୁଟ ଲମ୍ବା କାନ୍ଥ ଭୁଶୁଡ଼ି, ୭ ମୃତ
କ୍ରୀଡ଼ାର ପ୍ରସାର ପାଇଁ ଜିନ୍ଦଲ ଫାଉଣ୍ଡେସନକୁ ଫିକି ପକ୍ଷରୁ ସ୍ପେଶାଲ ଆପ୍ରିସିଏସନ ଆଓ୍ୱାର୍ଡ

ପରଲୋକରେ ବିଧାୟକ ବିଷ୍ଣୁ ସେଠୀ

0

ଭୁବନେଶ୍ୱର: ବରିଷ୍ଠ ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ଦେହାନ୍ତ ହୋଇଛି। ଆଜି ସକାଳ ୭ଟା ୪୫ ମିନିଟ ସମୟରେ ତାଙ୍କର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘ ଦିନ ଧରି କିଡନି ରୋଗରେ ପୀଡ଼ିତ ଥିଲେ। ତାଙ୍କୁ ଭୁବନେଶ୍ବର ଏମ୍ସରେ ଭର୍ତ୍ତି କରାଯାଇଥିଲା। ଦିନ ୧୨ ଟାରେ ବିଷ୍ଣୁ ସେଠୀଙ୍କ ପାର୍ଥିବ ଶରୀର ଏମ୍ସ ରୁ ବାହାରିବ ବୋଲି ସୂଚନା ମିଳିଛି। ତାପରେ ବିଧାନସଭା ଆଉ ପରେ ବିଜେପି ପାର୍ଟି ଅଫିସକୁ ଯିବ ବୋଲି ଜଣାଯାଇଛି।

ବିଷ୍ଣୁ ସେଠୀ ପ୍ରାୟ ବର୍ଷେ ହେବ ବର୍ଷେ ହେଲା କିଡନୀ ରୋଗରେ ପୀଡ଼ିତ ଥିଲେ। ତାଙ୍କର ନିୟମିତ ଡାଇଲିସିସ୍ ଚାଲିଥିଲା। ତେବେ ମାସକ ତଳେ ତାଙ୍କର ଲଙ୍ଗ୍ସ ସଂକ୍ରମଣ ଓ ବ୍ରେନ୍ ଷ୍ଟ୍ରୋକ୍ ହେବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ପରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ତାଙ୍କ ଦେହାନ୍ତ ହୋଇଛି ।ମାତ୍ର ଡାକ୍ତରଙ୍କ ଶତଚେଷ୍ଟା ସତ୍ତ୍ୱେ ଆଜି ସକାଳେ ତାଙ୍କର ହୃଦଘାତ ହୋଇଥିଲା। ଏହାପରେ ପ୍ରାୟ ୭ଟା ୪୫ ମିନିଟ୍‌ରେ ଆଖି ବୁଜିଛନ୍ତି ବିଜେପିର ଏହି ପୁରୁଖା ନେତା।  ଏନେଇ ଏମ୍ସର ଆଡିସନାଲ ସୁପରିଣ୍ଟେଣ୍ଡେଣ୍ଟ ପ୍ରଭାସ ରଞ୍ଜନ ତ୍ରିପାଠୀ ସୂଚନା ଦେଇଛନ୍ତି। ବିଷ୍ଣୁ ସେଠୀଙ୍କ ପତ୍ନୀଙ୍କ ସମେତ ପୁଅ ଓ ଝିଅ ଅଛନ୍ତି ।

ଭଦ୍ରକ ଜିଲ୍ଲାର ଧାମନଗର ନିର୍ବାଚନ ମଣ୍ଡଳୀର ବିଧାୟକ ଭାବେ ଗତ ବିଧାନସଭା ନିର୍ବାଚନରେ ନିର୍ବାଚିତ ହୋଇଥିଲେ। ଏହାପୂର୍ବରୁ ସେ ୨୦୦୦ରେ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ବିଧାୟକ ବିଷ୍ଣୁ ସେଠୀ ବିରୋଧୀ ଦଳ ଉପନେତା ଭାବେ ବି ଦାୟିତ୍ବ ନିର୍ବାହ କରିଥିଲେ। ବିଜେପିର ଜଣେ ବଡ଼ ନେତା  ଏବଂ ସରକାରୀ ଦଳର ତୀବ୍ର ସମାଲୋଚକ ଭାବେ ପରିଚିତ ଥିଲେ ସେ। କେବଳ ଜଣେ ରାଜନେତା ନ ଥିଲେ, ବରଂ ସେ ଜଣେ ସାହିତ୍ୟିକ ଭାବେ ବି ବେଶ ପରିଚିତ। ଜଣେ ମେଳାପୀ ଓ ସାଲିସବିହୀନ ବ୍ୟକ୍ତି ଭାବେ ସେ ଖୁବ୍ ଜଣାଶୁଣା ଥିଲେ। ସେ ଘାସଫୁଲ ସାହିତ୍ୟ ପତ୍ରିକାର ସଂପାଦକ ବି ଥିଲେ। ‌ସେ କାଜୁ ନିଗମର ଅଧ୍ୟକ୍ଷ ବି ଥିଲେ।

Leave A Reply

Your email address will not be published.