ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଜୟଶଙ୍କର, ଆଡଭାନି, ସିସୋଦିଆଙ୍କ ସମେତ ବହୁ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ SIR ନୋଟିସ୍‌
ଇମ୍ରାନଙ୍କ ଭଉଣୀ ଅଲିମା ଗିରଫ
ଡ୍ୟୁଟି ସମୟରେ ପୋଲିସଙ୍କୁ ମୋବାଇଲ ମନା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ଏସୀୟ କ୍ରୀଡ଼ାରେ ଭାରତର ଚମକ, ସୁଟିଂରେ ଦୁଇ ରୌପ୍ୟ
ଆମେରିକା ନିକଟରେ ଆତ୍ମସମର୍ପଣର ପ୍ରଶ୍ନ ନାହିଁ: କ୍ୟୁବା ରାଷ୍ଟ୍ରଦୂତ
ମହାନଦୀ ବିବାଦ ମଧ୍ୟରେ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ଆର ପାରିରେ କମେଡି କିଙ୍ଗ ରାଜୁ ଶ୍ରୀବାସ୍ତବ

0

ମୁମ୍ବାଇ; ସମସ୍ତଙ୍କ ପ୍ରିୟ ‘ଗଜୋଧର ଭୟା’ ଓରଫ୍‌ ପ୍ରସିଦ୍ଧ କମେଡିଆନ୍‌ ରାଜୁ ଶ୍ରୀବାସ୍ତବ ଆଉ ନାହାନ୍ତି। ଦୀର୍ଘ ୪୧ ଦିନର ସଙ୍ଘର୍ଷ ପରେ ଆଖିବୁଜିଲେ ରାଜୁ। ୫୮ ବର୍ଷ ବୟସରେ ଆଜି ତାଙ୍କର ପରଲୋକ ହୋଇଯାଇଛି। ମାସାଧିକ କାଳ ଚିକିତ୍ସାଧୀନ ଅବସ୍ଥାରେ ରହିବା ପରେ ତାଙ୍କର ପରଲୋକ ଘଟିଛି। ଆଜି ସକାଳେ ହାସ୍ୟଅଭିନେତା ରାଜୁ ଶ୍ରୀବାସ୍ତବଙ୍କର ମୃତ୍ୟୁ ହୋଇଯାଇଥିବା କଥା ତାଙ୍କ ପରିବାର ଲୋକେ ସୁନିଶ୍ଚିତ  କରିଥିବା  ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍‌ଆଇ’ ପ୍ରକାଶ କରିଛି।

ସୂଚନାଯୋଗ୍ୟ, ଜିମ୍‌ରେ କସରତ କରୁଥିବା ବେଳେ ଛାତିରେ କଷ୍ଟ ହେବାରୁ ତଳେ ପଡ଼ିଯାଇଥିବା ରାଜୁଙ୍କୁ ଅଗଷ୍ଟ ୧୦ ତାରିଖ ଦିନ ଦିଲ୍ଲୀ ‘ଏମ୍‌ସ୍‌’ରେ ଭର୍ତ୍ତି କରାଯାଇଥିଲା।ସେ ହୃଦ୍‌ଘାତରେ ଶିକାର ହୋଇଥିବା କଥା ଜଣାପଡ଼ିବା ପରେ ତାଙ୍କୁ ୧୫ ଦିନ ଧରି ‘ଭେଣ୍ଟିଲେଟର୍‌ ସପୋର୍ଟ’ରେ ରଖାଯାଇଥିଲା। ଏହା ପରେ ତାଙ୍କର ଚେତା ଫେରିଥିଲା। କିନ୍ତୁ, ସେପ୍ଟେମ୍ବର ପହିଲାରେ ଜ୍ବର ହେବାରୁ ପୁଣି ତାଙ୍କୁ ‘ଭେଣ୍ଟିଲେଟର୍‌ ସପୋର୍ଟ’ରେ ରଖାଯାଇଥିଲା। ରାଜୁ ଶ୍ରୀବାସ୍ତବଙ୍କ ମୁଖ୍ୟ ପରାମର୍ଶଦାତା ଅଜିତ ସାକ୍‌ସେନା କହିଛନ୍ତି ଯେ, ଡାକ୍ତରମାନଙ୍କ ସକଳ ଚେଷ୍ଟା ସତ୍ତ୍ବେ ହାସ୍ୟାଭିନେତାଙ୍କୁ ବଞ୍ଚାଇ ହେଲାନାହିଁ।

‘ଗଜୋଧର’ ନାମରେ ବି ଦର୍ଶକମାନେ ତାଙ୍କୁ ବେଶ୍ ଭଲ ଭାବେ ଜାଣନ୍ତି। ଅତି ସାଧାରଣ କଥାକୁ ସେ ଥଟ୍ଟା ଓ ପରିହାସ ଛଳରେ ଏମିତି ଉପସ୍ଥାପନ କରନ୍ତି, ଯାହାକୁ ଦେଖି ଦର୍ଶକ ହସରେ ଗଡି ଯାଆନ୍ତି। ମୋଟାମୋଟି କହିବାକୁ ଗଲେ ରାଜୁ ହେଉଛନ୍ତି ଜଣେ ନିଚ୍ଛକ କମେଡିଆନ୍।

ରାଜୁ ଶ୍ରୀବାସ୍ତବ ୧୯୬୩ ମସିହା ଡିସେମ୍ବର ୨୫ ତାରିଖ ଦିନ କାନପୁରର ଏକ ମଧ୍ୟବିତ୍ତ ପରିବାରରେ ଜନ୍ମ ହୋଇଥିଲେ। ସେ ପିଲାଟି ଦିନରୁ କମେଡି ପ୍ରତି ଆକୃଷ୍ଟ ଥିଲେ। ହସମଜା କରିବାକୁ ତାଙ୍କୁ ଭାରି ଭଲ ଲାଗୁଥିଲା। ରାଜୁଙ୍କ ବାପା ରମେଶ ଚନ୍ଦ୍ର ଶ୍ରୀବାସ୍ତବ ଜଣେ ଭଲ କବି ଭାବେ ବେଶ୍ ପରିଚିତ ଥିଲେ। ସେ ବିଭିନ୍ନ ସମୟରେ ବିଶିଷ୍ଟ କଳାକାରମାନଙ୍କ ମିମିକ୍ରି ମଧ୍ୟ କରୁଥିଲେ। ରାଜୁ ବାପାଙ୍କ ପାଖରୁ ଅନୁପ୍ରାଣିତ ହୋଇଥିଲେ। ସେ ଧୀରେ ଧୀରେ କମେଡି ଓ ମିମିକ୍ରି କରିବାକୁ ଲାଗିପଡ଼ିଲେ। ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ତାଙ୍କୁ ଡକରା ଆସିଲା। ରାଜୁ ଆଉ ପଛକୁ ନାହିଁ ନଥିଲେ। କମେଡିରେ ନିଜ କ୍ୟାରିୟର ବନାଇବାକୁ ଲାଗିପଡ଼ିଲେ। ୧୯୯୩ ମସିହାରେ ଶିଖାଙ୍କୁ ବିବାହ କରିବା ସହ ଦୁଇ ପିଲାଙ୍କ ବାପା ହୋଇଥିଲେ ରାଜୁ।

Leave A Reply

Your email address will not be published.