ପ୍ରମୁଖ ଖବର

ମିଶନ ଶକ୍ତି ଅଧୀନରେ ୫,୦୦୦ ମହିଳାଙ୍କ ପାଇଁ ସ୍ୱୟଂରକ୍ଷା ପ୍ରଶିକ୍ଷଣ ଆରମ୍ଭ
ଆସାମ-କେରଳ-ପୁଡୁଚେରୀରେ ମତଦାନ ସମାପ୍ତ, ଇଭିଏମରେ ସିଲ୍ ହେଲା ନେତାଙ୍କ ଭାଗ୍ୟ
ପୁନଃ ନିର୍ବାଚିତ ହେଲେ ସ୍ନାତକ ପର୍ଯ୍ୟନ୍ତ ମାଗଣା ଶିକ୍ଷା: ଆସାମ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା
ବାଲିଅନ୍ତାରେ ଅତ୍ୟାଧୁନିକ ଜିଆଇଏସ୍‌ ସବଷ୍ଟେସନ ଉଦଘାଟନ, ଆଉ ହେବନି ପାଓ୍ବାର୍‌ କଟ୍

ବିଜେପିରେ ସାମିଲ ହେଲେ କ୍ୟାପଟେନ ଅମରିନ୍ଦର

0

ନୂଆଦିଲ୍ଲୀ : ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ବିଜେପିରେ ମିଶିଛନ୍ତି । ତାଙ୍କ ସହିତ ତାଙ୍କ ଝିଅ ଜୟ ଇନ୍ଦର କୌର ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି । ଗତ ବର୍ଷ କଂଗ୍ରେସ ଛାଡ଼ିବା ପରେ କ୍ୟାପଟେନ ଆରମ୍ଭ କରିଥିବା ନୂଆ ଦଳ ପଂଜାବ ଲୋକ କଂଗ୍ରେସର ବିଲୟ ବିଜେପିରେ ହୋଇଛି ।ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ ଓ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କ ଉପସ୍ଥିତିରେ ଅମରିନ୍ଦର ବିଜେପିରେ ଯୋଗ ଦେଇଛନ୍ତି ।

ଅମରିନ୍ଦରଙ୍କ ପାଇଁ ଏକ ନୂଆ ଦଳ ଗଠନ କରି ଏକ ଜାତୀୟ ଦଳ ସହ ମିଶ୍ରଣ କରାଇବା ଏହା ଦ୍ବିତୀୟ ଘଟଣା ।୧୯୯୨ରେ ସେ ଅକାଳି ଦଳ ତ୍ୟାଗ କରି ଶିରୋମଣି ଅକାଳି ଦଳ (ପାନ୍ଥିକ) ଗଠନ କରିଥିଲେ । ତେବେ ଏହି ଦଳ ବିଧାନସଭା ନିର୍ବାଚନରେ କୌଣସି ସଫଳତା ହାସଲ କରିପାରନଥିଲା । ଫଳରେ ୧୯୯୮ରେ ସେ କଂଗ୍ରେସରେ ମିଶିବା ସହ ଏହି ଦଳର ବିଲୟ କଂଗ୍ରେସରେ ହୋଇଥିଲା । ଏଣୁ ପୁଣି ଏକ ନୂଆ ଦଳ ଗଠନ କରି ଏକ ଜାତୀୟ ଦଳ ବିଜେପିରେ ମିଶିଛନ୍ତି।

Leave A Reply

Your email address will not be published.