ପ୍ରମୁଖ ଖବର

ଆସନ୍ତାକାଲି ଓଡ଼ିଶା ବନ୍ଦ, ବସ୍‌ ଚାଲିବ; ଅଟୋ ବନ୍ଦ
ରସାୟନ ବିଜ୍ଞାନରେ କାଗନ ଓ ସୋଆଇଙ୍କୁ ନୋବେଲ୍
ଦିଲ୍ଲୀର ନ୍ୟୁ ସୀମାପୁରୀ ଅଞ୍ଚଳରେ ୫ ମହଲା କୋଠା ଭୁଶୁଡ଼ି ପଡ଼ିଛି
ନୌସେନାର ଶକ୍ତି ବଢ଼ିବ, ବ୍ରହ୍ମୋସ୍ ପାଇଁ ୬୬୧ କୋଟିର ଚୁକ୍ତି
ରେପୋ ହାର ୦.୨୫% ବଢ଼ିଲା, ମହଙ୍ଗା ହେବ ଋଣ
ଓଡ଼ିଶାରେ ଆଇଏଏସ୍‌-ଓଏଏସ୍‌ ଅଦଳବଦଳ, ବଦଳିଲେ ଦୁଇ ଜିଲ୍ଲାପାଳ
ଏସିବିସିଙ୍କ ସାମାଜିକ-ରାଜନୈତିକ ସ୍ଥିତି ଅନୁଧ୍ୟାନ ପାଇଁ କମିଶନ
ମିଥୁନ ଚକ୍ରବର୍ତ୍ତୀଙ୍କୁ ବଡ଼ ଦାୟିତ୍ୱ, ମିଳିଲା କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା

ବ୍ରିଟେନ ଗଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

0

ନୂଆଦିଲ୍ଲୀ :ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ବ୍ରିଟେନର ଦିବଙ୍ଗତ ମହାରାଣୀ ଏଲିଜାବେଥଙ୍କ (ଦ୍ଵିତୀୟ) ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଆଜି ଲଣ୍ଡନ ଗସ୍ତ କରିଛନ୍ତି। ଭାରତ ସରକାରଙ୍କ ପକ୍ଷରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଣୀଙ୍କ ଶେଷକୃତ୍ୟରେ ସାମିଲ ହୋଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ।  ଏନେଇ ରାଷ୍ଟ୍ରପତିଭବନ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। 

ସୂଚନାଯୋଗ୍ୟ; ଗତ ୮ ତାରିଖରେ ମହାରାଣୀଙ୍କର ମୃତ୍ୟୁ ଘଟିଥିଲା। ଆସନ୍ତା ୧୯ ତାରିଖରେ ‌ତାଙ୍କର ଶେଷକୃତ୍ୟ ହେବ। ସେଥିରେ ତାଙ୍କ ପରିବାର ସମେତ ରାଜନେତା ଏବଂ ବିଶ୍ୱ ନେତୃବୃନ୍ଦ ଯୋଗଦେବେ। ତେବେ ରାଣୀ ଏଲିଜାବେଥଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୧୯ ସେପ୍ଟେମ୍ବର ପର୍ଯ୍ୟନ୍ତ ଲଣ୍ଡନ ଗସ୍ତ କରି ଭାରତ ସରକାରଙ୍କ ତରଫରୁ ସମବେଦନା ଜଣାଇବେ।

ରାଣୀଙ୍କ ଅନ୍ତିମ ସଂସ୍କାର ୧୯ ସେପ୍ଟେମ୍ବରରେ ୱେଷ୍ଟମିନଷ୍ଟର ଆବେରେ ହେବ | ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାରରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ଯୋଗଦେବେ। ଏମାନଙ୍କ ବ୍ୟତୀତ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ଏବଂ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ମଧ୍ୟ ଲଣ୍ଡନ ଗସ୍ତ କରିବେ। ରାଣୀଙ୍କୁ ୱିଣ୍ଡସରର ରାଜା ଷଷ୍ଠ ଜର୍ଜଙ୍କ ସ୍ମାରକୀ ଚାପେଲ୍‌ରେ ସବୁଦିନ ପାଇଁ ବିଶ୍ରାମ ଦିଆଯିବ। ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ରାଣୀଙ୍କ ଶେଷକୃତ୍ୟ ହେବ।

Leave A Reply

Your email address will not be published.